Posted inଜାତୀୟ

ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ବିଧାନସଭାରେ ପାରିତ ହେଲା ନିନ୍ଦା ପ୍ରସ୍ତାବ

ପଣଜୀ,୨୨।୭: ଗୁଜରାଟ ଦଙ୍ଗା ଉପରେ ବିବିିସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଥିଲା। ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇ ଉଠିଥିଲା। ତେବେ ଏହି ଡକ୍ୟୁମେଣ୍ଟାରୀ ବିରୋଧରେ ଗୋଆ ବିଧାନସଭାରେ ଏକ ନିନ୍ଦା ପ୍ରସ୍ତାବ ପାରିତ କରାଯାଇଛି। ପ୍ରସ୍ତାବରେ କୁହାଯାଇଛି ଯେ, ୨୦୦୨ ଗୁଜୁରାଟ ଦଙ୍ଗା ଉପରେ ତତ୍କାଳୀନ ଗୁଜୁରାଟ ସରକାରଙ୍କୁ ଦାୟୀ କରିବା ବିବିସିର ବନ୍ଦ ଉଦ୍ଦେଶ୍ୟ।

ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି, ଭାରତର ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ନେତାଙ୍କ ବିରୋଧରେ ମିଥ୍ୟା ଆଧାରରେ ଏକ ଡକ୍ୟୁମେଣ୍ଟାରୀ ପ୍ରକାଶ କରି ବିବିସି ଭାରତକୁ ବଦନାମ କରିବାକୁ ଚେଷ୍ଟା କରିଛି। ବିସିସିଆଇର କାର୍ଯ୍ୟକୁ ନିନ୍ଦା କରିବା ପାଇଁ ବିଧାନସଭା ଏହି ପ୍ରସ୍ତାବ ପାରିତ କରିଛି।

ବିଧାନସଭାରେ ବିରୋଧୀ ଦଳର ନେତା ୟୁରୀ ଆଲେମାଓ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ଏହି ମାମଲା କୋର୍ଟରେ ବିଚାରଧୀନ ଅଛି। ଭାରତରେ ଏହି ଡକ୍ୟୁମେଣ୍ଟାରୀ ପୂର୍ବରୁ ନିଷିଦ୍ଧ ହୋଇସାରିଛି ତେବେ ଏହା ଉପରେ କିଭଳି ପ୍ରସ୍ତାବ ପାରିତ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବବି ଦାସଙ୍କୁ ଭେଟିଲେ ସୁଜାତା ପାଣ୍ଡିଆନ: ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର,୨୬।୬: ପୂର୍ବତନ ଆଇଏଏସ୍‌ ଅଫିସର ତଥା କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ପାଣ୍ଡିଆନ ବିଜେଡିରେ ସାମିଲ ହେବାପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଆଗକୁ ସେ କୁଆଡେ…

ଭେନେଜୁଏଲା ଭୂକମ୍ପର ଭଗ୍ନାବଶେଷ ଭିତରୁ ଖୋଜା ଚାଲିଛି ଜୀବନ, ଛାତି ଥରାଇ ଦେଉଛି ଶିଶୁଙ୍କ ସହ ନିର୍ବାକ ଜୀବଙ୍କ ଫଟୋ

କାରାକାସ୍‌,୨୬।୬: ଭେନେଜୁଏଲାରେ ଭୂମିକମ୍ପ ପରେ ଅତି କମରେ ୨୩୫ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪,୩୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି, ଯେତେବେଳେ ହଜାର ହଜାର…

Ketan Murder Case: କେତନଙ୍କ ମୁଣ୍ଡରେ କେଶ ନ ଥିଲା ସେଥିପାଇଁ ସିୟା ତାଙ୍କୁ ହତ୍ୟା କଲେ!

ପୁଣେ,୨୬।୬: ପୁନେର ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ଲୋହାଗଡ ଫୋର୍ଟରେ ହତ୍ୟା ମାମଲାରେ ନୂତନ ତଥ୍ୟ ଆସିବାରେ ଲାଗିଛି। ହତ୍ୟାର ଅଭିଯୁକ୍ତ ଭାବି ପତ୍ନୀ ସିୟା ଗୋଏଲ ଏବେ…

ବହି ତ୍ରୁଟି ପଛରେ ରହିଛି ବଡ଼ ଷଡ଼ଯନ୍ତ୍ର, ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୬: ଓଡ଼ିଆ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ କହିଛନ୍ତି, ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର…

ଆମେରିକା- ଇରାନ ମଧ୍ୟରେ ପୁଣି ହେବ ଯୁଦ୍ଧ? ହର୍ମୁଜରେ ୧୦ ଲକ୍ଷ ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ଇରାନ

ତେହରାନ,୨୬।୬: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଶାନ୍ତି ଚୁକ୍ତିନାମା ବିଷୟରେ ଆଲୋଚନା ହେଉଥିଲେ ମଧ୍ୟ, ଉଭୟ ଦେଶ ପରସ୍ପର ଉପରେ…

ଭାରତକୁ ନେଇ ଏମିତି କହିଲେ ମେଲୋନି ସଭିଏଁ ଚକିତ, କହିଲେ ‘ଦିଲ୍ଲୀରେ ନିର୍ବାଚନ ଲଢିଥିଲେ…’

ରୋମ/ନୂଆଦିଲ୍ଲୀ,୨୬।୬: ଏକ ନୂତନ ପୁସ୍ତକରେ, ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ତାଙ୍କ 2023 ଭାରତ ଗସ୍ତର ଏକ ଆକର୍ଷଣୀୟ କାହାଣୀ ବାଣ୍ଟିଛନ୍ତି, ଯେଉଁଥିରେ ସେ ବର୍ଣ୍ଣନା କରିଛନ୍ତି…

ଅନିଶ୍ଚିତତାରେ ଆଖଡ଼ାଶାଳି ପ୍ରସ୍ତାବିତ ନଦୀଭିତ୍ତିକ ବନ୍ଦର, ଭାଜପା ସରକାର ଗଠନ ପରେ ବି ରାଜନେତାମାନେ ଚୁପ୍‌

କେନ୍ଦ୍ରାପଡ଼ା,୨୬ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଆଖଡ଼ାଶାଳି ଗ୍ରାମ ନିକଟ ମହାନଦୀରେ ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ହେବ। ପିପିପି ମୋଡ୍‌ରେ ପାରାଦୀପ ପୋର୍ଟ ଏହାର…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର! ଏବେ ମିଳିବ ମୁଣ୍ଡପିଛା ମିଳିବ…

ନୂଆଦିଲ୍ଲୀ,୨୬।୬: କେନ୍ଦ୍ର ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY) ଅଧୀନରେ ମିଳୁଥିବା ପରିବାର ପିଛା ମାସିକ ୩୫ କିଲୋଗ୍ରାମର ଖାଦ୍ୟଶସ୍ୟ ଅଧିକାରକୁ ବଦଳାଇ, ଏହାକୁ ପ୍ରତି ବ୍ୟକ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri