Posted inଜାତୀୟ

ଆଇନ ପ୍ରତ୍ୟାହାର ପାଇଁ ସୁପ୍ରିମକୋର୍ଟ ଯାଅ

ନୂଆଦିଲ୍ଲୀ, ୫।୧(ପି.ଟି.): କେନ୍ଦ୍ର ସରକାର ଆଣିଥିବା ୩ କୃଷି ଆଇନ ପ୍ରତ୍ୟାହାର ହେବନି। ସେଗୁଡ଼ିକର ପ୍ରତ୍ୟାହାର ଚାହୁଁଥିଲେ ଚାଷୀ ସୁପ୍ରିମକୋର୍ଟ ଯାଆନ୍ତୁ। ସୋମବାର ଆଲୋଚନା ବେଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏଭଳି କହିଥିବା କିଷାନ ମଜଦୁର ସଂଘର୍ଷ କମିଟି ନେତା ସରଓ୍ବାନ ସିଂ ପାନ୍ଧେର ସୂଚନା ଦେଇଛନ୍ତି। ଆଇନ ପ୍ରତ୍ୟାହାର ଦାବିରେ କୃଷକନେତାମାନେ ଅଡ଼ି ବସିଥିବାବେଳେ ସରକାର ଏଥିରେ ରାଜି ନ ହେବାରୁ ସପ୍ତମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିନା ନିଷ୍କର୍ଷରେ ଶେଷ ହୋଇଛି। ଆଇନ ନ ହଟିବା ପର୍ଯ୍ୟନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି ବୋଲି କୃଷକ ପ୍ରତିନିଧିମାନେ ରୋକ୍‌ଠୋକ୍‌ ଶୁଣାଇଥିଲେ। ଫଳରେ ୮ ତାରିଖରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ପାଇଁ ସ୍ଥିର ହୋଇଛି। ସମାଧାନରେ ପହଞ୍ଚତ୍ବା ପାଇଁ ଉଭୟ ପକ୍ଷର ଉଦ୍ୟମ ଆବଶ୍ୟକ ବୋଲି କୃଷିମନ୍ତ୍ରୀ କହିଛନ୍ତି।
ଦିଲ୍ଲୀ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ସପ୍ତମ ପର୍ଯ୍ୟାୟ ବୈଠକରେ ସରକାରଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତୋମାର, ପୀୟୂଷ ଗୋୟଲ ଏବଂ ସୋମ ପ୍ରକାଶ ଯୋଗଦେଇଥିବାବେଳେ ଚାଷୀ ସଂଗଠନରୁ ୪୧ ଜଣ ପ୍ରତିନିଧି ଉପସ୍ଥିତ ଥିଲେ। ଦେଶର କୃଷି ସେକ୍ଟରର ଅଭିବୃଦ୍ଧିରେ ନୂଆ ଆଇନ କିଭଳି ସହାୟକ ହେବ ତାହାର ଏକ ତାଲିକା ସରକାରଙ୍କ ପକ୍ଷରୁ ଉପସ୍ଥାପନ କରାଯାଇଥିଲା। ଆଇନର ପ୍ରତି ଧାରା ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ। ସେଥିରେ କୌଣସି ଆପତ୍ତିଜନକ ପ୍ରସଙ୍ଗ ଥିଲେ ଜଣାଇବାକୁ ମନ୍ତ୍ରୀମାନେ ଚାଷୀ ପ୍ରତିନିଧିଙ୍କୁ କହିଥିଲେ। ତେବେ ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ନେତାମାନେ ଅଟଳ ରହିବାରୁ କୌଣସି ନିଷ୍କର୍ଷ ବାହାରିପାରିଲାନି ବୋଲି ତୋମାର କହିଛନ୍ତି। ଅନ୍ୟପକ୍ଷରେ ସୋମବାର ଆଲୋଚନା ବିଫଳ ହେବା ଲାଗି ଚାଷୀ ନେତାମାନେ ସରକାରଙ୍କୁ ଦୋଷ ଦେଇଛନ୍ତି। ସମାଧାନ ରାସ୍ତାରେ ସରକାରଙ୍କ ଅହଂକାର ପ୍ରତିବନ୍ଧକ ସୃଷ୍ଟି କଲା ବୋଲି ସେମାନେ କହିଛନ୍ତି।
ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ଦାବି ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତାବ ଦେଇଥିଲେ।
କିନ୍ତୁ କୃଷକ ସଂଗଠନଗୁଡ଼ିକ ପ୍ରଥମରୁ ଆଇନ ପ୍ରତ୍ୟାହାର ଦାବି ଉପରେ ଆଲୋଚନା ଚାହିଁଥିଲେ। ଆଇନ ପ୍ରତ୍ୟାହାର ଦାବି ପୂରଣ ନ
ହେଲେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀକୁ ଟ୍ରାକ୍ଟର ରାଲି ହେବ ବୋଲି କୃଷକ ନେତାମାନେ ଚେତାବନୀ ଦେଇଥିଲେ। ଅନ୍ୟପକ୍ଷରେ ତୋମାର କହିଥିଲେ, ଅନ୍ୟ ରାଜ୍ୟଗୁଡ଼ିକର କୃଷକ ସଂଗଠନ ପ୍ରତିନିଧିମାନଙ୍କ ସହ ଆଇନ ଉପରେ ଆଲୋଚନା ହେବ। ଆଇନର ପ୍ରତି ଧାରା ଉପରେ ଆଲୋଚନା ପାଇଁ ଓ କୌଣସି ଆପତ୍ତି ଥିଲେ ତାହାର ଆବଶ୍ୟକ ସଂଶୋଧନ ଲାଗି ସରକାର ପ୍ରସ୍ତୁତ ବୋଲି କୃଷିମନ୍ତ୍ରୀ କହିଥିଲେ।
ଆଲୋଚନା ମଝିରେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ତେବେ ମନ୍ତ୍ରୀମାନଙ୍କ ସହ ଏକାଠି ଭୋଜନ କରିବାକୁ ଚାଷୀନେତା ମନା କରିଦେଇଥିଲେ। ଆପଣମାନେ ନିଜ ଖାଦ୍ୟ ଖାଆନ୍ତୁ, ଆମେ ଆମ ଖାଦ୍ୟ ଖାଇବୁ ବୋଲି କୃଷକ ପ୍ରତିନିଧିମାନେ କହିଥିଲେ। ଅପରାହ୍ନ ୫ଟା ୧୫ରେ ପୁଣିଥରେ ଆଲୋଚନା ଆରମ୍ଭ ହୋଇଥିଲା। ସମାଧାନର ସୂତ୍ର ନ ବାହାରିବାରୁ ଶୁକ୍ରବାର ପୁଣିଥରେ ବୈଠକ ବସିବାକୁ ସ୍ଥିର ହୋଇଥିଲା। ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ଚାଷୀ ନେତାମାନେ ମଙ୍ଗଳବାର ପରସ୍ପର ମଧ୍ୟରେ ଆଲୋଚନା କରିବେ ବୋଲି କହିଛନ୍ତି।
ବିବାଦୀୟ କୃଷି ଆଇନ ବିରୋଧରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶରୁ ହଜାର ହଜାର ଚାଷୀ ୪୦ ଦିନ ହେଲା ଦିଲ୍ଲୀ ସୀମାର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରବଳ ଶୀତ, ଏପରିକି ଦୁଇଦିନ ହେଲା ପ୍ରବଳ ବର୍ଷା ସତ୍ତ୍ୱେ ଚାଷୀମାନେ ଆନ୍ଦୋଳନ ସ୍ଥଳ ଛାଡ଼ିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?