ତ୍ୱଚା ପାଇଁ ବରଦାନ ଗ୍ଲିସେରିନ୍‌

ସୁନ୍ଦର ଏବଂ ମୁଲାୟମ ତ୍ୱଚା ସର୍ବଦା ଆକର୍ଷଣୀୟ ଲାଗିଥାଏ। ଆଉ ନିଜ ତ୍ୱଚାକୁ ଏପରି କରିବା ଲାଗି ଅନେକେ ବିଭିନ୍ନ ପ୍ରକାର ସୌନ୍ଦର୍ଯ୍ୟ ପ୍ରସାଧନ ବି ବ୍ୟବହାର କରନ୍ତି। ହେଲେ ଆପଣ ଚାହିଁଲେ ଗ୍ଲିସେରିନ୍‌ ବ୍ୟବହାର କରି ଏପରି ତ୍ୱଚା ପାଇପାରିବେ…

ଶୀତଦିନେ ତ୍ୱଚା ରୁକ୍ଷ ହୋଇଯିବା ଅଧିକାଂଶଙ୍କ ପାଇଁ ଏକ ବଡ଼ ସମସ୍ୟା। ଏମିତିରେ ଗ୍ଲିସେରିନ୍‌ ବ୍ୟବହାର ସବୁଠୁ ଭଲ। ଏହାକୁ ମଶ୍ଚରାଇଜର ଭାବେ ବ୍ୟବହାର କଲେ ତ୍ୱଚା ନରମ ଏବଂ ଚିକଣ ରହିଥାଏ। ଏଥିପାଇଁ ୧୦୦ମିଲି. ଗ୍ଲିସେରିନ୍‌ ସହିତ ୩-୪ଟି ଲେମ୍ବୁ ରସ, ୧୦୦ ମିଲି. ଗୋଲାପ ଜଳ ମିଶାଇ ମଶ୍ଚରାଇଜର ପ୍ରସ୍ତୁତ କରନ୍ତୁ। ଗାଧୋଇ ସାରିବା ପରେ ଏବଂ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ, ତ୍ୱଚାର ରୁକ୍ଷପଣ ଦୂର ହୋଇଯିବ।
ପରିବର୍ତ୍ତିତ ଜୀବନଶୈଳୀ ଲାଗି ଅନେକଙ୍କଠାରେ ଆଖିତଳେ କଳା ଦାଗ ଦେଖିବାକୁ ମିଳୁଛି। ଆପଣ ବି ଯଦି ଏହି ସମସ୍ୟା ପାଇଁ ଚିନ୍ତିତ ତେବେ ତୁଳା ସାହାଯ୍ୟରେ ଗ୍ଲିସେରିନ୍‌ ନେଇ ଆଖି ଚାରିପଟେ ଲଗାନ୍ତୁ। କିଛିଦିନ ଏପରି କଲେ ଆପଣଙ୍କ କଳାଦାଗ ସମସ୍ୟା ଦୂର ହୋଇଯିବ।
ଶୀତଦିନେ ଓଠ ଫାଟିବା ସମସ୍ୟା ପ୍ରାୟ ଅନେକଙ୍କ ପାଇଁ ଚିନ୍ତାର କାରଣ ସାଜିଥାଏ। ଏମିତିରେ ଗ୍ଲିସେରିନ୍‌ ବ୍ୟବହାର କରିବା ବେଶ୍‌ ଲାଭଦାୟକ। ଏହା ଓଠକୁ ମଶ୍ଚରାଇଜ୍‌ କରି ରଖିବା ସହ ଗୋଲାପି ମଧ୍ୟ କରିଥାଏ। ତେବେ ରାତିରେ ଶୋଇବା ପୂର୍ବରୁ ଅଳ୍ପ କ୍ଷୀର ସରରେ ଗ୍ଲିସେରିନ୍‌ ମିଶାଇ ଲଗାଇଲେ ଭଲ।
ଡ୍ରାଏ କେଶ ହୋଇଗଲେ ଏହାକୁ ପୁନର୍ବାର ନର୍ମାଲ କରିବା ଲାଗି ଗ୍ଲିସେରିନ୍‌ ବ୍ୟବହାର କରିପାରିବେ। ଆଲୋଭେରା ଜେଲ୍‌ରେ ଗ୍ଲିସେରିନ୍‌ ମିଶାଇ କେଶ ମୂଳରୁ ଅଗ୍ର ଭାବ ପର୍ଯ୍ୟନ୍ତ ଭଲ ଭାବେ ଲଗାନ୍ତୁ। ୩୦ମିନିଟ୍‌ ପରେ ଅଳ୍ପ ଉଷୁମ ପାଣିରେ କେଶ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଲେଖାଏ ଏପରି କଲେ କେଶ ମଜଭୁତ୍‌ ହେବା ସହ ଚମକପ୍ରଦ ମଧ୍ୟ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

RJD ପରେ JDU ନେତାଙ୍କ ଦାବି, ‘ନୀତୀଶ କୁମାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ଉଚିତ’

ନୂଆଦିଲ୍ଲୀ,୧।୭: ଆରଜେଡି ପରେ, ଜେଡି(ୟୁ) ଏବେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବାକୁ ଦାବି କରିଛି। ଜେଡି(ୟୁ) ବିଧାୟକ ପଙ୍କଜ ମିଶ୍ର କହିଛନ୍ତି ଯେ…

ସ୍ୱାମୀଙ୍କଠାରୁ ଅଧିକ ରୋଜଗାର କରୁଥିଲେ ମିଳିବନି ଭରଣପୋଷଣ ଟଙ୍କା: କର୍ନାଟକ ହାଇକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୧।୭: ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭରଣପୋଷଣ ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି। ଯଦି ସ୍ତ୍ରୀର ଆୟ ସ୍ୱାମୀଙ୍କଠାରୁ ଅଧିକ, ତେବେ ସେ ଭରଣପୋଷଣ…

ଭାରତକୁ ବଡ଼ ଅଫର୍‌ ଦେଲା ରୁଷିଆ: ଶୁଣିଲେ ପାକିସ୍ତାନର ଉଡ଼ିଯିବ ହୋଶ୍‌

ମସ୍କୋ/ନୂଆଦିଲ୍ଲୀ,୧।୭: ରୁଷିଆ ଭାରତକୁ Su-57E ଷ୍ଟିଲ୍ଥ ଲଢ଼ୁଆ ବିମାନର ଯୋଗାଣ ଏବଂ ମିଳିତ ଉତ୍ପାଦନ ସମ୍ପର୍କରେ ଏକ ପ୍ରମୁଖ ପ୍ରସ୍ତାବ ଦେଇଛି। ଏହି ଚୁକ୍ତି ଭାରତ-ପ୍ରଶାନ୍ତ ମହାସାଗରୀୟ…

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri