ଖାଦ୍ୟରେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଓ ଡାଇବେଟିସ୍‌ ନିୟନ୍ତ୍ରଣ

ରକ୍ତରେ ଗ୍ଲୁକୋଜର ଉପସ୍ଥିତିକୁ ଡାକ୍ତରୀ ଭାଷାରେ କୁହାଯାଏ ‘ଗ୍ଲାଇସିମିଆ’। ରକ୍ତରେ ଗ୍ଲୁକୋଜ ସ୍ବାଭାବିକ ମାତ୍ରାଠାରୁ ବଢ଼ିଗଲେ ତାହା ‘ହାଇପରଗ୍ଲାଇସିମିଆ’ ଏବଂ ସ୍ବାଭାବିକ ମାତ୍ରାଠାରୁ କମିଗଲେ ତାହା ‘ହାଇପୋଗ୍ଲାଇସିମିଆ’। ଅଧିକାଂଶ ଖାଦ୍ୟଦ୍ରବ୍ୟରେ ଊଣାଅଧିକେ ଶ୍ୱେତସାର ବା କାର୍ବୋହାଇଡ୍ରେଟ୍‌ ରହିଥାଏ। ଏହି କାର୍ବୋହାଇଡ୍ରେଟ୍‌ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ପ୍ରଭାବିତ କରିଥାଆନ୍ତି। ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ ରକ୍ତ ଗ୍ଲୁକୋଜର ମାତ୍ରାକୁ ବୃଦ୍ଧି କରିବାର ପ୍ରବଣତା ମାପିବା ପାଇଁ ଏକ ପରିମାପକ ଭାବରେ ବ୍ୟବହୃତ ହୋଇଥାଏ। ସେହି ପରିମାପକର ବୈଜ୍ଞାନିକ ନାମ ହେଉଛି ‘ଗ୍ଲାଇସିମିକ୍‌ ଇଣ୍ଡେକ୍ସ’।
କେତେକ ଖାଦ୍ୟର କାର୍ବୋହାଇଡ୍ରେଟ୍‌ ଚଞ୍ଚଳ ହଜମ ହୋଇଥାଏ, କେତେକ ଖାଦ୍ୟରେ ଏହା ହଜମ ହେବାରେ ଡେରି ଲାଗେ। କାର୍ବୋହାଇଡ୍ରେଟ୍‌ର ଗ୍ଲୁକୋଜ୍‌ ଶୀଘ୍ର ଅନ୍ତନଳୀରୁ ରକ୍ତ ଭିତରକୁ ଅବଶୋଷିତ ହୋଇ ଶୀଘ୍ର ରକ୍ତରେ ଗ୍ଲୁକୋଜ ମାତ୍ରା ବଢ଼ାଇଦିଏ। ଏପରି ଖାଦ୍ୟ ହେଲା ଉଚ୍ଚ ଗ୍ଲାଇସିମିକ ଇଣ୍ଡେକ୍ସ ବିଶିଷ୍ଟ ଖାଦ୍ୟ। କିନ୍ତୁ ଯେଉଁ ଖାଦ୍ୟର କାର୍ବୋହାଇଡ୍ରେଟ୍‌ ଧୀରେ ଧୀରେ ହଜମ ହୁଏ, ସେପରି ଖାଦ୍ୟରୁ ଗ୍ଲୁୂକୋଜ ଧୀରେ ଧୀରେ ଅବଶୋଷିତ ହୋଇ ରକ୍ତରେ ଗ୍ଲୁକୋଜର ମାତ୍ରାକୁ ଧୀରେ ଧୀରେ ବଢ଼ାଇଥାଏ। ତେଣୁ ଏହି ଶେଷୋକ୍ତ ପ୍ରକାର ଖାଦ୍ୟର ଗ୍ଲାଇସିମିକ୍‌ ଇଣ୍ଡେକ୍ସ କମ୍‌। ଗ୍ଲାଇସିମିକ୍‌ ଇଣ୍ଡେକ୍ସକୁ ସଂକ୍ଷେପରେ ଜି.ଆଇ. ବୋଲି ଲେଖାଯାଏ ଏବଂ କୁହାଯାଏ।
ଜାଣିରଖନ୍ତୁ ଯେ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ର ପରିମାଣକୁ ବୁଝାଏ ନାହଁ କି କାର୍ବୋହାଇଡ୍ରେଟ୍‌ର ପ୍ରକାରକୁ ବୁଝାଏ ନାହିଁ। ଏହା କେବଳ ବୁଝାଇଥାଏ ଖାଦ୍ୟରେ ଥିବା କାର୍ବୋହାଇଡ୍ରେଟ୍‌ର ରକ୍ତଗ୍ଲୁକୋଜ୍‌ ବୃଦ୍ଧି କରାଇପାରିବାର ପ୍ରଭାବକୁ। ତେଣୁ ଏହା ଡାଇବେଟିସ୍‌ ରୋଗୀଙ୍କୁ ଖାଦ୍ୟ ସଂକ୍ରାନ୍ତ ପରାମର୍ଶ ଦେବାରେ ସହାୟକ ହୋଇଥାଏ। ସାଧାରଣତଃ କେବଳ ଉଦ୍ଭିଦଜାତ ଖାଦ୍ୟ ଓ ପ୍ରାଣୀଜ ଖାଦ୍ୟ ମଧ୍ୟରୁ କ୍ଷୀର ଓ କ୍ଷୀରଜାତ ଦ୍ରବ୍ୟର ଜି.ଆଇ. ଉଲ୍ଲେଖ କରାଯାଏ। ମାଛ, ମାଂସ ଏବଂ ଅଣ୍ଡାରେ ଖୁବ୍‌ କମ୍‌ ପରିମାଣର କାର୍ବୋହାଇଡ୍ରେଟ୍‌ ଥିବାରୁ ସେଗୁଡିକର ଜି.ଆଇ. ବିଚାର କରାଯାଏ ନାହିଁ।
ଶହେ (୧୦୦)କୁ ସବୁଠାରୁ ବେଶି ଜି.ଆଇ. ବୋଲି ଧରାଯାଏ। ଗ୍ଲୁକୋଜ ଓ ମଇଦା ରୁଟିର ଜି.ଆଇ. ହେଉଛି ୧୦୦। ଅନ୍ୟ ସବୁ ଖାଦ୍ୟର ଜି.ଆଇ. ୧୦୦ରୁ ତଳେ। ଗ୍ଲାଇସିମିକ୍‌ ଇଣ୍ଡେକ୍ସ ଅନୁସାରେ ଖାଦ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି। ସେଗୁଡିକ ହେଲା- (୧) ନିମ୍ନ ଗ୍ଲାଇସିମିକ୍‌ ଖାଦ୍ୟ ବା ଲୋ ଗ୍ଲାଇସିମିକ୍‌ ଫୁଡ୍‌, (୨) ମଧ୍ୟ ଗ୍ଲାଇସିମିକ୍‌ ଖାଦ୍ୟ ବା ମିଡିୟମ ଗ୍ଲାଇସିମିକ୍‌ ଫୁଡ୍‌ ଏବଂ (୩) ଉଚ୍ଚ ଗ୍ଲାଇସିମିକ୍‌ ଖାଦ୍ୟ ବା ହାଇ ଗ୍ଲାଇସିମିକ୍‌ ଫୁଡ୍‌।
ନିମ୍ନ ଗ୍ଲାଇସିମିକ୍‌ ଖାଦ୍ୟଗୁଡ଼ିକର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ମୂଲ୍ୟ ୫୫ କିମ୍ବା ୫୫ରୁ କମ୍‌। ଷ୍ଟାର୍ଚ ନ ଥିବା ଫଳ, ପ୍ରକ୍ରିୟାକୃତ ହୋଇ ନ ଥିବା ଶସ୍ୟଦାନା, ସବୁ ପ୍ରକାରର ଡାଲି, ପନିପରିବା ଇତ୍ୟାଦି ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ। ଶାଗ, ଚିନାବାଦାମ, ଅମୃତଭଣ୍ଡା, ସେଓ, ନାସପାତି, ପିଜୁଳି, କମଳା, ପାଳଙ୍ଗ, ବାଇଗଣ, ବ୍ରୋକୋଲି, ଟମାଟୋ, ସିମେଇ, ସୋୟା, ଓଟ୍‌ସ ଭଳି ଖାଦ୍ୟ ତନ୍ତୁବିହୀନ କିମ୍ବା କମ୍‌ ଖାଦ୍ୟତନ୍ତୁ ଥିବା ଖାଦ୍ୟ ନିମ୍ନ ଜି.ଆଇ. ବିଶିଷ୍ଟ। ଏହିସବୁ ଖାଦ୍ୟ ଖାଇଲେ ସେଥିରେ ଥିବା କାର୍ବୋହାଇଡ୍ରେଟ୍‌ ଧୀରେ ଧୀରେ ହଜମ ହୋଇ ଅନ୍ତନଳୀରୁ ଗ୍ଲୁକୋଜ୍‌ ଧୀରେ ଧୀରେ ଅବଶୋଷିତ ହୋଇଯାଏ। ଫଳରେ ରକ୍ତରେ ଗ୍ଲୁକୋଜର ମାତ୍ରା ମନ୍ଥର ହାରରେ ବୃଦ୍ଧି ପାଏ। ଏହିସବୁ ଖାଦ୍ୟ ଡାଇବେଟିସ୍‌ ନିୟନ୍ତ୍ରଣ ଏବଂ ଓଜନ ନିୟନ୍ତ୍ରଣ ପାଇଁ ବେଶି ଉପଯୋଗୀ।
ମଧ୍ୟ ଗ୍ଲାଇସିମିକ୍‌ ଖାଦ୍ୟଗୁଡ଼ିକର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ୫୫-୬୯। ବୋଳ ଚାଉଳ, ବାସମତି ଚାଉଳ, ମକା, ପାଚିଲା କଦଳୀ ଇଦ୍ୟାଦି ଏହାର ଅନ୍ତର୍ଭୁକ୍ତ।
ଉଚ୍ଚ ଗ୍ଲାଇସିମିକ୍‌ ଖାଦ୍ୟଗୁଡ଼ିକର ଗ୍ଲାଇସିମିକ୍‌ ଇଣ୍ଡେକ୍ସ ୭୦ରୁ ବେଶି। ଏଭଳି ଖାଦ୍ୟ ଅତି କମ୍‌ ସମୟ ଭିତରେ ରକ୍ତଗ୍ଲୁୂକୋଜର ମାତ୍ରା ବୃଦ୍ଧି କରିପକାଏ। ଏହି ପ୍ରକାର ଖାଦ୍ୟକୁ ପ୍ରତିଦିନ ନିୟମିତ ଭାବରେ ଖାଇ ଚାଲିଲେ ଏହାର ମୁକାବିଲା କରିବାକୁ ଅଗ୍ନ୍ୟାଶୟ ବା ପାନ୍‌କ୍ରିଆସରୁ ବେଶି ବେଶି ଇନ୍‌ସୁଲିନ୍‌ କ୍ଷରିତ ହୁଏ ଏବଂ ଏହାର ପରିମାଣରେ କ୍ରମେ ଜାତ ହୋଇପାରେ ପୃଥୁଳତା, ଇନ୍‌ସୁଲିନ୍‌ ପ୍ରତି ବିରୋଧତା ଏବଂ ଡାଇବେଟିସ୍‌। ଉଚ୍ଚ ଗ୍ଲାଇସିମିକ୍‌ ଖାଦ୍ୟ ସହଜରେ ହଜମ ହୋଇଥାଏ। ଆଳୁ, ସଫା ଚାଉଳ ଭାତ, ଚୋକଡ ନ ଥିବା ଅଟା, ମଇଦାରେ ପ୍ରସ୍ତୁତ ରୁଟି, ମିଶ୍ରି, ଚିନି, ଗୁଡ, ମହୁ, ସବୁପ୍ରକାର ମିଷ୍ଟାନ, ମିଠା ସରବତ, କର୍ନଫ୍ଲେକ୍ସ, କୁକିଜ୍‌, କେକ୍‌, ପାଉଁରୁଟି, ବିସ୍କୁଟ, ଭଜା, ଛଣା ଖାଦ୍ୟ, ସପୁରି, ଫଳରସ (ଗାଜର ଓ ବିଟ୍‌ର ରସ) ଇତ୍ୟାଦି ଉଚ୍ଚ ଗ୍ଲାଇସିମିକ୍‌ ଇଣ୍ଡେକ୍ସ ବିଶିଷ୍ଟ।
ଗ୍ଲାଇସିମିକ୍‌ ଇଣ୍ଡେକ୍ସକୁ ପ୍ରଭାବିତ କରୁଥିବା କାରକ
-ଖାଦ୍ୟର ଶକ୍ତିମୂଲ୍ୟ ବା କ୍ୟାଲୋରି ଭାଲ୍ୟୁ ସମାନ ରହିଥିଲେ ମଧ୍ୟ ଗ୍ଲାଇସିମିକ୍‌ ଇଣ୍ଡେକ୍ସର ମୂଲ୍ୟ ଅଲଗା ଅଲଗା ହୋଇପାରେ। କାରଣ ସେଥିରେ ଥିବା କାର୍ବୋହାଇଡ୍ରେଟ୍‌ର ପ୍ରକାର ଓ ପରିମାଣ, ହଜମ ହେବାର ହାର, ରକ୍ତ ଗ୍ଲୁକୋଜ୍‌ ଉପରେ ପ୍ରଭାବ, ଖାଦ୍ୟତନ୍ତୁ, ପ୍ରୋଟିନ ଓ ଫ୍ୟାଟ୍‌ର ପରିମାଣ ଭିନ୍ନ ଭିନ୍ନ।
-ଖାଦ୍ୟର ପ୍ରକ୍ରିୟାକରଣ ମଧ୍ୟ ଜି.ଆଇ.କୁ ପ୍ରଭାବିତ କରିଥାଏ। ଢିଙ୍କି କୁଟା ବୋଳ ଚାଉଳ ଏବଂ ଚୋକଡ଼ ମିଶା ଅଟାର ଜି.ଆଇ. କମ୍‌। କଳ କୁଟା ସଫା ଚାଉଳ ଓ ମଇଦାର ଜି.ଆଇ. ବେଶି। ଗୋଟା ଫଳରେ ଜି.ଆଇ. କମ୍‌ ଏବଂ ଫଳରସରେ ଜି.ଆଇ. ବେଶି ରହିଥାଏ।
-ଖାଦ୍ୟରେ ବେଶି ପ୍ରୋଟିନ, ଫ୍ୟାଟ୍‌ ଓ ଖାଦ୍ୟତନ୍ତୁ ଥିଲେ ତାହାର ଜି.ଆଇ. କମ୍‌।
-ଦରପାଚିଲା ଫଳରେ ଜି.ଆଇ. କମ୍‌। ପାଚିଲା ଫଳରେ ଜି.ଆଇ. ବେଶି।
-ନୂଆ ଆଳୁ ତୁଳନାରେ ପୁରୁଣା ଆଳୁରେ ଜି.ଆଇ. ବେଶି।
-ରୋଷେଇବାସ ମଧ୍ୟ ଜି.ଆଇ.କୁ ପ୍ରଭାବିତ କରିଥାଏ। ବେଶି ସମୟ ଧରି ସିଝେଇଲେ ଜି.ଆଇ. ବଢ଼ିଯାଏ।
-ସେକା ଓ ପୋଡ଼ା ଆଳୁ ତୁଳନାରେ ଆଳୁ ଭଜାରେ ଜି.ଆଇ. ମାତ୍ରା ଅଧିକ।
-ଛୋଟ ଚାଉଳରେ ଜି.ଆଇ. କମ୍‌, ଲମ୍ବା ଚାଉଳରେ ଜି.ଆଇ. ବେଶି। ବାସମତି ଚାଉଳରେ ଜି.ଆଇ. କମ୍‌। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’,ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡାନାସୀ, କଟକ-୧୪
ମୋ : ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଇ ଘୋଷାଡ଼ି ନେଲା ବୋଲେରୋ: ଚାଲିଗଲା ସ୍ବାମୀଙ୍କ ଜୀବନ, ସ୍ତ୍ରୀ ଗୁରୁତର

ଗୋଡ଼ଭଗା,୩୧ା୧(ସୁରେଶ ଦାଶ): ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ଗୋଡ଼ଭଗା ମାରୱାଡି ଧର୍ମଶାଳା ପାଖରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ କଳାମାଟି ପଞ୍ଚାୟତ ମାଉଲିଭାଗର ହେମସାଗର…

ସୀମାନ୍ତ ଗ୍ରାମରେ ଗୋଷ୍ଠୀ କେନ୍ଦ୍ର ଉଦଘାଟନ କଲା ବ୍ଲକ ପ୍ରଶାସନ 

ପଟ୍ଟାଙ୍ଗି,୩୧।୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ସୀମାନ୍ତ ନେରିଡିବାଲସା ଗ୍ରାମରେ ବ୍ଲକ ପ୍ରଶାସନ ପକ୍ଷରୁ ନବନିର୍ମିତ ଗୋଷ୍ଠୀ କେନ୍ଦ୍ର ଗୃହକୁ…

କାଉନ୍‌ସିଲରଙ୍କ ଘରୁ ଲୁଟ୍‌: ବର୍ଷକର ଝିଅ ବେକରେ ଛୁରୀ ଲଗାଇ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ, ଭୟରେ…

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ବର୍ଷକର ଝିଅ ବେକରେ ଛୁରୀ ଲଗାଇଲେ। ପରେ ମା’ଙ୍କୁ କାବୁ କରି ଘରୁ ସୁନା ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି…

ସୁଧୁରୁନି ପାକିସ୍ତାନ! ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡିଲା ସନ୍ଦିଗ୍ଧ ଡ୍ରୋନ୍‌, ସକ୍ରିୟ ହେଲା… 

ଶ୍ରୀନଗର,୩୧।୧: ସୁଧୁରୁନି ପାକିସ୍ତାନ। ପୁଣି ଜମ୍ମୁ-କଶ୍ମୀରର ଅନ୍ତର୍ଜାତୀୟ ସୀମାରେଖା ନିକଟରେ ଉଡ଼ିଲା ସନ୍ଦିଗ୍ଧ ପାକିସ୍ତାନୀ ଡ୍ରୋନ୍‌। ଏହାକୁ ନେଇ ଭାରତୀୟ ସୁରକ୍ଷାବାହିନୀ ସକ୍ରିୟ ହୋଇପଡ଼ିଥିଲା। ସୁରକ୍ଷାକର୍ମୀମାନେ ସର୍ଚ୍ଚ…

ବରଗଡ଼ର ଗୌରବ: ମାଷ୍ଟର ଗେମ୍‌ରେ ସ୍ବର୍ଣ୍ଣ ପଦକ ହାତେଇଲେ ୨ଭଉଣୀ

ବରଗଡ଼,୩୧।୧(ପ୍ରେମାନନ୍ଦ ଖମାରୀ): ମହାରାଷ୍ଟ୍ରର ମିନାତାଇ ଠାକରେ ଷ୍ଟାଡିୟମ, ନାସିକରେ ପ୍ରଥମ ଯୁନାଇଟେଡ ନ୍ୟାସନାଲ ମାଷ୍ଟର୍ସ ଗେମ୍ସ ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଗତ ୨୮ତାରିଖରୁ ଶନିବାର ପର୍ଯ୍ୟନ୍ତ ଚାଲିଥିବା…

ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ୍‌ କୋର୍ଟ ପ୍ରତିଷ୍ଠା ଦାବି: ହାଇକୋର୍ଟ ଜଷ୍ଟିସଙ୍କ ସହ ଆଲୋଚନା

ଦିଗପହଣ୍ଡି, ୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଅତିରିକ୍ତ ଜିଲା ଜଜ କୋର୍ଟ ପ୍ରତିଷ୍ଠା ପାଇଁସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ ପକ୍ଷରୁ ଦାବି କରାଯାଇଛି। ଶନିବାର…

ଆନ୍ଧ୍ର ପ୍ରଦେଶରେ ଦାଦନ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ତଥ୍ୟ ସଂଗ୍ରହ କଲେ ଶ୍ରମ ଅଧିକାରୀ

ବଘିଆପଡ଼ା,୩୧।୧(ଶ୍ରୀକାନ୍ତ ସାହୁ): ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ବୌଦ୍ଧ ବ୍ଲକ ଟିକରପଡା ପଞ୍ଚାୟତର ବୁରଗୋରା ଗ୍ରାମର ଅରୁଣ ରଣବିଡାଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତଦେହ ଜନ୍ମମାଟିକୁ…

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri