Posted inଫୁରସତ

ରାତିରେ ଚମକେ ଆଖି

ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି
ଉଠିଥିବ ପ୍ରାଣୀଙ୍କ
ଆଖି
ଅନ୍ଧାର ରାତିରେ ଚମକେ କାହିଁକି? ଏଥର ଜାଣିବା ଏହାର କାରଣ..

ରାତିର ଅନ୍ଧକାରରେ ଅନେକ ସମୟରେ ଚିକ୍‌ମିକ୍‌ ଚଳୁଥିବା ଦୁଇଟି ଆଖି ଦେଖାଯାଏ। ଦେହ ଭୟରେ ଶିହରୀ ଯାଏ। କିନ୍ତୁ ଯେବେ ଜଣାପଡ଼େ ଯେ, ସେଇ ଚମକୁଥିବା ଆଖି ଏକ ବିଲେଇର ଆଶ୍ୱସ୍ତିବୋଧ ହୁଏ। ତେବେ ଏଭଳି ହେବାପଛର କାରଣ ହେଉଛି କିଛି ରାତ୍ରିକାଳୀନ ପ୍ରାଣୀଙ୍କ ଆଖିଡୋଳା ପଛପଟେ ଥିବା ଏକ ବିଶେଷପ୍ରକାରର ଚମକଦାର ଆସ୍ତରଣ ବା ରିଫ୍ଲେକ୍ଟିଭ ଲେୟର, ଯାହାକୁ ‘ଟେପିଟମ ଲୁସିଡମ’ କୁହାଯାଏ। ଆଖିର ଫୋଟୋରିସେପ୍ଟର୍ସ ମାଧ୍ୟମରେ ଅବଶୋଷିତ ପ୍ରକାଶର ମାତ୍ରାକୁ ଏହି ଟେପିଟମ ଲୁସିଡମ୍‌ ବଢାଇ ଦେଇଥାଏ। ଏହାକୁ ଏମିତି ବି କୁହାଯାଇପାରେ ଯେ, ଏହି ଆସ୍ତରଣ ଆଲୋକକୁ ପ୍ରତିଫଳିତ କରିଥାଏ ଓ ଏହି ଆସ୍ତରଣ ଦ୍ୱାରା ହିଁ ପ୍ରାଣୀମାନେ ଅନ୍ଧାରରେ ବି ସବୁକିଛି ଭଲଭାବେ ଦେଖିପାରନ୍ତି। ଟେପିଟମ ଲୁସିଡମ ଏମିତି ଏକ ପ୍ରତିବିମ୍ବ କ୍ଷେପକ ପରସ୍ତ ଅଟେ ଯାହା ମେରୁଦଣ୍ଡୀ ପ୍ରାଣୀଙ୍କ ସହ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କଠାରେ ବି ଥାଏ। ଉକ୍ତ ପ୍ରତିବିମ୍ବ କ୍ଷେପକ ପରସ୍ତର କାମ ହେଉଛି ଆଖିରେ ଫୋଟୋ ରିସେପ୍ଟର୍ସ ପାଇଁ ଉପଲବ୍ଧ ଥିବା ପ୍ରକାଶକୁ ବଢାଇବା। ଫୋଟୋ ରିସେପ୍ଟର୍ସ ରେଟିନାରେ ଥିବା ବିଶେଷ ପ୍ରକାରର ନ୍ୟୁରୋନ ଅଟେ ଯାହା ପ୍ରକାଶର ଫୋଟୋନକୁ ଅବଶୋଷିତ କରି ତାକୁ ସଂକେତରେ ପରିବର୍ତ୍ତିତ କରେ। ସରଳ ଭାଷାରେ ଟେପିଟମ ଲୁସିଡମ ହେଉଛି କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଆଖିର ପଛଭାଗରେ ଥିବା ଦର୍ପଣ ଅଟେ, ଯାହା ସାହାଯ୍ୟରେ ରାତ୍ରିକାଳୀନ ପ୍ରାଣୀଙ୍କ ଆଖି ଚମକିଥାଏ। ଟେପିଟମ ଲୁସିଡମର ନିଜର ରଙ୍ଗ ବି ଥାଏ। ଫଳରେ କିଛି ପ୍ରାଣୀଙ୍କ ଆଖିର ଚମକ ରଙ୍ଗ ବିରଙ୍ଗି ଦେଖାଯାଇଥାଏ। ଯେମିତିକି ନୀଳ ରଙ୍ଗର ଚମକଦାର ଆଖି କୁକୁରଙ୍କଠାରେ ଦେଖାଯାଏ। ସବୁଜ ରଙ୍ଗର ଆଖି ବାଘଙ୍କର ଦେଖାଯାଏ। ଆଖିର ରଙ୍ଗ ସେଇ ଖଣିଜ ପଦାର୍ଥ ଉପରେ ବି ନିର୍ଭର କରେ ଯାହା ଦ୍ୱାରା ଟେପିଟମ ଲୁସିଡମ କ୍ରିଷ୍ଟାଲ ତିଆରି ହୋଇଥାଏ।
ତେବେ ପ୍ରାଣୀଙ୍କ ଆଖି ଚମକଦାର ହେବାଦ୍ୱାରା ଆମର ଗୋଟେ ଫାଇଦା ହୁଏ ଯେ, ରାତିରେ ଗଲାବେଳେ ରାସ୍ତାରେ ଥିବା ପ୍ରାଣୀ ଉପରେ ଯେତେବେଳେ ଗାଡିର ଲାଇଟ୍‌ ପଡ଼େ ତା’ର ଆଖି ଚମକିଥାଏ। ଆଉ ଆମେ ରାସ୍ତାରେ କୌଣସି ପ୍ରାଣୀଥିବା ଜାଣିପାରୁ।

 


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri