Posted inଫୁରସତ

ରାତିରେ ଚମକେ ଆଖି

ଅନ୍ଧାର ରାତିରେ ବିଲେଇ ହେଉକି ବିଲୁଆର ଚମକୁଥିବା ଆଖି ଦେଖି କେବେ ଡରିଛନ୍ତି? ଅନେକେ ନିଶ୍ଚୟ ଏଭଳି ସ୍ଥିତିର ସମ୍ମୁଖୀନ ହୋଇଥିବେ। ଆଉ ମନରେ ପ୍ରଶ୍ନ ବି
ଉଠିଥିବ ପ୍ରାଣୀଙ୍କ
ଆଖି
ଅନ୍ଧାର ରାତିରେ ଚମକେ କାହିଁକି? ଏଥର ଜାଣିବା ଏହାର କାରଣ..

ରାତିର ଅନ୍ଧକାରରେ ଅନେକ ସମୟରେ ଚିକ୍‌ମିକ୍‌ ଚଳୁଥିବା ଦୁଇଟି ଆଖି ଦେଖାଯାଏ। ଦେହ ଭୟରେ ଶିହରୀ ଯାଏ। କିନ୍ତୁ ଯେବେ ଜଣାପଡ଼େ ଯେ, ସେଇ ଚମକୁଥିବା ଆଖି ଏକ ବିଲେଇର ଆଶ୍ୱସ୍ତିବୋଧ ହୁଏ। ତେବେ ଏଭଳି ହେବାପଛର କାରଣ ହେଉଛି କିଛି ରାତ୍ରିକାଳୀନ ପ୍ରାଣୀଙ୍କ ଆଖିଡୋଳା ପଛପଟେ ଥିବା ଏକ ବିଶେଷପ୍ରକାରର ଚମକଦାର ଆସ୍ତରଣ ବା ରିଫ୍ଲେକ୍ଟିଭ ଲେୟର, ଯାହାକୁ ‘ଟେପିଟମ ଲୁସିଡମ’ କୁହାଯାଏ। ଆଖିର ଫୋଟୋରିସେପ୍ଟର୍ସ ମାଧ୍ୟମରେ ଅବଶୋଷିତ ପ୍ରକାଶର ମାତ୍ରାକୁ ଏହି ଟେପିଟମ ଲୁସିଡମ୍‌ ବଢାଇ ଦେଇଥାଏ। ଏହାକୁ ଏମିତି ବି କୁହାଯାଇପାରେ ଯେ, ଏହି ଆସ୍ତରଣ ଆଲୋକକୁ ପ୍ରତିଫଳିତ କରିଥାଏ ଓ ଏହି ଆସ୍ତରଣ ଦ୍ୱାରା ହିଁ ପ୍ରାଣୀମାନେ ଅନ୍ଧାରରେ ବି ସବୁକିଛି ଭଲଭାବେ ଦେଖିପାରନ୍ତି। ଟେପିଟମ ଲୁସିଡମ ଏମିତି ଏକ ପ୍ରତିବିମ୍ବ କ୍ଷେପକ ପରସ୍ତ ଅଟେ ଯାହା ମେରୁଦଣ୍ଡୀ ପ୍ରାଣୀଙ୍କ ସହ କିଛି ଅମେରୁଦଣ୍ଡୀ ପ୍ରାଣୀଙ୍କଠାରେ ବି ଥାଏ। ଉକ୍ତ ପ୍ରତିବିମ୍ବ କ୍ଷେପକ ପରସ୍ତର କାମ ହେଉଛି ଆଖିରେ ଫୋଟୋ ରିସେପ୍ଟର୍ସ ପାଇଁ ଉପଲବ୍ଧ ଥିବା ପ୍ରକାଶକୁ ବଢାଇବା। ଫୋଟୋ ରିସେପ୍ଟର୍ସ ରେଟିନାରେ ଥିବା ବିଶେଷ ପ୍ରକାରର ନ୍ୟୁରୋନ ଅଟେ ଯାହା ପ୍ରକାଶର ଫୋଟୋନକୁ ଅବଶୋଷିତ କରି ତାକୁ ସଂକେତରେ ପରିବର୍ତ୍ତିତ କରେ। ସରଳ ଭାଷାରେ ଟେପିଟମ ଲୁସିଡମ ହେଉଛି କିଛି ସ୍ତନ୍ୟପାୟୀ ପ୍ରାଣୀଙ୍କ ଆଖିର ପଛଭାଗରେ ଥିବା ଦର୍ପଣ ଅଟେ, ଯାହା ସାହାଯ୍ୟରେ ରାତ୍ରିକାଳୀନ ପ୍ରାଣୀଙ୍କ ଆଖି ଚମକିଥାଏ। ଟେପିଟମ ଲୁସିଡମର ନିଜର ରଙ୍ଗ ବି ଥାଏ। ଫଳରେ କିଛି ପ୍ରାଣୀଙ୍କ ଆଖିର ଚମକ ରଙ୍ଗ ବିରଙ୍ଗି ଦେଖାଯାଇଥାଏ। ଯେମିତିକି ନୀଳ ରଙ୍ଗର ଚମକଦାର ଆଖି କୁକୁରଙ୍କଠାରେ ଦେଖାଯାଏ। ସବୁଜ ରଙ୍ଗର ଆଖି ବାଘଙ୍କର ଦେଖାଯାଏ। ଆଖିର ରଙ୍ଗ ସେଇ ଖଣିଜ ପଦାର୍ଥ ଉପରେ ବି ନିର୍ଭର କରେ ଯାହା ଦ୍ୱାରା ଟେପିଟମ ଲୁସିଡମ କ୍ରିଷ୍ଟାଲ ତିଆରି ହୋଇଥାଏ।
ତେବେ ପ୍ରାଣୀଙ୍କ ଆଖି ଚମକଦାର ହେବାଦ୍ୱାରା ଆମର ଗୋଟେ ଫାଇଦା ହୁଏ ଯେ, ରାତିରେ ଗଲାବେଳେ ରାସ୍ତାରେ ଥିବା ପ୍ରାଣୀ ଉପରେ ଯେତେବେଳେ ଗାଡିର ଲାଇଟ୍‌ ପଡ଼େ ତା’ର ଆଖି ଚମକିଥାଏ। ଆଉ ଆମେ ରାସ୍ତାରେ କୌଣସି ପ୍ରାଣୀଥିବା ଜାଣିପାରୁ।

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri