ବିଶ୍ୱତାପନ ଲକ୍ଷ୍ୟ

ଦୁନିଆ ଜଳୁଛି ଏବଂ ଆମର ରାଜନୈତିକ ନେତାମାନେ ଆମକୁ ବିଫଳ କରୁଛନ୍ତି। ତାପମାତ୍ରା ଉଦ୍‌ବେଗଜନକ ହାରରେ ବଢ଼ୁଥିବାରୁ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରେ ସୀମିତ ରଖିବା ସମ୍ଭବ ବୋଲି ଖୁବ୍‌ କମ୍‌ ଲୋକ ବିଶ୍ୱାସ କରୁଥିବା ମନେହେଉଛି। ପ୍ୟାରିସ୍‌ ଜଳବାୟୁ ଚୁକ୍ତିନାମା ଅନୁଯାୟୀ ବିଶ୍ୱର ସରକାରଗୁଡ଼ିକ ସେମାନଙ୍କ ଦାୟିତ୍ୱ ପୂରଣ କରିବାରେ ବିଫଳ ହୋଇଥିବାରୁ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ସୀମା ତଳେ ରଖିବା ପାଇଁ ବାଟ ବନ୍ଦ ହୋଇଯାଇଛି। କିନ୍ତୁ କେତେଜଣ ବିଶିଷ୍ଟ ସମୀକ୍ଷକ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଟାର୍ଗେଟ ଶେଷ ହୋଇଯାଇଛି ବୋଲି ଘୋଷଣା କରୁଥିବାବେଳେ ମୁଁ ବିପରୀତ ସିଦ୍ଧାନ୍ତରେ ପହଞ୍ଚତ୍ଛି ଯେ, ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ସୀମା ମଧ୍ୟରେ ବିଶ୍ୱତାପନକୁ ରଖିବାର ଆଶା ମଉଳି ଯିବ ନାହିଁ। ଏହା ନିଶ୍ଚିତ ଯେ, ବିଶ୍ୱ ଏକ ଗମ୍ଭୀର ଅବସ୍ଥାରେ ଅଛି। ବୈଶ୍ୱିକ ଜଳବାୟୁ ପରିବର୍ତ୍ତନ ସୂଚକାଙ୍କ ଉପରେ ପ୍ରକାଶିତ ଚଳିତବର୍ଷର ରିପୋର୍ଟ ଅନୁଯାୟୀ, ଶିଳ୍ପ ବିପ୍ଳବ ଆରମ୍ଭରୁ ବାୟୁମଣ୍ଡଳକୁ ନିର୍ଗମନ ହୋଇଥିବା ଗ୍ରୀନ୍‌ ହାଉସ୍‌-ଗ୍ୟାସ୍‌ ବା ସବୁଜ ଗୃହ ବାଷ୍ପ (ଜିଏଚ୍‌ଜି) ନିର୍ଗମନ ପୃଥିବୀକୁ ପ୍ରାୟ ୧.୩ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତପ୍ତ କରିସାରଛି। ମୋ ସମେତ ଅନ୍ୟ ଜଳବାୟୁ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଅଧ୍ୟୟନଗୁଡିକ ଦର୍ଶାଏ ଯେ, ସ୍ଥିରୀକୃତ ଗୁରୁତ୍ୱପୂର୍ଣ୍ଣ ଜଳବାୟୁ ଲକ୍ଷ୍ୟ ପୂରଣ ହେଉନାହିଁ। ସାମ୍ପ୍ରତିକ ନୀତି ଅନୁଯାୟୀ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ୨.୫-୩ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।
ବିଶ୍ୱର ସରକାରଗୁଡ଼ିକ ସମସ୍ତ ଜଳବାୟୁ ପ୍ରତିଶ୍ରୁତି ପୂରଣ କଲେ ମଧ୍ୟ ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ କମ୍‌ରେ ରଖିବାରେ ସଫଳ ହେବା ସମ୍ଭାବନା କମ୍‌। ଏହା ସହିତ ଜୀବାଶ୍ମ-ଇନ୍ଧନ ଶିଳ୍ପ ପଦକ୍ଷେପରେ ବିଳମ୍ବ, ସେମାନଙ୍କ ତ୍ରୁଟିପୂର୍ଣ୍ଣ ପ୍ରଦୂଷଣ ବ୍ୟବସାୟିକ କାର୍ଯ୍ୟକଳାପ ଏବଂ ନିଜେ ସ୍ଥିର କରୁଥିବା ନିର୍ଗମନ ଲକ୍ଷ୍ୟ ଉପରେ ପଛଘୁଞ୍ଚା ଦେଉଛନ୍ତି। ଏହା ମଧ୍ୟ ଅଧିକ ସ୍ପଷ୍ଟ ଯେ, ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ତଳେ ରହିବାର ଆଶା ବାସ୍ତବରେ କ୍ଷୀଣ। ଫଳସ୍ବରୂପ, ଜଳବାୟୁ ବୈଜ୍ଞାନିକମାନେ ଅନୁମାନ କରନ୍ତି ଯେ, ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ସୀମା ଅତିକ୍ରମ କରିବାକୁ ଯାଉଛି। କିନ୍ତୁ ସୁରକ୍ଷା ସୀମା ଅତିକ୍ରମ କଲେ ଯେପରି ବିପଦଗୁଡ଼ିକ ଟଳେ ନାହିଁ, ସେମିତି ଆମେ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଅତିକ୍ରମ କରିବା ପରେ ବି ପ୍ୟାରିସ୍‌ ଚୁକ୍ତିନାମାର ଜଳବାୟୁ ପ୍ରତିଶ୍ରୁତି ଶେଷ ହୋଇ ନାହିଁ ବୋଲି ଧରିନେବାକୁ ହେବ। ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଏକ ରାଜନୈତିକ ଲକ୍ଷ୍ୟ ହୋଇଥିବାବେଳେ ଏହାକୁ ହଠାତ୍‌ କିମ୍ବା ଅପ୍ରତ୍ୟାଶିତ ଭାବେ ନିଆଯାଇନଥିଲା। ଏହା ହେଉଛି ଏକ ବୈଜ୍ଞାନିକସମ୍ମତ ସୂଚିତ ସୀମା। ପ୍ରଥମେ ଛୋଟ ଦ୍ୱୀପଦେଶଗୁଡ଼ିକ ଏହାକୁ ସମର୍ଥନ କରିଥିଲେ ଏବଂ ପରେ ଉଚ୍ଚାଭିଳାଷୀ ଦେଶଗୁଡ଼ିକର ଏକ ମିଳିତ ମଞ୍ଚ ଦ୍ୱାରା ଏହା ସମର୍ଥନ ପାଇଥିଲା।
ବର୍ତ୍ତମାନ ସୁଦ୍ଧା ଅନେକ ସରକାରଙ୍କ ପାଇଁ ଏହା ସ୍ପଷ୍ଟ ହୋଇଛି ଯେ, ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ହେବାକୁ ଦେଲେ ଅସହନୀୟ ସାମାଜିକ ବିପଦ ସୃଷ୍ଟି ହେବ, ବିକାଶ ବାଧାପ୍ରାପ୍ତ ହେବ ଏବଂ ଦୁର୍ବଳ ସମ୍ପ୍ରଦାୟ ତଥା ସେମାନଙ୍କ ସଂସ୍କୃତି ଉପରେ ଏକ ବଡ଼ ବିପଦ ଆଣିବ। ତେବେ ନିରାପଦ ଏବଂ ବିପଜ୍ଜନକ ତାପନର ସୀମାରେଖା ଦିନକୁଦିନ ଅସ୍ପଷ୍ଟ ହୋଇଯାଉଛି। ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଦେଖାଯାଉଥିବାରୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ମଧ୍ୟ ବିପଜ୍ଜନକ ଏବଂ ଏହାକୁ ଆୟତ୍ତ କରିବା ପାଇଁ ଆମ ସମାଜଗୁଡ଼ିକ ପ୍ରସ୍ତୁତ ନୁହନ୍ତି। ବିଶ୍ୱ ୧ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତପ୍ତ ହେଲେ କ’ଣ ଘଟେ, ତାହା ଆମେ ବିଗତ ୨୦ ବର୍ଷ ମଧ୍ୟରେ ଅନୁଭବ କରିଛୁ। କୌଣସି ଅଞ୍ଚଳ ଏହାର ପ୍ରଭାବରୁ ରକ୍ଷା ପାଇନାହାନ୍ତି। ଅତ୍ୟଧିକ ଦେଶ ଅଗ୍ନିକାଣ୍ଡ, ବନ୍ୟା ଏବଂ ଝଡ଼ର ସମ୍ମୁଖୀନ ହେଉଛନ୍ତି। ଫଳସ୍ବରୂପ ବ୍ୟାପକ ଧନ ଜୀବନ କ୍ଷତି ଘଟୁଛି। ୨୦୦୦ରୁ ୨୦୧୯ ମଧ୍ୟରେ ଜଳବାୟୁଜନିତ ବିପର୍ଯ୍ୟୟ ଯୋଗୁ ୫ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହେବା ସହ ଆନୁମାନିକ ୨ ଟ୍ରିଲିୟନ ଡଲାରରୁ ଅଧିକ କ୍ଷତି ଘଟିଛି ଏବଂ ଏହା ଦ୍ୱାରା ବିଶ୍ୱର ପ୍ରାୟ ୪ ବିଲିୟନ ଲୋକ ପ୍ରଭାବିତ ହୋଇଛନ୍ତି। ଏପରିକି ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଉତ୍ତାପରେ, ୭ଟି ପ୍ରଜାତି ଜୀବଙ୍କ ମଧ୍ୟରୁ ଗୋଟିଏ ପ୍ରଜାତି ବିଲୁପ୍ତ ହେବ, ଟ୍ରପିକାଲ ପ୍ରବାଳ ପାଚେରି (କୋରାଲ ରିଫ୍‌) ପରି ଜଟିଳ ଇକୋସିଷ୍ଟମ ବା ଜୈବମଣ୍ଡଳ ବିନାଶର ସମ୍ମୁଖୀନ ହେବ। ଏହା ସହ ଆମ ପ୍ରପିତାମହମାନେ ଜୀବନରେ ଥରେ ଅନୁଭବ କରିଥିବା ଅତ୍ୟଧିକ ଗ୍ରୀଷ୍ମପ୍ରବାହ ଭଳି ସ୍ଥିତିକୁ ହାରାହାରି ପ୍ରତି ଛଅ ବର୍ଷରେ ଆମେ ଅନୁଭବ କରିବୁ। ଅନେକ ଶତାବ୍ଦୀ ଧରି ଜମାଟ ବାନ୍ଧିଥିବା ବରଫ ତରଳିବା ଯୋଗୁ ସମୁଦ୍ର ପତ୍ତନ ବୃଦ୍ଧି ପାଇବ ଏବଂ ଲଣ୍ଡନ, ନ୍ୟୁୟର୍କ, ସାଂଘାଇ ଓ କୋଲକାତା ସହରକୁ ଡୁବାଇ ଦେବ। ଦୁର୍ବଳ ତଥା ଅସହାୟ ସମ୍ପ୍ରଦାୟ ଦାରିଦ୍ର୍ୟରୁ ମୁକ୍ତି ପାଇବା ଲାଗି କରୁଥିବା ଉଦ୍ୟମ ହ୍ରାସ ହେବ ଏବଂ ପ୍ରତ୍ୟେକ ଦେଶର ଆର୍ଥିକ ବିକାଶରେ ବାଧା ସୃଷ୍ଟି ହେବ।
ଏସବୁକୁ ବିଚାର କଲେ ଏହା ସ୍ପଷ୍ଟ ଯେ, ବିଶ୍ୱତାପନକୁ ସୀମିତ କରିବା ହେଉଛି ଏକ ସାମାଜିକ ନ୍ୟାୟ, ମାନବ ଅଧିକାର ଏବଂ ଦୀର୍ଘମିଆଦୀ ବିକାଶର ବିଷୟ। ଏବଂ ଆମେ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ସୀମା ଅତିକ୍ରମ କଲେ ମଧ୍ୟ ଏହିସବୁ ବିଷୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ବିଶ୍ୱତାପନ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ହେଲେ ଅପ୍ରତ୍ୟାଶିତ ରାଜନୈତିକ ପରିଣାମ ସାମ୍ନାକୁ ଆସିବ, କାରଣ ଜଳବାୟୁ ସମ୍ବନ୍ଧୀୟ କ୍ଷୟକ୍ଷତି ବଢ଼ୁଥିବାରୁ କ୍ଷତିପୂରଣ ଦାବି ବୃଦ୍ଧି ପାଇବ। ଏହା ବ୍ୟତୀତ ସବୁଜ ବାଷ୍ପ ନିର୍ଗମନ ହ୍ରାସ କରିବାର ରାଜନୈତିକ ପଦକ୍ଷେପଗୁଡ଼ିକ ପୂର୍ବରୁ ହୋଇଥିବା ପ୍ୟାରିସ୍‌ ଚୁକ୍ତିନାମା ଅନୁଯାୟୀ ସୁସଙ୍ଗତ ହେବ। ବିଶ୍ୱତାପନକୁ ରୋକିବା ଲାଗି ପ୍ୟାରିସ୍‌ ଚୁକ୍ତିନାମା ଆଶା କରେ ଯେ, ଦେଶଗୁଡ଼ିକ ନିର୍ଗମନ-ହ୍ରାସ ଯୋଜନା କାର୍ଯ୍ୟକାରୀ କରିବେ, ଯାହା ସେମାନଙ୍କର ସର୍ବୋଚ୍ଚ ଅଭିଳାଷକୁ ପ୍ରତିପାଦିତ କରେ। ସରକାରଗୁଡ଼ିକ ଏହି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେଉଥିବାବେଳେ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ରୁ ଅଧିକ ହେଲେ ବି ସେମାନଙ୍କର ଦାୟିତ୍ୱରେ କୌଣସି ପରିବର୍ତ୍ତନ ହେବ ନାହିଁ। ପ୍ରକୃତରେ, ତାପମାତ୍ରା ବଢ଼ୁଥିବାରୁ ଏହିସବୁ ପ୍ରତିବଦ୍ଧତା ପୂରଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱତାପନକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ପାଖାପାଖି ରଖିବାର ସମ୍ଭାବନାକୁ ଦୃଢ଼ କରିବାର ଏକମାତ୍ର ଉପାୟ ହେଉଛି ଭବିଷ୍ୟତରେ ୨୦୩୫ ପର୍ଯ୍ୟନ୍ତ ପ୍ରତିବର୍ଷ ନିର୍ଗମନ ହ୍ରାସ ଉପରେ ମହତ୍ତ୍ୱାକାଂକ୍ଷୀ ପ୍ରତିଶ୍ରୁତି ଦେବା ଏବଂ ତାହାକୁ କାର୍ଯ୍ୟକାରୀ କରିବା।
ଆମେ ୧.୫ ଡିଗ୍ରୀ ସେଲ୍‌ସିୟସ୍‌କୁ ଧୀରେ ଧୀରେ ଟପିବାକୁ ଯାଉଚୁ। ଯଦି ଏହି ଧାରାକୁ ରୋକି ନ ପାରିଲେ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ଲକ୍ଷ୍ୟ ପ୍ରାସଙ୍ଗିକ ହୋଇ ରହିବ। ଏକ ଡିଗ୍ରୀର ପ୍ରତ୍ୟେକ ଭାଗ ଗଣନା କରାଯାଏ ଏବଂ ସେଥିପାଇଁ ବୈଶ୍ୱିକ ଜଳବାୟୁ ପଦକ୍ଷେପଗୁଡ଼ିକ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ସୀମାକୁ ସୀମିତ ରଖିବା ଏବଂ ଯଥାଶୀଘ୍ର ନିରାପଦ ସ୍ତରକୁ ଫେରିବା ଉପରେ ଧ୍ୟାନ ଦେବା ଆବଶ୍ୟକ। ବିଶ୍ୱର ସବୁଜ ଗୃହ ବାଷ୍ପର ଶୂନ ନିର୍ଗମନ ସ୍ତର ହାସଲ କରିବା ପାଇଁ ପ୍ୟାରିସ୍‌ ଚୁକ୍ତିନାମାର ଲକ୍ଷ୍ୟ ବିଶେଷକରି ଅତ୍ୟଧିକ ଉତ୍ତାପ ରୋକିବାରେ ସାହାଯ୍ୟ କରିପାରେ। ଏକ ନିରାପଦ ଏବଂ ଜୀବନ୍ତ ଗ୍ରହ ବଜାୟ ରଖିବା ପାଇଁ ଆମକୁ ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ସୀମା ଉପରେ ନଜର ରଖିବାକୁ ହେବ ଏବଂ ନିଶ୍ଚିତ ଯେ, ଏହାକୁ ଅନୁସରଣ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା।

  • ଜୋଏରି ରୋଗେଲ୍‌ଜି
    ପ୍ରଫେସର, ଗ୍ରନ୍ଥାମ ଇନ୍‌ଷ୍ଟିଚ୍ୟୁଟ ଫର୍‌ କ୍ଲାଇମେଟ ଚେଞ୍ଜ ଆଣ୍ଡ୍‌ ଦି ଏନ୍‌ଭାଇରନ୍‌ମେଣ୍ଟ
    (ଇମ୍ପେରିଆଲ କଲେଜ ଲଣ୍ଡନ)

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri