ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ ନିନ୍ଦା କରିଛନ୍ତି। ଦେଶରେ କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି ଗୁରୁବାର ମୋଦି ଟୁଇଟ୍‌ କରି କହିଛନ୍ତି। ଗଣତାନ୍ତ୍ରିକ ଶାସନରେ ଏଭଳି ହିଂସାକାଣ୍ଡ ଶୋଭନୀୟ ନୁହେଁ ବୋଲି ମୋଦି ପ୍ରକାଶ କରିଛନ୍ତି। ପ୍ରଦର୍ଶନ ଦ୍ୱାରା ଲୋକତାନ୍ତ୍ରିକ ପ୍ରକ୍ରିୟାକୁ କ୍ଷତି ପହଞ୍ଚାଇବା ଠିକ୍‌ ନୁହେଁ। ଆଇନର ଉଲ୍ଲଂଘନ କରି ପ୍ରଦର୍ଶନ କରିବା କେବେ ମଧ୍ୟ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ସେହିପରି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ କହିଛନ୍ତି ଯେ, ଆମେରିକାର ଗଣତାନ୍ତ୍ରିକ ପ୍ରକ୍ରିୟା ପୃଥିବୀ ପାଇଁ ଏକ ଉଦାହରଣ। ସେଠାରେ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ। ୟୁରୋପିଆନ୍‌ ପାର୍ଲାମେଣ୍ଟ୍‌ ଅଧ୍ୟକ୍ଷ ଡେଭିଡ୍‌ ସାସୋଲି ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକରନ୍‌ ଟୁଇଟ୍‌ କରି କହିଛନ୍ତି ଯେ, ଏଭଳି ଘଟଣା ଦ୍ୱାରା ଗଣତନ୍ତ୍ର ଉପରୁ ବିଶ୍ୱାସ ଉଠିବା ଭଳି ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ମାକରନ୍‌ ଏନେଇ ଏକ ଭିଡିଓ ଅପଲୋଡ୍‌ କରିଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡେଉ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି। ଶୀଘ୍ର ଆମେରିକାରେ ଶାନ୍ତି ଫେରିବା ସହିତ ସ୍ବାଭାବିକ ସ୍ଥିତି ସୃଷ୍ଟି ହେଉ ବୋଲି ସେ କାମନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପାଇଁ ରାତି ୨ଟାରେ ମନ୍ଦିରରେ ପହଞ୍ଚିଥିଲେ କିରଣ ବେଦି

ନୂଆଦିଲ୍ଲୀ,୯।୬: ଦେଶର ପ୍ରଥମ ମହିଳା ଆଇପିଏସ୍‌ ଅଫିସର କିରଣ ବେଦି ରବିବାର ୭୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୯ ଜୁନ୍‌ ୯ରେ ପଞ୍ଜାବର ଅମୃତସରଠାରେ...

ସୀମାରୁ ପର୍ଯ୍ୟାୟକ୍ରମେ ହଟୁଛନ୍ତି ସେନା

ଡେରାଡୁନ,୧୪ା୬(ପି.ଟି.): ପୂର୍ବ ଲଦାଖ ବିବାଦକୁ ନେଇ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସେନା ଅଧିକାରୀସ୍ତରୀୟ ଆଲୋଚନା ଫଳପ୍ରଦ ହୋଇଛି। ଗଲଓ୍ବାନ ଉପତ୍ୟକାରୁ ଉଭୟ ପକ୍ଷର...

ଆରୋଗ୍ୟ ନ ହେବା ଭଳି ରୋଗରେ ପୀଡିତ କଂଗ୍ରେସ: ମୋଦି

ସୋନିପଥ,୧୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ଯାଇଛନ୍ତି। ହରିୟାଣା ସୋନିପଥର ଗୋହାନାଠାରେ ସେ ଏକ ଜନସଭାକୁ ସମ୍ବୋଧନ ଦେବା...

‘ଭାରତ ବନ୍ଦ’ ସମର୍ଥନରେ ୧୮ରୁ ଅଧିକ ବିପକ୍ଷ ଦଳ

ନୂଆଦିଲ୍ଲୀ,୬।୧୨:ଦିଲ୍ଲୀ ସୀମାରେ କୃଷକମାନେ ସେମାନଙ୍କର ଦାବି ଗ୍ରହଣ କରିବାକୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସରକାରଙ୍କ ବିରୋଧରେ କୃଷକଙ୍କ ପକ୍ଷରୁ ଭାରତ ବନ୍ଦ...

ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଡିସିଜିଆଇରେ କଲା ଆବେଦନ: ଜରୁରୀକାଳୀନ ସ୍ଥିତିରେ ଦିଆଯିବ କୋଭିଶିଲ୍ଡ

ନୂଆଦିଲ୍ଲୀ,୭।୧୨: ଭାରତରେ ଜରୁରୀକାଳୀନ ସ୍ଥିତିରେ ସିରମ୍‌ ଇନଷ୍ଟିଚ୍ୟୁଟ୍‌ ଏବଂ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଏବଂ ବ୍ରିଟିଶ୍‌ ଡ୍ରଗ୍‌ ନିର୍ମାତା ଆଷ୍ଟ୍ରାଜେନିକା ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ହୋଇଥିବା...

ଗୁଜରାଟରେ ହେବ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା

ନୂଆଦିଲ୍ଲୀ, ୨୧।୧୨: ଭାରତରେ ବିଶ୍ୱର ସର୍ବବୃହତ୍‌ ଚିଡ଼ିଆଖାନା ନିର୍ମାଣ ହେବାକୁ ଯାଉଛି। ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ (ଆରଆଇଏଲ୍‌) ଗୁଜରାଟର ଜାମନଗରରେ ଏହି ବୃହତ୍‌...

ମୁମ୍ବାଇରେ କରୋନା ସଂକ୍ରମଣ ୮୯ ପ୍ରତିଶତ ବୃଦ୍ଧି

ମୁମ୍ବାଇ,୯।୩: କରୋନା ସଂକ୍ରମଣ ଯୋଗୁ ମହାରାଷ୍ଟ୍ରରେ ଆତଙ୍କ ଦେଖାଦେଇଛି। ମୁମ୍ବାଇରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୮୯.୨୫ ପ୍ରତିଶତ ବୃଦ୍ଧି ଘଟିଛି।...

୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର...

Advertisement


Archives

Model This Week

Why Dharitri