ପୃଥିବୀରେ ରାସାୟନିକ ସାର ସଙ୍କଟ…

ଓ୍ବାଶିଂଟନ,୧୨।୧୧ : କମ ଖାଦ୍ୟ ଉତ୍ପାଦନର ଭୟ ଏବେ ଏସିଆ ଏବଂ ଆଫ୍ରିକାର ଏକ ବଡ଼ ଅଂଶରେ ଦେଖାଦେଇଛି। ଏହା ପଛରେ ଏକ ପ୍ରମୁଖ କାରଣ ହେଉଛି ରାସାୟନିକ ସାରର ଦ୍ରୁତ ଗତିରେ ଜାରି ରହିଥିବା ମୂଲ୍ୟ ବୃଦ୍ଧି। ଯାହା ହେତୁ ଚାଷୀଙ୍କ ପାଇଁ ରାସାୟନିକ ସାର ପାଇବା କଷ୍ଟକର ହୋଇପଡିଛି। ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ବିଶ୍ୱରେ ପୂର୍ବରୁ ସୃଷ୍ଟି ହୋଇଥିବା ଖାଦ୍ୟ ସଙ୍କଟ କମ ଫସଲ ଉତ୍ପାଦନ ଯୋଗୁ ଅଧିକ ଗୁରୁତର ରୂପ ନେଇପାରେ।

ରୁଷିଆ ୟୁକ୍ରେନରେ ସୱତନ୍ତ୍ର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବା ପରେ ପାଶ୍ଚାତ୍ୟ ଦେଶମାନେ ରୁଷିଆ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଥିଲେ। ସାରର ମୂଲ୍ୟ ବୃଦ୍ଧି ହେଉଛି ଏହାର ଫଳାଫଳ।

ରୁଷିଆ ଏବଂ ବେଲାରୁଷ ପୋଟାସିୟମ କ୍ଲୋରାଇଡର ପ୍ରମୁଖ ରପ୍ତାନିକାରୀ। ଏହା ସାର ଉତ୍ପାଦନରେ ବ୍ୟବହୃତ ହୋଇଥାଏ। ଏହା ବ୍ୟତୀତ ରଷିଆ ମଧ୍ୟ ପ୍ରାକୃତିକ ଗ୍ୟାସ ଯୋଗାଣକାରୀ। ଯାହା ଦ୍ୱାରା ୟୁରୋପରେ ଅଧିକାଂଶ ସାର କାରଖାନା କାର୍ଯ୍ୟକ୍ଷମ ହୋଇଥାଏ। ପ୍ରାକୃତିକ ଗ୍ୟାସର ମୁଦ୍ରାସ୍ଫୀତି ସାର ଉତ୍ପାଦନ ଏବଂ ଏହାର ମୂଲ୍ୟ ଉପରେ ପ୍ରଭାବ ପକାଇଛି।
ଅଣ ଜୈବିକ ସାର ଉତ୍ପାଦନରେ ନାଇଟ୍ରୋଜେନ, ଫସଫୋରିକ ଏସିଡ ଏବଂ ପୋଟାସିୟମ କ୍ଲୋରାଇଡ ବିଶେଷ ଭାବରେ ବ୍ୟବହୃତ ହୋଇଥାଏ। ରୁଷିଆ ଏବଂ ବେଲାରୁଷ ବିଶ୍ୱରେ ବ୍ୟବହୃତ ହେଉଥିବା ପୋଟାସିୟମ କ୍ଲୋରାଇଡର ୪୦ ପ୍ରତିଶତ ଯୋଗାଇଥାଏ। ବିଶ୍ୱ ବ୍ୟାଙ୍କ ଗତ ମାସରେ ଏକ ରିପୋର୍ଟରେ କହିଛି ଯେ ରୁଷିଆ ଏବଂ ବେଲାରୁଷ ଉପରେ ଲାଗିଥିବା ପ୍ରତିବନ୍ଧକ ଯୋଗୁଁ ସାରରେ ବ୍ୟବହୃତ କଞ୍ଚାମାଲର ମୂଲ୍ୟ ଚଳିତ ବର୍ଷ ୬୦ ରୁ ୭୦ପ୍ରତିଶତ ବୃଦ୍ଧି ପାଇଛି।

ୱେବସାଇଟ ନିକକେସିଆ ଏକ ରିପୋର୍ଟରେ କହିଛି ଯେ ବିଶ୍ୱ ବଜାରରେ ଯୋଗାଣ ହ୍ରାସ ହେବା ସହିତ ଧନୀ ଦେଶମାନେ ସାର ଏବଂ ସେଥିରେ ବ୍ୟବହୃତ କଞ୍ଚାମାଲ ସଂରକ୍ଷଣ କରିବା ଆରମ୍ଭ କରିଛନ୍ତି। ଗତ ସେପ୍ଟେମ୍ବରରେ ଆମେରିକା ଏହାର ଘରୋଇ ସାର ବଜାର ପାଇଁ ୫୦ କୋଟି ଡଲାରର ସବସିଡି ଘୋଷଣା କରିଥିଲା।

ଏହାପୂର୍ବରୁ ମାର୍ଚ୍ଚ ମାସରେ ଆମେରିକା ୨୫କୋଟି ଡଲାର ସବସିଡି ଘୋଷଣା କରିଥିଲା। ଆମେରିକାର ରାଷ୍ଠ୍ରପତି ଜୋ ବାଇଡେନ ପ୍ରଶାସନ କହିଛି ଯେ ଅଣ-ଜୈବିକ ସାର ଯୋଗାଣ ଦେଶ ମଧ୍ୟରେ ଜାରି ରହିବରା ପାଇଁ ଏହି ବିଶେଷ ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷରେ,ରୁଷିଆରୁ ଯୋଗାଣ ବନ୍ଦ କରିବା ପରେ ଜାପାନ ବର୍ତ୍ତମାନ ମୋରୋକୋ ଏବଂ କାନାଡାରୁ ସାରରେ ବ୍ୟବହୃତ କଞ୍ଚାମାଲ ଆମଦାନୀ ଆରମ୍ଭ କରିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?