Posted inଖେଳ

‘ଭାରତରେ ମିଳୁଛି ବିଶ୍ୱସ୍ତରୀୟ ସୁବିଧା’

ନୂଆଦିଲ୍ଳୀ,୩ା୪: ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିସାରିଥିବା ଓଡ଼ିଆ ଜାଭେଲିନ୍‌ ଥ୍ରୋୟର କିଶୋର ଜେନା ଭାରତରେ ଆଥ୍‌ଲେଟଙ୍କ ପାଇଁ ରହିଥିବା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି। ବର୍ତ୍ତମାନ ଖେଳାଳିଙ୍କୁ ମିଳୁଥିବା ସୁବିଧା ବିଶ୍ୱର ଶ୍ରେଷ୍ଠ ବୋଲି କହିବା ସହ ଆମକୁ ନିଜ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡିବ ବୋଲି ପ୍ରକାଶ କରିଛନ୍ତି। ଆଥ୍‌ଲେଟମାନେ ନିଜକୁ ବିଶ୍ୱର ଅନ୍ୟ ଖେଳାଳିଙ୍କ ତୁଳନାରେ ଶ୍ରେଷ୍ଠ ଭାବରେ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି। ଟପ୍ସ ସ୍କିମ୍‌ରେ ସାମିଲ ଥିବା କିଶୋର ଫେବୃଆରୀ ୫ରୁ ମାର୍ଚ୍ଚ ୧୦ ମଧ୍ୟରେ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ୩୫ ଦିନର ଅଭ୍ୟାସ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ଭାରତରେ ଅଭ୍ୟାସ ପାଇଁ ରହିଥିବା ସୁବିଧା ବିଶ୍ୱସ୍ତରୀୟ ଓ ଅଷ୍ଟ୍ରେଲିଆଠାରୁ କୌଣସି ଗୁଣରେ କମ୍‌ ନୁହେଁ ବୋଲି ସେ କହିଛନ୍ତି । ଭାରତୀୟ କ୍ରୀଡା ପ୍ରାଧିକରଣ(ସାଇ) ଓ କ୍ରୀଡା ମନ୍ତ୍ରଣାଳୟ ଆଥ୍‌ଲେଟମାନଙ୍କର ଉଚିତ ଯତ୍ନ ନେଉଛି ବୋଲି କହିଛନ୍ତି କିଶୋର। ଆମ ଆଥ୍‌ଲେଟଙ୍କ ନିକଟରେ ନିଜକୁ ଶ୍ରେଷ୍ଠ ବୋଲି ଭାବିବାର ମାନସିକତା ଅଭାବ ରହୁଛି। ତେବେ ଧୀରେ ଧୀରେ ଏଥିରେ ମଧ୍ୟ ଉନ୍ନତି ଆସିବାରେ ଲାଗିଲାଣି ବୋଲି ସେ କହିଛନ୍ତି।
ଆସନ୍ତା ପ୍ୟାରିସ୍‌ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଦେବାର ଲକ୍ଷ୍ୟ ରଖିଛନ୍ତି କିଶୋର। ଏସିଆନ୍‌ ଗେମ୍ସ ରୌପ୍ୟ ପଦକ ବିଜେତା ଖେଳାଳି ଜଣଙ୍କ ଏହା ପୂର୍ବରୁ କିନ୍ତୁ ଡାଇମଣ୍ଡ ଲିଗ୍‌ରେ ନିଜର ଛାପ ଛାଡିବାକୁ ଆଗ୍ରହୀ। ଟପ୍‌-୩ ମଧ୍ୟରେ ଫିନିଶ କରିବା ସହ ଏକ୍ସକ୍ଲୁସିଭ୍‌ ଭାରତୀୟ ଲିଗ୍‌ରେ ସାମିଲ ହେବାକୁ ଲକ୍ଷ୍ୟ ରଖିଥିବା ସେ କହିଛନ୍ତି ।
ଗତବର୍ଷ ୭୮.୫୪ ମିଟରର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନରେ ଉନ୍ନତି ଆଣିବା ସହ ଏସିଆନ୍‌ ଗେମ୍ସରେ ୮୭.୫୪ ମିଟରର ଦୂରତା ହାସଲ କରିଥିଲେ କିଶୋର। ପ୍ରଥମ ଥର ପାଇଁ ସେ ମେ’ ୧୦ରେ ହେବାକୁ ଥିବା ଦୋହା ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ। ଏହା ପରେ ସେ ମେ’ ୨୮ରେ ଚେକ୍‌ ରିପବ୍ଲିକ୍‌ରେ ହେବାକୁ ଥିବା ଗୋଲ୍ଡେନ ସ୍ପାଇକ୍‌ ଇଭେଣ୍ଟ ଓ ଜୁଲାଇ ୭ରେ ପ୍ୟାରିସ୍‌ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ। ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଦୋହରାଇ ପାରିଲେ ଡାଇମଣ୍ଡ ଲିଗ୍‌ର ପ୍ରଥମ ୩ ସ୍ଥାନରେ ରହିପାରିବେ ବୋଲି କହିଛନ୍ତି କିଶୋର। ବର୍ତ୍ତମାନ ସୁଦ୍ଧା କେବଳ ୩ ଜଣ ଭାରତୀୟ ଡାଇମଣ୍ଡ ଲିଗ୍‌ରେ ପ୍ରଥମ ୩ ସ୍ଥାନ ହାସଲ କରିପାରିଛନ୍ତି। ଅଲିମ୍ପିକ୍ସ ତଥା ବିଶ୍ୱ ଚାମ୍ପିୟନ ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରା, ଲଙ୍ଗ ଜମ୍ପର ମୁରଲୀ ଶ୍ରୀଶଙ୍କର ଓ ଡିସ୍‌କସ ଥ୍ରୋୟର ବିକାଶ ଗୌଡ ପ୍ରଥମ ୩ ସ୍ଥାନରେ ଫିନିଶ କରିଛନ୍ତି।
ପୂର୍ବରୁ କିଶୋର ଭାରତରେ ଅଭ୍ୟାସ କରୁଥିବା ବେଳେ ବିଶ୍ୱ ଚାମ୍ପିୟନଶିପ୍‌ରେ ପଞ୍ଚମ ସ୍ଥାନ ଓ ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଅର୍ଜନ କରିଥିଲେ। ଭାରତରେ ଅଭ୍ୟାସ ପାଇଁ ବିଶ୍ୱର ସର୍ବଶ୍ରେଷ୍ଠ ସୁବିଧା ରହିଛି। ଏନ୍‌ଆଇଏସ୍‌ ପଟିଆଲାର ସୁବିଧାକୁ କିଶୋର ବେଶ୍‌ ପ୍ରଶଂସା କରିଛନ୍ତି। ତେବେ ଶୀତଦିନେ ଥଣ୍ଡା ଓ କୁହୁଡି କାରଣରୁ ଅଭ୍ୟାସରେ ସମସ୍ୟା ରହୁଥିବାରୁ ସାଇକୁ ଗୋଲ୍ଡକୋଷ୍ଟରେ ପ୍ରଶିକ୍ଷଣ ପାଇଁ ଅନୁରୋଧ କରାଯାଇଥିଲା। ଗୋଲ୍ଡକୋଷ୍ଟରେ ଷ୍ଟ୍ରେନ୍ଥ ଓ ଟେକ୍‌୍‌ନିକ୍‌ ଉପରେ କାମ କରିଥିବା କହିଛନ୍ତି କିଶୋର। ଏସିଆନ୍‌ ଗେମ୍ସ ସମୟରେ ବେଣ୍ଡିଂ ଲେଗ୍‌ ଅଧିକ ବଙ୍କା ହେଉଥିବା ବେଳେ ଏହା ଉପରେ କାମ କରିବାକୁ ନୀରଜ ଚୋପ୍ରା ପରାମର୍ଶ ଦେଇଥିଲେ। ଏହା ଉପରେ କାମ କରିଥିବା ବେଳେ ୯୫ ପ୍ରତିଶତ ସୁଧାର ଆଣିଥିବା କହିଛନ୍ତି କିଶୋର। ମେ’ ୧୦ ତାରିଖରୁ ଦୋହା ଡାଇମଣ୍ଡ ଲିଗ୍‌ ଆରମ୍ଭ ହେଉଥିବା ବେଳେ ଅଲିମ୍ପିକ୍ସ ପର୍ଯ୍ୟନ୍ତ ସେ ବିଦେଶରେ ରହିପାରନ୍ତି ବୋଲି କହିଛନ୍ତି କିଶୋର। ତେବେ ପ୍ୟାରିସ ଡାଇମଣ୍ଡ ଲିଗ୍‌ ପରଠାରୁ ଅଲିମ୍ପିକ୍ସ ଯାଏ ସେ ପ୍ୟାରିସ୍‌ରେ ରହିବେ ବୋଲି କହିଛନ୍ତି କିଶୋର। ଉଲ୍ଲେଖଯୋଗ୍ୟ ଯେ, ପ୍ୟାରିସ୍‌ ଅଲିମ୍ପିକ୍ସର କ୍ୱାଲିଫାଇଙ୍ଗ ଇଭେଣ୍ଟ ଅଗଷ୍ଟ ୬ ତାରିଖରେ ଓ ଫାଇନାଲ ଅଗଷ୍ଟ ୮ ତାରିଖରେ ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

କୋରାପୁଟ,୫।୧୦(ଅମିତାଭ ବେହେରା): ମଙ୍ଗଳବାର କୋରାପୁଟ ଜିଲାର ସୁନାବେଡ଼ା ଗସ୍ତରେ ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ତାଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?