ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ ସୁନା ଦର କ୍ରମାଗତ ଭାବେ ବୃଦ୍ଧି ପାଇ ଏକ ନୂଆ ଉଚ୍ଚତା ଅତିକ୍ରମ କରିଥିବା ବେଳେ, ଭାରତୀୟ ପରିବାର ପାଖରେ ଥିବା ସୁନାର ମୋଟ ମୂଲ୍ୟ ଏବେ ଦେଶର ସମୁଦାୟ ଅର୍ଥନୀତି (GDP) କୁ ମଧ୍ୟ ଟପିଯାଇଛି।

ମୋର୍ଗାନ ଷ୍ଟାନ୍‌ଲିର ଆକଳନ ଅନୁଯାୟୀ, ଭାରତୀୟ ପରିବାର ପାଖରେ ପ୍ରାୟ ୩୪,୬୦୦ ଟନ୍ ସୁନା ଗଚ୍ଛିତ ଅଛି। ସାମ୍ପ୍ରତିକ ମୂଲ୍ୟ ଅନୁସାରେ ଏହାର ମୂଲ୍ୟ ୫ ଟ୍ରିଲିୟନ ଡଲାରରୁ ଅଧିକ, ଯାହା ଭାରତର ବର୍ତ୍ତମାନର GDP ୪.୧ ଟ୍ରିଲିୟନ୍ ଡଲାର ତୁଳନାରେ ବହୁତ ଅଧିକ।

ସୁନା ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଦେଶ। ସମଗ୍ର ବିଶ୍ୱର ମୋଟ ଚାହିଦାର ପ୍ରାୟ ୨୬% କେବଳ ଭାରତରୁ ଆସିଥାଏ। ପୂର୍ବରୁ ଲୋକେ କେବଳ ଅଳଙ୍କାର ପାଇଁ ସୁନା କିଣୁଥିଲେ। କିନ୍ତୁ ବର୍ତ୍ତମାନ ବାର୍ ଏବଂ କଏନ୍ ମାଧ୍ୟମରେ ନିବେଶ କରିବା ପ୍ରାୟ ୩୨% କୁ ବୃଦ୍ଧି ପାଇଛି।

ସୁନା ପ୍ରତି ବଢୁଥିବା ଆକର୍ଷଣର କାରଣ ହେଉଛି ଯୁଦ୍ଧ, ମୁଦ୍ରାସ୍ଫୀତି ଏବଂ ଆର୍ଥିକ ଅନିଶ୍ଚିତତା ସମୟରେ ସୁନାକୁ ସବୁଠାରୁ ସୁରକ୍ଷିତ ସମ୍ପତ୍ତି ଭାବେ ଗ୍ରହଣ କରାଯାଏ। ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ମଧ୍ୟ ନିଜର ସୁନା ଭଣ୍ଡାର ବୃଦ୍ଧି କରିଛି। ୨୦୨୪ ରୁ ବର୍ତ୍ତମାନ ସୁଦ୍ଧା RBI ପ୍ରାୟ ୭୫ ଟନ୍ ସୁନା କିଣିବା ଫଳରେ ଏହାର ମୋଟ ଭଣ୍ଡାର ୮୮୦ ଟନ୍ ରେ ପହଞ୍ଚିଛି ।

ଯଦିଓ କାଗଜପତ୍ରରେ ଏହି ସମ୍ପତ୍ତି ଭାରତକୁ ସମୃଦ୍ଧ ଦେଖାଉଛି, କିନ୍ତୁ ବାସ୍ତବରେ ଏହି ସୁନାର ଅଧିକାଂଶ ଭାଗ ଅଳଙ୍କାର ଭାବେ ରହିଥିବାରୁ ଏହା ଅର୍ଥନୀତିରେ ସିଧାସଳଖ ପୁଞ୍ଜି ଗଠନରେ ବିଶେଷ ସାହାଯ୍ୟ କରେନାହିଁ। ତଥାପି, ସଙ୍କଟ ସମୟରେ ଏହି ବିଶାଳ ସୁନା ଭଣ୍ଡାର ଭାରତ ପାଇଁ ଏକ “ଆର୍ଥିକ କବଚ” ଭାବେ କାର୍ଯ୍ୟ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

UPI ଚାର୍ଜ ଉପରେ ରୋକ ଲଗାଇବା ନେଇ ସୁପ୍ରିମକୋର୍ଟ ନେଲେ ଏହି ନିଷ୍ପତ୍ତି: RBI, କେନ୍ଦ୍ରକୁ…

ନୂଆଦିଲ୍ଲୀ,୨୮।୯: ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪ ପ୍ରତିଶତ MDR (Merchant Discount Rate) ଲାଗୁ କରାଯିବାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା…

‘ଜ୍ଞାନୁଙ୍କୁ ଯିବାକୁ ହିଁ ପଡ଼ିବ…’, ଆନ୍ଦୋଳନକୁ ନେଇ ଦୀପ୍‌କେଙ୍କ ବଡ଼ ଘୋଷଣା: ଦିଲ୍ଲୀରେ ନୁହେଁ ଏଥର ଏଇଠି…

ନୂଆଦିଲ୍ଲୀ,୨୮।୯: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅକ୍ଟୋବର ୨ରେ ଆନ୍ଦୋଳନ କରିବାକୁ ଘୋଷଣା…

ଚାକିରି ଦେବା ବାହାନାରେ ଯୁବତୀଙ୍କୁ ବଳାତ୍କାର କଲେ ଲୋକୋ ପାଇଲଟ୍‌, ଷ୍ଟେଶନରୁ ଘରକୁ ନେଇ…

ପାଟନା,୨୮ା୯: କଟିହାରରେ ଚାକିରି ଦେବାର ପ୍ରଲୋଭନ ଦେଇ ୨୨ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆସିଛି । ଏହି ମାମଲାରେ ଜଣେ ରେଳବାଇ ଲୋକୋ ପାଇଲଟ୍‌ଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?