Advertisement
Posted inଖେଳ

୧୪.୨୫ କୋଟି: ନିଜ ମୂଲ୍ୟକୁ ଏଭଳି ପରିଶୋଧ କରୁଛନ୍ତି ଆର୍‌ସିବିର ଏହି ବ୍ୟାଟ୍ସମ୍ୟାନ୍‌; ପଞ୍ଚମ ଥର ପାଇଁ…

ଦୁବାଇ,୯।୧୦: ଆଇପିଏଲ୍‌ର ୫୬ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଶ୍ରୀକର ଭରତ ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍‌ର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ଏଣୁ ଏହି ମ୍ୟାଚ୍‌ର ହିରୋ ବୋଲି ତାଙ୍କୁ କୁହାଯାଉଥିବା ବେଳେ ଗ୍ଲେନ୍‌ ମାକ୍ସଓ୍ବେଲଙ୍କ ଅବଦାନକୁ ଭୁଲି ହେବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଆର୍‌ସିବି ଏହି ଅଷ୍ଟ୍ରେଲିୟ ଅଲ୍‌ରାଉଣ୍ଡରଙ୍କୁ ନିଲାମରେ ୧୪.୨୫ କୋଟି ଟଙ୍କାରେ କିଣିଥିଲା। ଏବେ ସେ ତାଙ୍କ ମୂଲ୍ୟକୁ ପରିଶୋଧ କରୁଛନ୍ତି।

ଆର୍‌ସିବିକୁ ଆସିବା ପରେ ମାକ୍ସଓ୍ବେଲ୍‌ଙ୍କ ଖେଳରେ ବହୁତ ଉନ୍ନତି ପରିଲକ୍ଷିତ ହେଉଛି। ସେ ଫ୍ରାଞ୍ଚାଇଜ୍‌ ପାଇଁ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସେ ନିଜର ୬ଷ୍ଠ ଅର୍ଦ୍ଧଶତକ ପୂରଣ କରିଛନ୍ତି।

ଆଇପିଏଲ୍‌ ୨୦୨୧ର ପ୍ରଥମାର୍ଦ୍ଧ ଭାରତରେ ଖେଳାଯାଇଥିଲା। ଏଥିରେ ମାକ୍ସଓ୍ବେଲ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ୟୁଏଇରେ ମଧ୍ୟ ସେ ନିଜ ସେଭଳି ପ୍ରଦର୍ଶନ ଜାରି ରଖିଛନ୍ତି। ଶୁକ୍ରବାର ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ରେ ସେ ୩୩ ବଲ୍‌ରୁ ୫୧ରନ୍‌ କରି ଅପରାଜିତ ଥିଲେ। ଆଇପିଏଲ୍‌ ଇତିହାସକୁ ଦେଖିଲେ ମାକ୍ସଓ୍ବେଲ୍‌ ଦ୍ୱିତୀୟ ଥର ପାଇଁ ୪୦୦ରୁ ଅଧିକ ରନ୍‌ ସ୍କୋର କରିଛନ୍ତି।

ଚଳିତ ଆଇପିଏଲ୍‌ରେ ଆର୍‌ସିବିର ସଫଳତାର ମନ୍ତ୍ର ମାକ୍ସଓ୍ବେଲ୍‌ ବୋଲି କହିଲେ ଭୁଲ ହେବ ନାହିଁ। ସେ ୧୪ ମ୍ୟାଚ୍‌ ଖେଳି ହାରାହାରି ୪୫.୨୭ ଏବଂ ୧୪୭.୩୩ ଷ୍ଟ୍ରାଇକ୍‌ ରେଟ୍‌ରେ ୪୯୮ ରନ୍‌ କରିଛନ୍ତି। ସେଥିରେ ୬ ଅର୍ଦ୍ଧଶତକ ରହିଛି। ଅପରପକ୍ଷେ ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ରେ ସେ ୧୨ ଅର୍ଦ୍ଧଶତକ ରହିଛି। ସେଥିରୁ ଅଧା ଆର୍‌ସିବି ପକ୍ଷରୁ ଚଳିତ ସିଜିନ୍‌ରେ ସେ ସ୍କୋର କରିଛନ୍ତି। ଏହା ମାକ୍ସଓ୍ବେଲ୍‌ ଆର୍‌ସିବି ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ତାହା ଦର୍ଶାଉଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାନିଆଙ୍କ ଫଟୋ ହେଲେ ପି.ଟି. ଉଷାଙ୍କ ନାମ

ନୂଆଦିଲ୍ଲୀ,୩୦।୮: ଆମ ଦେଶରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ହୋଇଥିବା ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏଠାରେ...

ଚହଲଙ୍କ ନାମରେ ରେକର୍ଡ

ଅହମ୍ମଦାବାଦ,୧୨।୩ : ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ ଅବସରରେ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଲେଗ୍‌ ସ୍ପିନର...

ମୋର୍ଗାନ ଯୁଗ ଶେଷ

ଲଣ୍ଡନ,୨୮।୬: ସମସ୍ତ ଚର୍ଚ୍ଚାରେ ଲାଗିଲା ପୂର୍ଣ୍ଣଚ୍ଛେଦ। ଅନ୍ତର୍ଜାତୀୟ କ୍ରିକେଟକୁ ଅଲ୍‌ବିଦା କହିଲେ ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଓନ ମୋର୍ଗାନ। ମଙ୍ଗଳବାର ସେ ସମସ୍ତ ଫର୍ମାଟରୁ...

ଓପନ ବର୍ଗରେ ଜିତିଲେ ଭାରତ ଏ, ବି

ମାମଲ୍ଳାପୁରମ୍‌, ୬ା୮ (ପି.ଟି): ଚେନ୍ନାଇର ମାମଲ୍ଲାପୁରମରେ ଖେଳାଯାଉଥିବା ୪୪ତମ ଫିଡେ ଚେସ୍‌ ଅଲିମ୍ପିଆଡର ଓପନ ବର୍ଗରେ ଭାରତ ଏ ଓ ବି ବିଜୟୀ ହୋଇଛନ୍ତି। ଭାରତ...

ସେରେନା-ଭେନସ୍‌ ପ୍ରତିଦ୍ୱନ୍ଦ୍ୱୀତା: ୩୧ତମ ମୁକାବିଲାର ସାନ ଭଉଣୀ ବିଜୟୀ

ଲେକ୍ସିଂଟନ,୧୪।୮(ଏପି): ଆମେରିକୀୟ ମହିଳା ଟେନିସ ତାରକା ତଥା ଦୁଇ ଭଉଣୀ ସେରେନା ଓ ଭେନସ ଓ୍ବିଲିୟମ୍ସଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି।...

ନେଗେଟିଭ୍‌ ସତ୍ୱେ ଖେଳିବେନି ନିଶିକୋରୀ

ନ୍ୟୁୟର୍କ, ୨୮ା୮(ଏପି): କୋଭିଡ୍‌-୧୯ ଟେଷ୍ଟରେ ଦୁଇଥର ପଜିଟିଭ ପରେ ନେଗେଟିଭ୍‌ ଆସିଥିଲେ ହେଁ ୟୁ.ଏସ. ଓପ୍‌ନ୍‌ ୨୦୧୪ ରନର୍ସ ଅପ୍‌ କେଇ ନିଶିକୋରୀ ଆସନ୍ତା ସପ୍ତାହରେ...

ଅଲିମ୍ପିକ୍‌ ଜ୍ୟୋତିକୁ ଜାପାନରେ ନୀରବ ସ୍ବାଗତ

ହିଗାଶିମାତ୍ସୁଶିମା, ୨୦।୩ (ଏଏଫ୍‌ପି)-କରୋନା ଭାଇରସ ସାରା ବିଶ୍ୱକ୍ରୀଡ଼ାକୁ ପ୍ରଭାବିତ କରିଥିବା ବେଳେ ଏବେ ଟୋକିଓରେ ଅଲିମ୍ପିକ୍ସ ଆୟୋଜନ ନେଇ ଆଶଙ୍କ ବୃଦ୍ଧିପାଇଛି। ତେବେ ଇତିମଧ୍ୟରେ ଶୁକ୍ରବାର...

ପନ୍ତଙ୍କୁ ଜରିମାନା, କୋଚ୍‌ଙ୍କୁ ଗୋଟିଏ ମ୍ୟାଚ ବ୍ୟାନ

ନୂଆଦିଲ୍ଲୀ, ୨୩।୪: ଆଇପିଏଲ୍‌ ୨୦୨୨ର ଶୁକ୍ରବାର ୩୪ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଇଥିଲା। ମ୍ୟାଚର ଶେଷ ଓଭରରେ ଅମ୍ପାୟାର ଏକ...

Advertisement
Archives

Model This Week