ପିଲାଙ୍କୁ ସୁଯୋଗ ଦେଲେ ସଫଳ ହେବେ

ସକାରାମତ୍କ ଦୃଷ୍ଟିଭଙ୍ଗୀ ଓ କଠିନ ଅଧ୍ୟବସାୟ ହିଁ ପିଲାଙ୍କ ପାଇଁ ସଫଳତା ଆଣିଦେଇଥାଏ। ଏଥିଲାଗି ସେମାନଙ୍କୁ ଉପଯୁକ୍ତ ସୁଯୋଗ ମିଳିବା ଜରୁରୀ। ସାମ୍ପ୍ରତିକ ସ୍ଥିତିରେ ଛାତ୍ରୀଛାତ୍ରଙ୍କ ଆବଶ୍ୟକତାକୁ ବୁଝି ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବା ପାଇଁ ସେମାନଙ୍କୁ ପ୍ରସ୍ତୁତ କରିବା ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ସର୍ବୋଚ୍ଚ ପ୍ରାଥମିକତା ହେବା ଉଚିତ। ଏ ଦିଗରେ ଉଦ୍ୟମରତ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ବିକାଶ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌’ ଅଧ୍ୟକ୍ଷ ଡି. ମୁରଲୀ କ୍ରିଷ୍ଣା ଧରିତ୍ରୀକୁ ଏକ ସ୍ବତନ୍ତ୍ର ସାକ୍ଷାତ୍‌କାର ଦେବାବେଳେ ଏଭଳି ମତ ରଖିଛନ୍ତି।

କୋଭିଡ୍‌ ମହାମାରୀ ସମୟରେ ଆପଣଙ୍କ ଅନୁଷ୍ଠାନ କେଉଁଭଳି ସୁବିଧା ଦେଇଥିଲା?

ମହାମାରୀ ସ୍ଥିତି ସହିତ ଲଢ଼ିବାକୁ ଆମେ ଉତ୍ତମ ଯୋଜନା ପ୍ରସ୍ତୁତ କରିଥିଲୁ। ନିଜ ଉତ୍ସଗୁଡ଼ିକ ସହ କର୍ମକର୍ତ୍ତାମାନଙ୍କୁ ପ୍ରସ୍ତୁତ କରିଥିଲୁ। ସେମାନେ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ଟେକ୍ନୋଲୋଜି ଦକ୍ଷତାକୁ ବୃଦ୍ଧି କରିଥିଲେ। ଫଳରେ ସେମାନେ ଏକ ମଜାଦାର ଏବଂ ଚିନ୍ତାମୁକ୍ତ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ଆଲୋଚନା, କାର୍ଯ୍ୟକଳାପ ଏବଂ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ଭର୍ଚୁଆଲ୍‌ ଶୋ’ ଏବଂ ଗ୍ରୁପ୍‌ ଶୋ’ ଆୟୋଜନ କରିଥିଲେ। ଏକ ଦକ୍ଷ ଟିମ୍‌ ଅଧୀନରେ ପିଲାଙ୍କ ନିରନ୍ତର ବିକାଶ ପାଇଁ ଟୋଡଲର୍ସମାନଙ୍କଠାରୁ ଆରମ୍ଭ କରି ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ନିଜସ୍ବ ପାଠ୍ୟକ୍ରମ ପ୍ରସ୍ତୁତ କରିଛୁ। ଅଭିଭାବକଙ୍କ ସମର୍ଥନ ସକାଶେ ସେମାନଙ୍କୁ ଧନ୍ୟବାଦ ଦେବା ପାଇଁ ନିୟମିତ ଭାବରେ ଶିକ୍ଷକ-ଅଭିଭାବକ ବୈଠକ ଆୟୋଜନ କରାଯାଉଛି। ନିଜସ୍ବ ଜ୍ଞାନକୌଶଳରେ ବିକଶିତ ‘ବିଦ୍ୟା’ ପୋର୍ଟାଲ୍‌ ଆମ ଛାତ୍ରୀଛାତ୍ରଙ୍କ ପାଇଁ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଉକ୍ତ ପୋର୍ଟାଲ୍‌ ମାଧ୍ୟମରେ ପରୀକ୍ଷାଗୁଡ଼ିକ ଅନ୍‌ଲାଇନ୍‌ରେ ଆୟୋଜିତ ହେଉଥିଲା। ଏହାଦ୍ୱାରା ପିଲାଙ୍କ ସନ୍ଦେହ ମୋଚନ ମଧ୍ୟ କରାଯାଉଥିଲା।
ଅନ୍‌ଲାଇନ୍‌ ଶିକ୍ଷାର ପ୍ରମୁଖ ଅସୁବିଧାଗୁଡ଼ିକ କ’ଣ?
ସାମ୍ନାସାମ୍ନି ପିଲାଙ୍କୁ ଶିକ୍ଷା ଦେବା ଅପେକ୍ଷା ଅନ୍‌ଲାଇନ୍‌ ଶିକ୍ଷାରେ କିଛି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସାମ୍ନାକୁ ଆସିଛି। ସେଗୁଡ଼ିକ ହେଲା ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସମ୍ପର୍କର ଅଭାବ। ମିଳିମିଶି ପାଠ ପଢ଼ିବାକୁ ସୁଯୋଗ ମିଳି ନ ଥିବାରୁ ପିଲାମାନେ ସାମାଜିକ ଶିକ୍ଷା ପାଇପାରୁନାହାନ୍ତି। ଏହାଛଡ଼ା ନିଜ ସହପାଠୀମାନଙ୍କ ସହିତ ଶ୍ରେଣୀକକ୍ଷରେ ମିଳିମିଶି ପାଠ ପଢ଼ିବା ବଦଳରେ କମ୍ପ୍ୟୁଟର ସ୍କ୍ରିନ୍‌ ସାମ୍ନାରେ ବସି ପଢୁଛନ୍ତି। ଏହା ପିଲାମାନଙ୍କ ଅନ୍‌ଲାଇନ୍‌ ଶିକ୍ଷାର ଏକ ବଡ଼ କୁପ୍ରଭାବ। ଏହାଦ୍ୱାରା ସେମାନଙ୍କ ଲିଖନ ଦକ୍ଷତା ମଧ୍ୟ ପ୍ରଭାବିତ ହେଉଛି।
ଆପଣଙ୍କ ଅନୁଷ୍ଠାନ ପିଲାମାନଙ୍କୁ କିଭଳି ଭାବରେ ପ୍ରେରଣା ଯୋଗାଉଛି?
ଶିକ୍ଷା କେବଳ ଏକ ପିଲାର ସାମର୍ଥ୍ୟ ଉପରେ ନୁହେଁ, ବରଂ ଅନ୍ୟମାନଙ୍କଠାରୁ ମିଳୁଥିବା ପ୍ରେରଣା ଉପରେ ନିର୍ଭର କରେ। ଆମ ମତରେ ପ୍ରତ୍ୟେକ ପିଲା ଅନନ୍ୟ ଏବଂ ଜୀବନରେ ଉତ୍ତମ ପ୍ରଦର୍ଶନ କରିବାର କ୍ଷମତା ରଖିଥାନ୍ତି। ତେବେ ଚ୍ୟାଲେଞ୍ଜ ହିଁ ସେମାନଙ୍କୁ ଅଧିକ ଦୃଢ଼ କରି ଗଢ଼ି ତୋଳିଥାଏ। କୋଭିଡ୍‌ ସମୟରେ ଆମ ଶିକ୍ଷକମାନେ ବୁକ୍‌ଲେଟ୍‌, ୱାର୍କଶିଟ୍‌, ଛୋଟ ଛୋଟ ଭିଡିଓ, ଆନିମେଶନ ଏବଂ ଅଡିଓ ରେକର୍ଡିଂ ଭଳି ମଲ୍ଟିପଲ୍‌ ଫର୍ମାଟ୍‌ ଦ୍ୱାରା ପିଲାମାନଙ୍କୁ ଶିକ୍ଷା ଦେବାକୁ ପ୍ରୟାସ କରିଥିଲେ। ଏଥିସହିତ ବିଶେଷ ଭାବରେ ଡିଜାଇନ୍‌ କରାଯାଇଥିବା ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ଆୟୋଜିତ କରିଥିଲୁ। ପ୍ରଭାତ ସଭା, କ୍ୟାରିୟର ଆଲୋଚନା ସମ୍ପର୍କିତ ୱେବିନାର ଆୟୋଜନ କରି ପିଲାମାନଙ୍କୁ ଏକାଠି କରିବାକୁ ପ୍ରୟାସ କରାଯାଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରମାନେ ବିଭିନ୍ନ ଦିଗରେ ଜ୍ଞାନ ଲାଭ କରିଥିଲେ।
ଓଡ଼ିଶା ଛାତ୍ରୀଛାତ୍ରଙ୍କ ସମ୍ପର୍କରେ ଆପଣଙ୍କ ମତ କ’ଣ?
ବହୁ ସମୟରେ ଓଡ଼ିଶାର ଛାତ୍ରୀଛାତ୍ରମାନେ ଜାତୀୟସ୍ତରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରୁଥିବା ଦୃଷ୍ଟାନ୍ତ ରହିଛି। ବିକାଶ ଅନୁଷ୍ଠାନ ପକ୍ଷରୁ ଯେଭଳି ଭାବରେ ପିଲାଙ୍କୁ ଗଢ଼ିବାର ପ୍ରୟାସ କରାଯାଉଛି, ସେଭଳି ପ୍ରୟାସ ଜାରି ରହିଲେ ଯେକୌଣସି ଆହ୍ବାନ ଆସିଲେ ମଧ୍ୟ ପିଲାମାନେ ତାକୁ ଅତିକ୍ରମ କରି ନିଜ ଲକ୍ଷ୍ୟସ୍ଥଳ ପ୍ରତି ଅଗ୍ରସର ହୋଇପାରିବେ। ଆମର ପୂର୍ବ ଶିକ୍ଷାର୍ଥୀଙ୍କ ସଫଳତା, ରାଜ୍ୟର ଛାତ୍ରୀଛାତ୍ରମାନଙ୍କ ଦକ୍ଷତାର ଏକ ଉତ୍କୃଷ୍ଟ ଉଦାହରଣ। ଆମ ଅନୁଷ୍ଠାନର ପୂର୍ବ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ବହୁ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟରତ।
ଇଚ୍ଛୁକ ଛାତ୍ରୀଛାତ୍ରଙ୍କୁ କି ଉପଦେଶ ଦେବେ?
ଏକବିଂଶ ଦଶନ୍ଧିର ଶିକ୍ଷା ବ୍ୟବସ୍ଥାରେ ଛାତ୍ରୀଛାତ୍ରମାନେ ନିଜ ପସନ୍ଦର ପାଠ୍ୟକ୍ରମକୁ ଚୟନ କରିବା ପାଇଁ ପୂର୍ବାପେକ୍ଷା ଅଧିକ ସୁଯୋଗ ରହିଛି। ପୂର୍ବରୁ ନିଜ ପସନ୍ଦର କାର୍ଯ୍ୟକୁ କ୍ୟାରିୟର ଭାବେ ଗଢ଼ିବାର ବ୍ୟାପକ ସୁଯୋଗ ମିଳୁ ନ ଥିଲା। ପାରମ୍ପରିକ ପାଠ୍ୟକ୍ରମ ଛଡ଼ା ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଅଫ୍‌ବିଟ୍‌ ପାଠ୍ୟକ୍ରମ ଉପଲବ୍ଧ କରାଯାଉଛି। ସେଗୁଡ଼ିକ ମଧ୍ୟରେ ଓପନ ଅନ୍‌ଲାଇନ୍‌ ପାଠ୍ୟକ୍ରମ, କଷ୍ଟମାଇଜେବୁଲ୍‌ କୋର୍ସେସ୍‌ ଏବଂ ଶିକ୍ଷଣର ଭର୍ଚୁଆଲ୍‌ ଉପକରଣ ବିଶେଷ ଭାବରେ ପ୍ରଚଳିତ। ବିକାଶ ପକ୍ଷରୁ ସର୍ବଦା ଛାତ୍ରୀଛାତ୍ରଙ୍କୁ ନୂଆ ନୂଆ ସୁଯୋଗ ପ୍ରଦାନର ପନ୍ଥା ତିଆରି କରାଯାଏ। ଫଳରେ ପ୍ରତ୍ୟେକ ପିଲା ନିଜ ପସନ୍ଦର ବିଷୟ ତଥା କ୍ଷେତ୍ର ଉପରେ ଦକ୍ଷ ହୋଇପାରିବେ। ଜଣେ ଛାତ୍ରଙ୍କ ସକାରାମତ୍କ ଦୃଷ୍ଟିଭଙ୍ଗୀ ହିଁ ତାଙ୍କୁ ସଫଳ ଭାବରେ ଗଢ଼ି ତୋଳିବ ବୋଲି ମୋର ବିଶ୍ୱାସ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘାଟିରେ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ: ବୁଲାଣିରେ ଘଟିଲା…

ଦାରିଙ୍ଗବାଡି, ୧୭।୮(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ଜିଲା ସିମା ଗାଜଲବାଡି ଘାଟିରେ ଏକ ଡାଳିମ୍ବ ବୋଝେଇ ମିନିଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି…

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri