Posted inଜାତୀୟ

ମଥୁରା-କାଶୀରେ ମନ୍ଦିର, ପିଓକେ ଭାରତର ହେବ; ହିମନ୍ତ କହିଲେ ୪୦୦ ଆସନ ଜିତିଲେ କ’ଣ କ’ଣ କରିବ ଭାଜପା…

ନୂଆଦିଲ୍ଲୀ,୨୩।୫: ଭାଜପା ଲୋକ ସଭା ନିର୍ବାଚନ ୨୦୨୪ ଲାଗି ୩୭୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟ ରଖିଛି। ଏଥିସହ ଏନ୍‌ଡିଏ ଲାଗି ୪୦୦ରୁ ଅଧିକ ଟାର୍ଗେଟ ସ୍ଥିର କରାଯାଇଛି। ତେବେ ଦଳ ନିଶ୍ଚିତ ଭାବେ ନିର୍ଦ୍ଧାରିତ ଆସନରେ ବିଜେତା ହେବ ବୋଲି କିଛି ବରିଷ୍ଠ ନେତା ଦାବି କରୁଛନ୍ତି। ଏହା ସ୍ପଷ୍ଟ ହେବ କି ନାହିଁ ତାହା ଆଗାମୀ ଜୁନ ୪ରେ ସ୍ପଷ୍ଟ ହେବ। ଏସବୁ ମଧ୍ୟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବଡ଼ ଦାବି କରିଛନ୍ତି। ସେ କାଶୀ ଏବଂ ମଥୁରାରେ ମନ୍ଦିର ନିର୍ମାଣର କଥା କହିବା ସହ ଏଥିଲାଗି ୪୦୦ ଆସନରେ ବିଜେତା କରିବାର ସର୍ତ୍ତ ରଖିଛନ୍ତି।

ଜ୍ଞାନବାପି ଏବଂ କୃଷ୍ଣ ଜନ୍ମଭୂମି ମାମଲାର ସମାଧାନ ଲାଗି ଭାଜପାର ସଂକଳ୍ପ ବିଷୟରେ ଉଲ୍ଲେଖ କରି ଆସାମ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ତାଙ୍କ ଦଳ ନିଜର ୪୦୦ରୁ ଅଧିକ ଲକ୍ଷ୍ୟ ପୂରଣ କରିଦିଏ ତେବେ ମଥୁରାରେ ଭଗବାନଙ୍କ ଜନ୍ମଭୂମୀ ଏବଂ ବାରଣାସୀ ମସଜିଦ୍‌ ସ୍ଥାନରେ ମନ୍ଦିର ନିର୍ମାଣ କରିବ। ୨୦୧୯ରେ ୩୦୦ ଆସନ ହାସଲ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ କରିଥିଲେ, ଯେମିତିକି ହିନ୍ଦୁମାନଙ୍କ ହୃଦୟ ଜିତିପାରିବେ। ଆମେ ରାମଲାଲାଙ୍କୁ ଅସ୍ଥାୟୀ ତମ୍ବୁରୁ ମୁକ୍ତ କରିଛୁ। ଯେତେବେଳେ ଆପଣ ଭାଜପାକୁ ୩୦୦ ଆସନ ଦେଲେ, ଆମେ ପୂର୍ବ ରାଜ୍ୟରେ ଶାନ୍ତି, ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଥିଲୁ। ଅଳ୍ପସଂଖ୍ୟକ ହିନ୍ଦୁଙ୍କୁ ମୁସଲିମ ବହୁଳ ପାକିସ୍ତାନ, ଆଫଗାନିସ୍ତାନ ଏବଂ ବାଲାଂଦେଶରୁ ସିଏଏ ଜରିଆରେ ନାଗରିକତା ଦିଆଯାଉଛି।

ସେହିଭଳି ଜୁନ ୪ରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରକୁ ଆସିଲେ ଆମେ ମଥୁରା ଏବଂ କାଶୀରେ ମନ୍ଦିର ନିର୍ମାଣ କରିବୁ। ଆମ କାମ ଏବେ ବି ଅଧା। ଆଜି ବି କୃଷ୍ଣ ଜନ୍ମଭୂମିରେ ଏକ ମସଜିଦ ଅଛି। ଜ୍ଞାନବାପି ମନ୍ଦିର ସ୍ଥାନରେ ମସଜିଦ ଅଛି। ଏବେ ଏଠାରେ ମନ୍ଦିର ନିର୍ମାଣ କରିବାର କାମ ବାକି ଅଛି। ପିଓକେ କୁ ଆମେ ଫେରାଇ ଆଣିବୁ। ଆମେ ଭାରତକୁ ବିଶ୍ୱଗୁରୁ ଏବଂ ଦୁନିଆର ସବୁଠାରୁ ଭଲ ଅର୍ଥବ୍ୟବସ୍ଥା କରିବୁ। ଏଥିଲାଗି ମୋଦିଙ୍କୁ ୪୦୦ରୁ ଅଧିକ ଆସନ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରିଜ୍‌ରୁ ମିଳିଥିଲା ଗୋମାଂସ, ୧୧ ଜଣଙ୍କ ଘର ଉପରେ ବୁଲ୍‌ଡୋଜର ଚଢ଼ାଇଲା ପୋଲିସ

ଭୋପାଳ,୧୬।୬: ମଧ୍ୟପ୍ରଦେଶର ମଣ୍ଡଳାରେ ୧୧ଜଣଙ୍କ ଘରେ ଥିବା ଫ୍ରିଜ୍‌ରୁ ଗୋମାଂସ ମିଳିଥିଲା। ପ୍ରଶାସନ ପକ୍ଷରୁ ଉକ୍ତ ଘରଗୁଡ଼ିକୁ ବୁଲଡୋଜର ଚଳାଇ ଭାଙ୍ଗି ଦିଆଯାଇଛି। ଏପରିକି ପୋଲିସ...

ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ଆଜି ଜମ୍ମୁ କଶ୍ମୀର ଗସ୍ତ କରିବେ ଅମିତ ଶାହା

ଜମ୍ମୁ କଶ୍ମୀର,୧୬।୬: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଷ୍ଟିରେ ରଖି ରବିବାର ଜମ୍ମୁକଶ୍ମୀର ଗସ୍ତ କରିବେ। ସେଠାରେ ସେ...

ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା: ୧୮ ଗିରଫ

ପାଟନା,୧୫ା୬: ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି)-ୟୁଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ସହ ବ୍ୟାପକ ଅନିୟମିତତା ଅଭିଯୋଗ...

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା; ୨ ମାସ ମଧ୍ୟରେ…

ନୂଆଦିଲ୍ଲୀ,୧୫।୬: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ବଡ଼ ଘୋଷଣା କରିଛନ୍ତି। ମାତ୍ର ୨ ମାସ ମଧ୍ୟରେ ଦେଶରେ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌ ଗଡ଼ିବ।...

ମୋଦିଙ୍କୁ ପ୍ରଶଂସା କଲେ ଶରଦ ପାଓ୍ବାର, କହିଲେ ତୁମ ପାଇଁ ଆମେ…

ମୁମ୍ବାଇ,୧୫ା୬: ଶନିବାର ଏମ୍‌ଭିଏ ନେତା ଶରଦ ପାଓ୍ବାର, ଉଦ୍ଧବ ଠାକରେ ଏବଂ ପୃଥ୍ବୀରାଜ ଚୌହାନ ମୁମ୍ବାଇରେ ମିଳିତ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ୨୦୨୪ ଲୋକ...

ଇନ୍ଦିରା ଗାନ୍ଧୀଙ୍କୁ ‘ମଦର ଅଫ୍‌ ଇଣ୍ଡିଆ’ କହିଲେ ମୋଦି ସରକାରଙ୍କ ଏହି ମନ୍ତ୍ରୀ, କଂଗ୍ରେସର ବି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୫।୬: ମୋଦି ସରକାରଙ୍କ ଜଣେ ମନ୍ତ୍ରୀ କଂଗ୍ରେସ ଏବଂ ଇନ୍ଦିରା ଗାନ୍ଧୀଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି। ସେ ହେଲେ କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପି। ପୂର୍ବତନ ପ୍ରଧାନମନ୍ତ୍ରୀ...

ଏନ୍‌କାଉଣ୍ଟରରେ ଟଳିପଡ଼ିଲେ ୮ ମାଓବାଦୀ: ଜଣେ ଯବାନ ଶହୀଦ

ବିଜାପୁର,୧୫।୬: ଛତିଶଗଡ଼ ବିଜାପୁର ଜିଲାର ଅବୁଝମାଡ଼ ଜଙ୍ଗଲରେ ଶନିବାର ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବନିମୟ ଘଟିଛି।...

ଭାରତ ସରକାର କାହାକୁ ଦିଅନ୍ତି ଅଧିକ ଦରମା? ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ନା ରାଜ୍ୟପାଳ, ମୋଦିଙ୍କୁ ମିଳେ…

ଜାଣନ୍ତି କି ଭାରତ ସରକାର କେଉଁ ବ୍ୟକ୍ତିଙ୍କୁ ସର୍ବାଧିକ ଦରମା ପ୍ରଦାନ କରନ୍ତି? ସେ କେଉଁ ପଦବୀରେ ରହିଥାନ୍ତି ଏବଂ କେତେ ଟଙ୍କା ଦରମା ପାଆନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri