Posted inଜାତୀୟ

‘୧୦୦ କୋଟି ଦିଅ, ମନ୍ତ୍ରୀ ପଦ ନିଅ’

ପୁଣେ,୨୧।୭: ମହାରାଷ୍ଟ୍ରର ପୁଣେରେ ଜଣେ ଭାଜପା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବା ନଁ।ରେ ଠକେଇ ଉଦ୍ୟମ ସାମ୍ନାକୁ ଆସିଛି। ଏହି ଘଟଣାରେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯୁକ୍ତମାନେ ଭାଜପା ବିଧାୟକ ରାହୁଲ କୁଲଙ୍କୁ ମହାରାଷ୍ଟ୍ର କ୍ୟାବିନେଟରେ ସ୍ଥାନ ଦେବାକୁ କହି ୧୦୦ କୋଟି ଟଙ୍କା ମାଗିଥିଲେ।
ନିକଟରେ ମହାରାଷ୍ଟ୍ରରେ ନୂତନ ସରକାର ଗଠନ କରାଯାଇଛି। ନବ ଗଠିତ ସରକାରରେ ଏପର୍ଯ୍ୟନ୍ତ କ୍ୟାବିନେଟ ଗଠନ ହୋଇନାହିଁ। ବର୍ତ୍ତମାନ ଏହି କ୍ୟାବିନେଟରେ କିଏ ରହିବେ ତାହା ଉପରେ ସମସ୍ତଙ୍କ ଧ୍ୟାନ ରହିଛି। ଏହାର ଫାଇଦା ନେବାକୁ ଚେଷ୍ଟା କରୁଥିବା ୪ ଅଭିଯୁକ୍ତ କ୍ୟାବିନେଟରେ ମନ୍ତ୍ରୀ ପଦ ଦେବା ନଁାରେ ଭାଜପାର ଡୌଣ୍ଡ ବିଧାୟକ ରାହୁଲ କୁଲଙ୍କୁ ଠକିବାକୁ ଚେଷ୍ଟା କରିଥିଲେ।

ରାହୁଲଙ୍କୁ ୧୦୦ କୋଟି ଟଙ୍କାରେ ମନ୍ତ୍ରୀ ପଦର ଅଫର ମିଳିଥିଲା। ରିୟାଜ ଶେଖ ନାମକ ଜଣେ ବ୍ୟକ୍ତି ଜୁଲାଇ ୧୬ରେ ରାହୁଲଙ୍କ ପିଏଙ୍କୁ ଫୋନ କରିଥିଲେ। ସେ ବିଧାୟକଙ୍କୁ ଭେଟି ଗୋଟିଏ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିବାକୁ ଚାହୁଁଥିବା ଫୋନରେ କହିଥିଲେ। ଏହି ଫୋନ କଲ ପରେ ବିଧାୟକ ରିୟାଜଙ୍କୁ ମୁମ୍ବାଇର ଗୋଟିଏ ହୋଟେଲରେ ଭେଟିଥିଲେ। ଏହି ସମୟରେ ସେ ବିଧାୟକଙ୍କୁ କହିଥିଲେ ଯେ ତା’ର ବଡ ବଡ ରାଜନେତା ଚିହ୍ନା ଅଛନ୍ତି। ସେମାନେ ଚାହିଁଲେ ରାହୁଲ ବେଶ ସହଜରେ ମନ୍ତ୍ରୀ ପଦ ପାଇପାରିବେ। ହେଲେ ଏଥିପାଇଁ ତାଙ୍କ ଠାରୁ ରିୟାଜ ୧୦୦ କୋଟି ଟଙ୍କା ଦାବି କରିଥିଲେ। ବିଧାୟକ ଏହି ପ୍ରସ୍ତାବରେ ରାଜି ଥିବା ଜଣାଇବା ପାଇଁ ସେ ରିୟାଜ ସହ ଟଙ୍କାକୁ ନେଇ ବୁଝାମଣା ଆରମ୍ଭ କରିଥିଲେ। ଶେଷରେ ୯୦ କୋଟି ଟଙ୍କାରେ ଡିଲ ଫାଇନାଲ କରିଥିଲେ। ତେବେ ଏହାର ୨୦% ମନ୍ତ୍ରୀ ହେବା ପୂର୍ବରୁ ଦେବାକୁ ପଡିବ ବୋଲି ରିୟାଜ କହିଥିଲେ। ଏଥିରେ ବିଧାୟକ ରାଜି ହେବା ସହ ଟଙ୍କା ନେବାକୁ ପଛରେ ଆସିବା ପାଇଁ କହିଥିଲେ।

କିନ୍ତୁ ବିଧାୟକ ଏନେଇ ଦଳର ବରିଷ୍ଠ ନେତାଙ୍କୁ ଜଣାଇବା ସହ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ମୁମ୍ବାଇ ପୋଲିସ କମିଶନର ବିବେକ ଫାନସଲକର ଘଟଣାର ତଦନ୍ତ ଦାୟିତ୍ୱ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଯୋଜନା ମୁତାବକ ୧୮ କୋଟି ଟଙ୍କା ଦେବାକୁ ବିଧାୟକ ଜଣକ ରିୟାଜକୁ ହୋଟେଲ ଆସିବା ପାଇଁ କହିଥିଲେ। ଟଙ୍କା ଲୋଭରେ ସେ ନିଜର ଆଉ ୩ ସହଯୋଗୀଙ୍କ ସହ ହୋଟେଲରେ ପହଞ୍ଚିଥିଲେ। ହେଲେ ପୋଲିସ ଟିମ ସମସ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?