Posted inଜାତୀୟ

ଏଏମ୍‌ୟୁରେ କୁରାନ ସହିତ ରହିଛି ଗୀତା-ରାମାୟଣ : ମୋଦି

ଅଲୀଗଡ଼,୨୨।୧୨:

ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ (ଏଏମ୍‌ୟୁ)ର ଶତାବ୍ଦୀ ବର୍ଷ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଶିକ୍ଷାର୍ଥୀଙ୍କୁ ଦେଶଗଠନ ପାଇଁ ଆଗେଇ ଆସିବାକୁ ଆହ୍ବାନ ଜଣାଇଛନ୍ତି। ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ସେବା କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି। ଏହାଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ ଏବଂ ସବ୍‌କା ବିଶ୍ୱାସ ମନ୍ତ୍ର ନେଇ ଦେଶକୁ ଆଗେଇ ନେବାର ଉଦ୍ୟମ ଜାରି ରଖିଥିବା ସେ କହିଛନ୍ତି। ଏଏମ୍‌ୟୁ ଇତିହାସ ଦେଶ ସହିତ ଜଡ଼ିତ ହୋଇଥିବାବେଳେ ଏଠାରେ ଅଧ୍ୟୟନ କରୁଥିବା ଶିକ୍ଷାର୍ଥୀ ଦେଶ ପାଇଁ ସୁନାମ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ବୋଲି ମୋଦି କହିଛନ୍ତି। ବିଦେଶରେ ଥିବା ଏଭଳି ବହୁ ଶିକ୍ଷାର୍ଥୀଙ୍କୁ ସେ ଭେଟିଥିବା ମୋଦି କହିଛନ୍ତି। ଏଏମ୍‌ୟୁ ମିନି ଇଣ୍ଡିଆ ଭଳି। ଏଠାରେ ଶିକ୍ଷାର୍ଥୀଙ୍କୁ ଉର୍ଦ୍ଦୁ, ହିନ୍ଦୀ, ଆରବୀ ଏବଂ ସଂସ୍କୃତ ଆଦି ପଢ଼ାଯାଇଥାଏ। ଏଠାକାର ଲାଇବ୍ରେରୀରେ କୁରାନ ସହିତ ଗୀତା, ରାମାୟଣ ମଧ୍ୟ ରହିଛି। ଶ୍ରେଷ୍ଠ ଭାରତ ପ୍ରତିଫଳନ ଏଠାରେ ଦେଖିବାକୁ ମିଳିଥାଏ। ପୂର୍ବରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀ ୧୯୬୪ରେ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ଉତ୍ସବରେ ଯୋଗଦେଇଥିଲେ। ଏହାପରେ ଗତ ୫୬ ବର୍ଷ ମଧ୍ୟରେ ଅନ୍ୟ କୌଣସି ପ୍ରଧାନମନ୍ତ୍ରୀ ବିଶ୍ୱବିଦ୍ୟାଳୟକୁ କେବେ ଆସି ନାହାନ୍ତି। ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ମୋଦି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀଙ୍କୁ ଅନ୍‌ଲାଇନରେ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମୋଦି ଏକ ସ୍ବତନ୍ତ୍ର ଡାକଟିକଟ ଲୋକାର୍ପଣ କରିଛନ୍ତି। ସୂଚନାଯୋଗ୍ୟ, ୧୮୭୭ରେ ସାର୍‌ ସୟଦ୍‌ ଅହମ୍ମଦ୍‌ ଖାଁଙ୍କ ଦ୍ୱାରା ମହମ୍ମଡାନ୍‌ ଆଙ୍ଗ୍ଲୋ ଓରିଏଣ୍ଟାଲ କଲେଜ ସ୍ଥାପନ କରାଯାଇଥିଲା। ୧୯୨୦ରେ ଏହା ଅଲୀଗଡ଼ ମୁସଲିମ୍‌ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ଲାଭ କରିଥିଲା। ଏହି ବିଶ୍ୱବିଦ୍ୟାଳୟ ୪୬୭.୬ ହେକ୍ଟର ଜମି ଉପରେ ନିର୍ମିତ ହୋଇଛି। କେରଳର ମାଲାପୁରମ୍‌, ପଶ୍ଚିମବଙ୍ଗର ମୁର୍ସିଦାବାଦ ଜାଙ୍ଗିପୁର ଏବଂ ବିହାରର କିଶନଗଞ୍ଜ୍‌ରେ ଏହାର ଅଫ୍‌ କ୍ୟାମ୍ପସ୍‌ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

ଭୟଙ୍କର ଦୁର୍ଘଟଣା: ୨୭୦ ଲୋକଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ିଲା, ଏବେ ବି ଜାରିରହିଛି…

ଆଙ୍କରା,୩୦ା୮: ଉତ୍ତର ସାଇପ୍ରସ ଉପକୂଳରେ ଏକ ଭୟଙ୍କର ଡଙ୍ଗା ବୁଡ଼ି ଦୁର୍ଘଟଣା ଘଟିଛି। ରବିବାର ଅପରାହ୍ନରେ ଉତ୍ତର ସାଇପ୍ରସର କାଇରେନିଆ ବନ୍ଦରରୁ ତୁର୍କୀର ମର୍ସିନ ପ୍ରଦେଶସ୍ଥିତ ତାସୁକୁ…

୩୨ କେଭି ବିଦ୍ୟୁତ୍‌ ତାରରେ ବାଜିଗଲା ଛାତ୍ରଙ୍କ ହାତ, ଚାଲିଗଲା ଜୀବନ

ପାତ୍ରପୁର,୩୦ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ତହସିଲ ଜରଡ଼ା ଥାନା ଅନ୍ତର୍ଗତ ଭୈରପୁର ଗ୍ରାମର ସୁଶାନ୍ତ ପ୍ରଧାନଙ୍କ ପୁଅ ଚନ୍ଦନ( ୧୬)ଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ…

ଛାତ୍ରୀଛାତ୍ରଙ୍କୁ ନିଶାଠାରୁ ଦୂରେଇ ରହିବାକୁ ଆହ୍ବାନ

ବଞ୍ଚୋ,୩୦ା୮(ପ୍ରଦୋଷ ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ବଞ୍ଚୋର ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲରେ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆନନ୍ଦପୁର ଏସ୍‌ଡିପିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri