Posted inଖେଳ

ଗିରୋ ଡି’ ଇଟାଲିଆ: ମାର୍ଟିନ୍‌ ଜିତିଲେ ୧୭ତମ ଷ୍ଟେଜ୍‌

ସେଗା ଡି ଆଲା(ଇଟାଲି), ୨୭।୫- ଆୟର୍ଲାଣ୍ଡର ଡାନିଏଲ ମାର୍ଟିନ ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ର ବୁଧବାର ଅନୁଷ୍ଠିତ ୧୭ତମ ଷ୍ଟେଜ୍‌ରେ ବିଜୟ ହାସଲ କରିଛନ୍ତି। ଓଭରଅଲ୍‌ ଲିଡର ଇଗାନ ବେର୍ନଲ ରେସ୍‌ରେ ପ୍ରଥମ ଥର ପାଇଁ କ୍ଳାନ୍ତଥିବା ଜଣାପଡ଼ିଥିଲେ। ଗୋଟିଏ ଦିନର ବିଶ୍ରାମ ପରେ କାନାଜେଇଠାରୁ ସେଗା ଡି ଆଲା ପର୍ଯ୍ୟନ୍ତ ୧୯୩ କିଲୋମିଟର ବିଶିଷ୍ଟ ମାଉଣ୍ଟେନ ପର୍ଯ୍ୟାୟ ରେସ୍‌ରେ ଇସ୍ରାଏଲ ଷ୍ଟାର୍ଟ-ଅପ୍‌ ନେଶନ ରାଇଡର ମାର୍ଟିନ ଆଧିପତ୍ୟ ବିସ୍ତାର କରି ୪ ଘଣ୍ଟା ୫୪.୩୮ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଥିଲେ। ଡିସେଉନିଙ୍କ-କ୍ୱିକ୍‌ଷ୍ଟେପ୍‌ ଟିମ୍‌ର ପର୍ତ୍ତୁଗାଲ ରାଇଡର ଜୋଆଓ ଆଲମେଇଡା ୧୩ ସେକେଣ୍ଡ ଅଧିକ ସମୟ ନେଇ ଦ୍ୱିତୀୟ ଏବଂ ଟିମ୍‌ ବାଇକ୍‌ ଏକ୍ସଚେଞ୍ଜର ଗ୍ରେଟବ୍ରିଟେନ ରାଇଡର ସିମନ ୟାଟ୍ସ ତୃତୀୟ ସ୍ଥାନ ହାସଲ କରିଥିଲେ। ଇଟାଲିର ଡିଏଗୋ ଉଲିସି, ଡାମିଆନୋ କାରୁସୋ, କଲମ୍ବିଆର ଡାନିଏଲ ମାର୍ଟିନେଜ ପୋଭେଡା, ଇଗନ ବେର୍ନାଲ, ସ୍ପେନର ଆଣ୍ଟୋନିଓ ପେଦ୍ରେରୋ, ପେଲୋ ବିଲ୍‌ବାଓ ଲୋପେଜ ଏବଂ ନ୍ୟୁଜିଲାଣ୍ଡର ଜର୍ଜ ବେନେଟ ଯଥାକ୍ରମେ ୪ର୍ଥରୁ ୧୦ମ ସ୍ଥାନରେ ରହି ଟପ୍‌-୧୦ ଫିନିଶ୍‌ କରିଥିଲେ। ୧୭ତମ ଷ୍ଟେଜ୍‌ ପରେ ଇନିଅସ ଗ୍ରେନାଡିଅର୍ସ ଟିମ୍‌ର କଲମ୍ବିଆ ରାଇଡର ଇଗାନ ବେର୍ନଲ ଗୋମେଜ ଓଭରଅଲ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ସେ ମୋଟ ୭୧ ଘଣ୍ଟା ୩୨.୦୫ ସେକେଣ୍ଡ ସମୟ ନେଇଛନ୍ତି। ବାହାରିନ ଭିକ୍ଟୋରିଅସ ଟିମ୍‌ର ଇଟାଲିଆନ ରାଇଡର ଡାମିଆନୋ କାରୁସୋ ଏବଂ ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌ର ବ୍ରିଟେନ ରାଇଡର ସିମନ ୟାଟ୍ସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ୨୧ ଷ୍ଟେଜ ବିଶିଷ୍ଟ ଏହି ରେସ୍‌ ଚଳିତ ମାସ ୩୦ ତାରିଖରେ ଶେଷ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରୀକ୍ଷା ଦେବେନାହିଁ ବୈଭବ ସୂର୍ଯ୍ୟବଂଶୀ, କାରଣ କହିଲେ ପିତା

ନୂଆଦିଲ୍ଲୀ,୧୬।୨: ଆଇସିସି ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ରେ ଟିମ ଇଣ୍ଡିଆର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସମ୍ପର୍କରେ ଏକ…

ଟିମ ଇଣ୍ଡିଆ ହାତରୁ ଖସିପାରେ ବିଶ୍ୱକପ୍‌ ଟ୍ରଫି: ପାକିସ୍ତାନ ବିପକ୍ଷ ବିଜୟ ଭଲ ସଙ୍କେତ ନୁହେଁ, ଡରାଉଛି ସଂଯୋଗ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ୨୦୨୬ ଟି୨୦ ବିଶ୍ୱକପ୍‌ର ଗ୍ରୁପ ପର୍ଯ୍ୟାୟରେ ପାକିସ୍ତାନକୁ ପରାସ୍ତ କରି ସୁପର ୮ରେ ପ୍ରବେଶ କରିଥିଲା। ଫଳାଫଳ କାହାକୁ ଆଶ୍ଚର୍ଯ୍ୟ କରି ନ…

Video: ହ୍ୟାଣ୍ଡସେକ୍‌ ବିବାଦ ମଧ୍ୟରେ, ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୨: ରବିବାର T20 World Cup 2026 ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ହାଇ-ଭୋଲଟେଜ ମ୍ୟାଚ ଖେଳାଯାଇଥିଲା। ଟିମ ଇଣ୍ଡିଆ ଏକତରଫା ଭାବରେ ୬୧…

ଟିମ ଇଣ୍ଡିଆକୁ ଡବଲ୍‌ ଫାଇଦା: ଭାଙ୍ଗିଲା ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୧୬।୨:ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ କେବଳ ପାକିସ୍ତାନକୁ ପରାସ୍ତ କରି ନ ଥିଲା ବରଂ ଏଥିରୁ ଦୁଇଥର ଲାଭ ମଧ୍ୟ ପାଇଥିଲା। ସେହି ଲାଭ ସହିତ ଏହା…

ନାମ୍ବିୟାଠାରୁ ଯଦି ପାକିସ୍ତାନ ହାରିଯାଏ ତେବେ କ’ଣ ହେବ? ବୁଝନ୍ତୁ T20 World Cupର ସୁପର ୮ କ୍ୱାଲିଫିଶେନର ଗଣିତ

ନୂଆଦିଲ୍ଲୀ,୧୬।୨: ଟିମ ଇଣ୍ଡିଆ ପାକିସ୍ତାନକୁ ୬୧ ରନରେ ପରାସ୍ତ କରି ICC T20 ବିଶ୍ୱକପ 2026 ର ସୁପର ୮ପାଇଁ ଯୋଗ୍ୟତା ଅର୍ଜନ କରିଛି। ଫେବୃଆରୀ ୧୫…

ଭାରତଠାରୁ ପରାଜୟ ପରେ ରାଗିକି ନିଆଁ ହୋଇଗଲେ ଶାହିଦ ଆଫ୍ରିଦି: ନିଜ ଜ୍ୱାଇଁଙ୍କୁ ବି ଛାଡ଼ିଲେନି

ଇସଲାମାବାଦ୍‌,୧୬।୨: ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ପରାଜୟ ପୂର୍ବତନ ପାକିସ୍ତାନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଖୋଲାଖୋଲି ଭାବରେ ଦଳକୁ ସମାଲୋଚନା କରିଛନ୍ତି। ସେ ଦଳର ବରିଷ୍ଠ ଖେଳାଳିମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri