ଆଖି ଆଗରେ ଝିଅର ଭବିଷ୍ୟତ: ଓଟିପି ପାଇଁ ୩୦ କି.ମି. ଚାଲିଲେ ବାପା

ଉଦଳା,୨୮।୨(ସନ୍ତୋଷ କୁମାର ବାଚ୍ଛିନୀ): ଦେଶରେ ୫-ଜି ଟେଲି ସେବା ଉପଲବ୍ଧ ହୋଇଥିବା ବେଳେ ନେଟ୍‌ଓ୍ବର୍କ ନ ଥିବାରୁ ଝିଅର ଭବିଷ୍ୟତ ପାଇଁ ଜଣେ ବ୍ୟକ୍ତି ୩୦ କି.ମି. ଦୂରକୁ ଯାଇ ଓଟିପି ନମ୍ବର ଦେବା ଭାରତ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌)ର ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିିଛି। ଏହି ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ଅଞ୍ଚଳରେ। ସୂଚନା ଅନୁଯାୟୀ, ଉଦଳା ଏନ୍‌ଏସି ୧୦ନଂ. ୱାର୍ଡର ଦୀପକ କୁମାର ପରିଡ଼ାଙ୍କ ଝିଅ ତାସା ବାଲେଶ୍ୱରରେ ରହି ପାଠ ପଢ଼ନ୍ତି। ମଙ୍ଗଳବାର ସେ ବାଲେଶ୍ୱରରେ ନିଟ୍‌ ପ୍ରବେଶିକା ପରୀକ୍ଷା-୨୦୨୪ ନିମନ୍ତେ ଆବେଦନ କରୁଥିଲେ। ତାଙ୍କ ଆଧାର କାର୍ଡରେ ବାପା ଦୀପକ ପରିଡାଙ୍କ ମୋବାଇଲ୍‌ ନମ୍ବର ଲିଙ୍କ୍‌ ଥିବାରୁ ଓଟିପି ଦୀପକଙ୍କ ନିକଟକୁ ଆସିଥିଲା। ଉଦଳା ଅଞ୍ଚଳରେ ୨ ଦିନ ହେବ ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ ନ ରହିବା ସହିତ କୌଣସି କଲ୍‌ ଯାଇ ଆସିପାରୁନାହିଁ। ଦୀପକ ବ୍ୟବହାର କରୁଥିବା ମୋବାଇଲ୍‌ ନମ୍ବର ବିଏସ୍‌ଏନ୍‌ଏଲ୍‌ର ହୋଇଥିବାରୁ କୌଣସି ଓଟିପି ତାଙ୍କ ନିକଟରେ ପହଞ୍ଚୁ ନ ଥିଲା। ସେପଟେ ପରିବାରର ଅନ୍ୟ ସଦସ୍ୟଙ୍କୁ ଝିଅ ତାସା ଫୋନ କରିବା ପରେ ଦୀପକ ଓଟିପି ବାବଦରେ ଜାଣିବାକୁ ପାଇଥିଲେ। ଏହା ପରେ ଝିଅର ଭବିଷ୍ୟତ ପାଇଁ ଓଟିପି ନମ୍ବର ଦେବାକୁ ଦୀପକ ବିଏସ୍‌ଏନ୍‌ଏଲ୍‌ ମୋବାଇଲ୍‌ ନମ୍ବରକୁ ଧରି ଚାଲିଥିଲେ ନେଟ୍‌ୱର୍କ ଅନୁସନ୍ଧାନରେ। ଉଦଳାରୁ ବାହାରି ୩୦ କି.ମି. ଯାଇ ନୀଳଗିରି ପାଖ ସଜନାଗଡ଼ ଛକ ନିକଟରେ ପହଞ୍ଚତ୍ବା ପରେ ନେଟ୍‌ୱର୍କ ପାଇଥିଲେ। ସେଠାରେ ଝିଅକୁ ଫୋନ କରି କଥା ହେବା ସହିତ ଓଟିପି ନମ୍ବର ପ୍ରଦାନ କରିଥିଲେ। ଏହାପରେ ପରେ ତାଙ୍କ ଝିଅ ଆବେଦନ କରିଥିଲେ। ଏହି ବିଭ୍ରାଟ ବାବଦରେ ଉଦଳା ସ୍ଥିିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ କାର୍ଯ୍ୟରତ ଜେଟିଓ ଜଗନ୍ନାଥ ମାଝିଙ୍କୁ ପଚାରିବାରୁ ପାଣି ପାଇପ୍‌ ଲାଇନ ପାଇଁ କେବୁଲ ତାଡ଼ି ଦିଆଯାଉଛି। ଫଳରେ ତାର କଟିଯାଇ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କରେ ବିଭ୍ରାଟ ଘଟୁଛି। ଏନେଇ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ୫ କପ୍‌ କଫି, କମାଏ ହୃଦ୍‌ରୋଗ ଆଶଙ୍କା

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri