Posted inଜାତୀୟ

ବୟଫ୍ରେଣ୍ଡଙ୍କୁ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଆସିଲେ ଗର୍ଲଫ୍ରେଣ୍ଡ, ଆଉ ତା’ପରେ ଘଟିଲା ଏମିତି

ରାଞ୍ଚି,୧୯।୪: କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ମାନେନା ବାଧା ବନ୍ଧନ। ଖାସ୍‌ ଏଥିପାଇଁ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ଭେଟିବା ପାଇଁ ମୁମ୍ବାଇରୁ ଝାଡଖଣ୍ଡ ଚାଲିଆସିଥିଲେ। କିନ୍ତୁ ପ୍ରେମିକ ଖୁସି ହେବା ପରିବର୍ତ୍ତେ ତାଙ୍କୁ ଚାପୁଡା ମାରିବା ସହ ତଳେ ପକାଇ ପିଟାପିଟି କରିଥିଲେ। କେବଳ ଏତିକି ନୁହେଁ ତାଙ୍କଠାରୁ ସବୁ ସୁନାଗହଣା ଏବଂ ପର୍ସରୁ ପ୍ରାୟ ଦେଢଲକ୍ଷ ଟଙ୍କା ନେଇଯାଇଥିଲେ। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ପ୍ରେମିକଙ୍କୁ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ ଉଭୟଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଯୁବତୀ ଜଣଙ୍କ ମୁମ୍ବାଇରେ ଚାକିରି କରନ୍ତି। ନିଜ ଟଙ୍କାରେ ସେ ଯୁବକଙ୍କୁ ଏକ ବାଇକ୍‌ ମଧ୍ୟ ଦେଇଥିଲେ। ସମ୍ପୃକ୍ତ ଯୁବତୀ ଜଣଙ୍କ କହିଛନ୍ତି, ୩ ବର୍ଷ ପୂର୍ବେ ଫେସବୁକ୍‌ରୁ ଆମ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହାପରେ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା। ପ୍ରେମିକ ମୋତେ ଭେଟିବା ପାଇଁ ମୁମ୍ବାଇ ଆସୁଥିଲେ। କିନ୍ତୁ ହଠାତ୍‌ ସେ ମୋତେ ତାଙ୍କ ଘରକୁ ନେବେ କହି ଝାଡଖଣ୍ଡ ଡାକିଥିଲେ। କିନ୍ତୁ ଘରକୁ ନ ନେଇ ସର୍ବସଧାରଣରେ ପିଟିଥିଲେ ବୋଲି ଯୁବତୀ ପୋଲିସ ଆଗରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୋଲିସ ଏବେ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

କମୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୬।୮: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ୩୨,୯୩୭ଟି...

ଲକ୍ଷ୍ନୌରେ ମହିଳା ଡାକ୍ତର କରୋନା ପଜିଟିଭ୍‌

ଲକ୍ଷ୍ନୌ,୧୩।୪: ଉତ୍ତରପ୍ରଦେଶରେ କରୋନା ମାମଲା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହିକ୍ରମରେ ଲକ୍ଷ୍ନୌରେ ଜଣେ ମହିଳା ଡାକ୍ତର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଛି। ଗତ...

ଯୋଗୀଙ୍କ ଧ୍ରୁବୀକରଣ ରାଜନୀତି

ଲକ୍ଷ୍ନୌ,୨୪ା୧: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର ଗାଜିଆବାଦରେ ତାଙ୍କ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ...

ନିର୍ବାଚନ ପରବର୍ତ୍ତୀ ହିଂସା, ସିବିଆଇ-ଏସ୍‌ଆଇଟିକୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ…

କୋଲକାତା,୮।୧୧: ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାରେ ହାଇକୋର୍ଟ କଠୋର ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ନୂତନ ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୋଲକାତା ହାଇକୋର୍ଟ...

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌...

କର୍ନାଟକ ସରକାରଙ୍କ ବରଖାସ୍ତ ଦାବିକଲା କଂଗ୍ରେସ

ବେଙ୍ଗାଲୁରୁ,୩ା୧୧(ପି.ଟି.): କର୍ନାଟକରେ ବିଦ୍ରୋହୀ କଂଗ୍ରେସ-ଜେଡିଏସ୍‌ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପଛରେ ଭାଜପା କେନ୍ଦ୍ରୀୟ ନେତୃତ୍ୱ ସମ୍ପୃକ୍ତ ଥିଲେ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କହିଥିବାର...

ପୋଲାଣ୍ଡ-ହଙ୍ଗେରୀ ରାସ୍ତା ଦେଇ ଆସିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୨୪।୨: ରୁଷିଆ ୟୁକ୍ରେନ ଲଢ଼େଇ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଦେଇଛି। ୟୁକ୍ରେନ ସଙ୍କଟକୁ ନେଇ ଗୁରୁବାର ବୈଦେଶିକ ମନ୍ତ୍ରଣାଳୟ ଏକ ଖବରଦାତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି।...

ଭାଜପା ମୋତେ ମାରି ଦେବାକୁ ଚାହୁଁଛି: ହାର୍ଦ୍ଦିକ

ରାଜକୋଟ,୨୦।୪: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲ ଭାଜପା ଉପରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଭାଜପା ଚେଷ୍ଟା କରୁଛି ତାଙ୍କୁ ଆକ୍ରମଣ କରି ମାରି...

Advertisement
Archives

Model This Week