ପ୍ରେମିକଙ୍କ ଗଳାକାଟି ସ୍କୁଟିରେ ଫେରାର ହୋଇଗଲେ ପ୍ରେମିକା

କେନ୍ଦ୍ରାପଡ଼ା,୨୪।୭(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅଧୀନ ହଜାରୀ ଛକରେ ମଙ୍ଗଳବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ଗଳାକୁ ତାଙ୍କ ପ୍ରେମିକା କାଟି ଦେଇ ଫେରାର ହୋଇଯାଇଛନ୍ତି। ରାସ୍ତା ପାର୍ଶ୍ୱରେ ପଡିଥିବା ସେହି ଯୁବକଙ୍କୁ ପୋଲିସ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି। ସମ୍ପୃକ୍ତ ଯୁବକଙ୍କ ବୟାନକୁ ଆଧାର କରି ପୋଲିସ ଏକ ମାମଲା(ନଂ.୩୪୩/୨୫) ରୁଜୁ ତଦନ୍ତ ଚଳାଇଛି। ଏହି ତଦନ୍ତରେ ପୋଲିସ ଫରେନସିକ ଟିମ୍‌ ଓ ଡଗ୍‌ ସ୍କ୍ବାର୍ଡକୁ ସାମିଲ କରିଛି। ତେବେ କେଉଁ କାରଣରୁ ଏପରି ଘଟଣା ଘଟିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ।
ଉକ୍ତ ଘଟଣା ସମ୍ପର୍କରେ ଏସ୍‌ଡିପିଓ ଜ୍ୟୋତିରଞ୍ଜନ ଗୌଡ କହିଛନ୍ତି, ଆହତ ଯୁବକ ଜଣକ ଜଗତସିଂହପୁର ଜିଲା କୁଜଙ୍ଗ ଥାନା ବାଘୁଆ ଠେଙ୍ଗ ଗ୍ରାମର ସତ୍ୟଜିତ ଷଡ଼ଙ୍ଗୀ। ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ମାର୍ଶାଘାଇ ଥାନା ପୋଲିସ ପାଟ୍ରୋଲିଂ କରୁଥିଲା। ଏଏସ୍‌ଆଇ ଲୋଭାବତୀ ସାହୁ ସତ୍ୟଜିତ୍‌ଙ୍କୁ ଗୁରୁତର ଅବସ୍ଥାରେ ହଜାରୀ ଛକ ସେତୁଠାରୁ ଅନତୀ ଦୂରରୁ ଉଦ୍ଧାର କରିଥିଲେ। ଜିଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଯାଇଛି। ସତ୍ୟଜିତ କହିଛନ୍ତି, ଜଗତସିଂହପୁର ଜିଲା ତିର୍ତ୍ତେଲ ଥାନା ଅଢ଼ାବତୀ ଗ୍ରାମର ଜଣେ ମହିଳାଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଘଟଣାଦିନ ସମ୍ପୃକ୍ତ ମହିଳା ତାଙ୍କ ଗଳାକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ସ୍କୁଟିରେ ଫେରାର ହୋଇଯାଇଥିଲେ। ଏହାକୁ ନେଇ ଜିଲା ପୋଲିସ ତନାଘନା ଚଳାଇଛି। ଖୁବ୍‌ଶୀଘ୍ର ଅପରାଧୀ ଧରାପଡିବେ ବୋଲି ଏସ୍‌ଡିପିଓ ଗୌଡ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା ପାଇଁ ଚଳଚଞ୍ଚଳ ଭଞ୍ଜନଗର: ମଣ୍ଡପରେ ଜମୁଛି ଭକ୍ତଙ୍କ ଭିଡ଼, ଉତ୍ସବମୁଖର …

ଭଞ୍ଜନଗର,୧୫।୯(ବାବୁଲା ପ୍ରଧାନ): ପବିତ୍ର ଗଣେଶ ପୂଜା ଅବସରରେ ଭଞ୍ଜନଗର ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ ଏକ ଆନନ୍ଦଉଲ୍ଲାସ ଓ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ଗତ ଦୁଇଦିନ…

ପରିବାର ସହ ନୂଆଁଖାଇ ପାଳିଲେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର; ନୂଆଁଖାଇ ଜୁହାର ଭେଟ ହୋଇ ଜଣାଇଲେ ଶୁଭେଚ୍ଛା

ବଲାଙ୍ଗୀର,୧୫ା୯ (ବୀରେନ୍ଦ୍ର କୁମାର ଝାଙ୍କର): ପବିତ୍ର ନୂଆଁଖାଇ ଅବସରରେ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ର ନିଜ ପରିବାର ସହ ନବାନ୍ନ ଭକ୍ଷଣ କରିବା ପରେ ନିଜ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ସଜନା ଶାଗ ତୋଳିବା ହେଲା କାଳ: ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ୩୦ ବର୍ଷୀୟ ଯୁବକଙ୍କ ଜୀବନ

କୋରାପୁଟ,୧୫।୯(ଅମିତାଭ ବେହେରା): ସଜନା ଶାଗ ତୋଳିବାକୁ ଯାଇଥିଲେ, ହେଲେ ଫେରିଲା ମୃତଦେହ। ଅସାବଧାନତାର ଏକ ମୁହୂର୍ତ୍ତ ଜଣେ ଯୁବକଙ୍କ ଜୀବନରେ କାଳ ସାଜିଛି। ୧୧ କେଭି ବିଦ୍ୟୁତ୍…

ପ୍ରଫେସର କୃତ୍ତିବାସ ବିଶ୍ୱାଳଙ୍କୁ ‘ଭଞ୍ଜଶ୍ରୀ ଶ୍ରୀଧର ଶତପଥୀ ସ୍ମୃତି ସମ୍ମାନ’

ଭଞ୍ଜନଗର,୧୫।୯ (ବାବୁଲା ପ୍ରଧାନ): ଘୁମୁସର ମାଟିର ବିଶିଷ୍ଟ ଜ୍ୟୋତିଷ, ଭଞ୍ଜ ସାହିତ୍ୟ ଗବେଷକ ତଥା ପ୍ରତିଷ୍ଠିତ ସାହିତ୍ୟିକ ଭଞ୍ଜଶ୍ରୀ ପଣ୍ଡିତ ଶ୍ରୀଧର ଶତପଥୀଙ୍କ ୧୧୩ତମ ଜୟନ୍ତୀ ମଙ୍ଗଳବାର…

ମୃତଦେହ ନେଇ ଶ୍ମଶାନ ଯାଉଥିବା ବେଳେ ବଡ଼ ଅଘଟଣ: ଟ୍ରକ୍ ଧକ୍କା ଦେଇ ଘୋଷାଡ଼ି ନେଲା, ୫ ଗୁରୁତରଙ୍କୁ ବିଧାୟକ ନିଜ ଗାଡ଼ିରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି – ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ପୋଡ଼ାମାରି ନିକଟସ୍ଥ ରାଜନାପଲ୍ଲୀ ଗ୍ରାମ ମୁଖ୍ୟରାସ୍ତାରେ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ…

କାମ କରୁ କରୁ ଚାଲିଗଲା ଜୀବନ: ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨୭ ବର୍ଷୀୟା ମହିଳା ଶ୍ରମିକଙ୍କ ମୃତ୍ୟୁ

ଦାରିଙ୍ଗବାଡ଼ି,୧୫।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବୁର୍ଜୁବାଡ଼ି ବିଦ୍ୟାଳୟ ସମ୍ମୁଖରେ ଏକ ନିର୍ମାଣାଧୀନ କୋଠାରେ ବିଦ୍ୟୁତ୍ ଆଘାତ ଲାଗି ଜଣେ ମହିଳା ଶ୍ରମିକଙ୍କ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?