ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କଲେ ଯୁବକ, ପାଟିରେ ଭରିଦେଲେ କାଦୁଅ

ଲକ୍ଷ୍ନୌ,୧୯ା୯: ଉତ୍ତରପ୍ରଦେଶର ଏକ ଗାଁରେ ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା କରାଯାଇଥିବା ଜଣାପଡ଼ିଛି। ତେବେ ହତ୍ୟାର ଗୋଟିଏ ଦିନ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ବଳାତ୍କାର କରିବା ପରେ ତାଙ୍କ ପାଟିରେ କାଦୁଅ ଭର୍ତ୍ତି କରିଦେଇଥିବା ପୋଲିସ କହିଛି।

ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବୁଡାଓଁ ଜିଲା ଫୈଜଗଞ୍ଜ ଅଞ୍ଚଳରେ ଥିବା ରେଳ ଟ୍ରାକ୍‌ ନିକଟରୁ ନାବାଳିକାଙ୍କ ମୃତଦେହ ମିଳିଛି।ଏସ୍‌ଏସ୍‌ପି ଓପି ସିଂ କହିଛନ୍ତି, ‘ଅଭିଯୁକ୍ତ ଜଣକ ତାଙ୍କ ଦୋକାନ ନିକଟରେ ନାବାଳିକାଙ୍କୁ ଏକାକୀ ଦେଖି ତାଙ୍କୁ ମିଠା ଦେଇ ନିଛାଟିଆ ସ୍ଥାନକୁ ନେଇଥିଲେ। ସେଠାରେ ତାଙ୍କୁ ବଳାତ୍କାର କରିବା ପରେ କାହାକୁ କହିବୁନୁ ବୋଲି କହିଥିଲେ। ନାବାଳିକା ଜଣକ ମୋ ମା-ବାପାଙ୍କୁ ଏସବୁ ବିଷୟରେ କହିଦେବି ବୋଲି କହିଥିଲେ। ଏହା ପରେ ଯୁବକ ଜଣକ ରାଗରେ ନାବାଳିକାଙ୍କ ପାଟିରେ କାଦୁଅ ଭର୍ତ୍ତି କରିଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏନେଇ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିବା ବେଳେ ସେ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରିଥିବା ସ୍ବୀକାର କରିଥିଲେ। ପୋଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଜେଲ୍‌ ପଠାଇଛି। ଏନେଇ ଏସ୍‌ଏସ୍‌ପିି କହିଛନ୍ତି ଯେ, ଅଭିଯୁକ୍ତଙ୍କ ପୋଷାକ ଏବଂ ଡିଏନ୍‌ଏ ନମୁନା ଫରେନସିକ୍‌ ଲ୍ୟାବକୁ ପଠାଯାଇଛି। ଖୁବ୍‌ଶୀଘ୍ର ଏହି ମାମଲାର ଚାର୍ଜଶିଟ୍‌ ଦାଖଲ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟା ପରେ ସ୍ତ୍ରୀଙ୍କ ମୃତଦେହକୁ ସୁଟକେସରେ ଭର୍ତ୍ତି କରି ଫୋପାଡ଼ି ଦେଲେ

ହାଇଦ୍ରବାଦ,୧।୭: ଆନ୍ଧ୍ର ପ୍ରଦେଶର ତିରୁପତିରେ ଏକ ସୁଟକେସରୁ ମିଳିଥିବା ୨୭ ବର୍ଷୀୟା ମହିଳା ଇଞ୍ଜିନିୟରଙ୍କ ହତ୍ୟା ମାମଲାରେ ତାଙ୍କ ସ୍ବାମୀକୁ ଗିରଫ କରିଛି ପୋଲିସ। ମୃତକ...

ଅବକାରୀ ଚଢାଉ: ୩ ବାଇକ୍‌ ଜବତ, ୩ ଗିରଫ

କଟକ ଅଫିସ,୨୪।୪: ଲକ୍‌ଡାଉନ ବଳବତ୍ତର ଥିଲେ ସୁଦ୍ଧା ବେଆଇନ ଭାବେ ମଦ ବେପାର ଜୋରଦାର ଚାଲିଛି। ମଦ ବେପାରୀମାନେ ଚୋରାରେ ଗ୍ରାହକଙ୍କ ନିକଟରେ ମଦ ପହଞ୍ଚାଉଛନ୍ତି।...

‘ଭାରତ ଯୋଡୋ ଯାତ୍ରା’ରୁ କଂଗ୍ରେସ ଆରମ୍ଭ କରିବ ୨୦୨୪ ନିର୍ବାଚନର ପ୍ରସ୍ତୁତି

ନୂଆଦିଲ୍ଲୀ,୨୧ ।୮: ‘ଭାରତ ଯୋଡୋ ଯାତ୍ରା’କୁ ନେଇ ବିଚାର ବିମର୍ଷ କରିବାକୁ କଂଗ୍ରେସ ଶନିବାର ପାର୍ଟି ମୁଖ୍ୟାଳୟରେ ଏକ ବୈଠକ ଡାକିଥିଲା । ଏଥିରେ ବିରିଷ୍ଠ...

ଲୋକ ସଭା ନିର୍ବାଚନ: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ

ନୂଆଦିଲ୍ଲୀ,୧୭।୪: ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ପାଇଁ ମତଦାନ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୬ ଆସନରେ...

ଅନୁପ୍ରବେଶ ଉଦ୍ୟମ ବିଫଳ: ପାକିସ୍ତାନ ଡ୍ରୋନ୍‌କୁ ଉଡାଇ ଦେଲା ବିଏସଏଫ

ଚଣ୍ଡିଗଡ,୨୦।୧୨: ପଞ୍ଜାବର ଗୁରୁଦାସପୁରରେ ଭାରତ-ପାକିସ୍ତାନ ସୀମାରେ ପାକିସ୍ତାନ ଡ୍ରୋନ୍‌ର ଅନୁପ୍ରବେଶ ଉଦ୍ୟମ ବିଫଳ କରିଛି ବିଏସଏଫ୍‌। ଭାରତ ସୀମାକୁ ପ୍ରବେଶ ପାଇଁ ଉଦ୍ୟମ କରୁଥିଲା ବେଳେ...

୧୪ ଦିନ ପୂର୍ବରୁ ସରିଲା ଅମରନାଥ ଯାତ୍ରା: ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ

ଶ୍ରୀନଗର,୩।୮: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ସନ୍ଦେହରେ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି। ଅଗଷ୍ଟ ୧୫ ଏହି ଯାତ୍ରା ଶେଷ ହେବାକୁ ଥିବା ବେଳେ ଏହାକୁ ୧୩...

ଓକିଲଙ୍କ ନିଆରା ବିବାହ କାର୍ଡ, ଏଥିରେ ଲେଖାଅଛି ସମ୍ବିଧାନର ନିୟମାବଳୀ

ଗୁଆହାଟି,୨୬ା୧୧: ପ୍ରାୟ ସମସ୍ତେ ନିଜ ବିବାହକୁ ସ୍ବତନ୍ତ୍ର ଏବଂ ସ୍ମରଣୀୟ କରିବାକୁ ଚାହିଁଥାନ୍ତି। ଏଥିପାଇଁ କିଏ କେତେ ପ୍ରକାରର ଉପାୟ ଆପଣାଇଥାନ୍ତି। ବିଶେଷକରି ବିବାହ କାର୍ଡକୁ...

ଏଣିକି ଟ୍ରେନରେ ଖାଦ୍ୟ ହେବ ମହଙ୍ଗା

ମୁମାଇ,୧୫।୧୧: ଟ୍ରେନରେ ଯାତ୍ରା କରିବା ସମୟରେ ଏବେ ଚା’ ଜଳଖିଆ ଓ ଭୋଜନ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ରେଲୱେ ବୋର୍ଡର ପର୍ଯ୍ୟଟନ ଓ...

Advertisement
Archives

Model This Week