Advertisement

ଯୁବତୀଙ୍କୁ ଘରୁ ଡାକିନେଇ ବଳାତ୍କାର ପରେ ହତ୍ୟା

କେନ୍ଦୁଝର,୨୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଜଣେ ଶିଶୁ କନ୍ୟାଙ୍କ ଗଳିତ ମୃତଦେହ ଜବତ ହେବାର ଦିନକ ପରେ ପୁଣି ଜଣେ ଯୁବତୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ରବିବାର ଏକ ପରିତ୍ୟକ୍ତ ସ୍ଥାନରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବତୀଙ ମୃତଦେହ ଜବତ ହୋଇଛି। ପଣ୍ଡାପଡ଼ା ଥାନା ଅଧୀନ ବସନ୍ତପୁର ବଡ଼ଖମଣ ସାହିରେ ଶନିବାର ରାତିରେ ଏହି ଅମାନବୀୟ ଘଟଣା ଘଟିଛି। ଶରୀରରେ କ୍ଷତଚିହ୍ନ ଥିବାରୁ ତାଙ୍କୁ କେହି ଡାକି ନେଇ ବଳାତ୍କାର ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ପୋଲିସ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, ଶନିବାର ରାତିରେ ଯୁବତୀ ଜଣକ ତାଙ୍କ ମା’ଙ୍କ ସହ ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ମା’ଙ୍କ ନିଦ ଭାଙ୍ଗି ଯିବାରୁ ଝିଅ ପାଖରେ ନ ଥିବା ଦେଖିଥିଲେ। ପରିବାର ଲୋକେ ରାତିସାରା ଖୋଜା ଖୋଜି କରିଥିଲେ ହେଁ ଝିଅଙ୍କୁ ପାଇ ନ ଥିଲେ। ତେବେ ଯୁବତୀ ଜଣକ ବ୍ୟବହାର କରୁଥିବା ଫୋନ ମିଳି ନ ଥିବାରୁ ନାନା ସନ୍ଦେହ ସୃଷ୍ଟି ହେଉଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲି କେନ୍ଦୁଝର ସଦର ଏସ୍‌ଡିପିଓ ପି.ଜେ.ଟପ୍ପୋ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ ୫ ଅନଶନକାରୀ ଚିକିତ୍ସାଧୀନ: ପ୍ରତିଶ୍ରୁତି ପରେ ଅନଶନ ସ୍ଥଗିତ ରଖିଲା ଭିନ୍ନକ୍ଷମ ମଞ୍ଚ

କପ୍ତିପଦା,୩୦।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ଭିନ୍ନକ୍ଷମ ମଞ୍ଚ ପକ୍ଷରୁ ୭ ଦଫା ଦାବି ନେଇ ଗତ ବୁଧବାରଠାରୁ ଧାରଣା ଓ ଆମରଣ ଅନଶନ ଆନ୍ଦୋଳନ ଜାରି ରହିଥିଲା।...

କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଭକ୍ତଚରଣଙ୍କ ଇସ୍ତଫା: ରାଜ୍ୟରେ ଦଳର ପରାଜୟ ଲାଗି ନିଜକୁ ଦାୟୀ କଲେ

ଭୁବନେଶ୍ୱର,୨୪।୫(ବ୍ୟୁରୋ): ୨୦୧୯ ସାଧାରଣ ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରୁ ଇସ୍ତଫା ଦେଉଛନ୍ତି ଅନେକ ତୁଙ୍ଗ ନେତା। ଶୁକ୍ରବାର ପିସିସି ସଭାପତି ପଦରୁ ନିରଞ୍ଜନ ପଟ୍ଟନାୟକ...

ଗାଁ ଶ୍ମଶାନରେ କାଳିଆକୁ ବିଦାୟ

ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର...

ଯବାନଙ୍କୁ ଅପହରଣ ପରେ ହତ୍ୟା

ମାଲକାନଗିରି, ୨୧ା୩ : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲାରେ ମାଓବାଦୀମାନେ ଜଣେ ଯବାନଙ୍କୁ ହତ୍ୟା କରିଛନ୍ତି। ମାଓବାଦୀମାନେ ତାଙ୍କୁ ଅପହରଣ ପରେ ଗୁଳିକରି...

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୯୭୬କୁ ବୃଦ୍ଧି

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି। ଶୁକ୍ରବାର ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ...

ଦାଉ ସାଧୁଛି ପ୍ରାକୃତିକ ବିପତ୍ତି: ୫ବର୍ଷରେ ଗଲାଣି ୯ ହଜାର ଜୀବନ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ରାଜ୍ୟକୁ ବନ୍ୟା, ବାତ୍ୟା, ମରଡ଼ି, ଅଂଶୁଘାତ ଭଳି ପ୍ରାକୃତିକ ବିପତ୍ତି ଘେରି ରହିଛି। ଏଥିଯୋଗୁ କେବଳ ଧନସମ୍ପତ୍ତି ନଷ୍ଟ ହେଉଛି ତାହା ନୁହେଁ, ବହୁମୂଲ୍ୟ...

ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କଲେ ଭଦ୍ରକ ବିଧାୟକ

ଭଦ୍ରକ ଅଫିସ,୮ା୪: ଭଦ୍ରକ ପୌରାଞ୍ଚଳରେ ବୁଧବାର ସକାଳୁ ଭଦ୍ରକ ବିଧାୟକ ସଂଜୀବ ମଲିକ ଲକ୍‌ଡାଉନ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ସହର ଓ...

ମନ ଛୁଉଁଛି ମେଗା ଟିକାକରଣ

ଅନୁଗୋଳ ଅଫିସ, ୧୯ା୫ – ଅନୁଗୋଳ ଜିଲାର ବିଭିନ୍ନ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ କୋଭିଡ୍‌ ଟିକା ପ୍ରଦାନ କରାଯାଉଥିଲେ ମଧ୍ୟ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଷ୍ଟାଡିୟମ୍‌ଠାରେ...

Advertisement
Archives

Model This Week