Posted inଫୁରସତ

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ‘ପତଲି କମରିଆଁ’ଗୀତରେ ଡ୍ୟାନ୍ସ କଲେ ଯୁବତୀ, ଭିଡିଓ ଦେଖିଲେ…

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି। ସେଥିରୁ କିଛି ଭିଡିଓ ୟୁଜରଙ୍କ ହୃଦୟକୁ ଛୁଇଁଯାଇଥାଏ। ଏବେ ସୋସିଆଲ ମିଡିଆରେ ରିଲ୍‌ସର ଟ୍ରେଣ୍ଡ ଚାଲିଛି। ବଲିଉଡ୍‌ର ହିଟ୍‌ ଗୀତରେ ଲୋକେ ରିଲ୍‌ କରିବାକୁ ପସନ୍ଦ କରୁଛନ୍ତି। ବେଳେବେଳେ ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଏବେ ସେମିତି ଏକ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by 🍁 B_ush_ra🍁 (@iamsecretgirl023)

ଜଣେ ଯୁବତୀ ସାଇକେଲର ହ୍ୟାଣ୍ଡେଲ ନ ଧରି ‘ପତଲି କମରିଆଁ ମୋରି’ ଗୀତରେ ଡ୍ୟାନ୍ସ କରୁଛନ୍ତି। ଯୁବତୀଙ୍କ ଏପରି ଅଜବ ଷ୍ଟଣ୍ଟ୍‌ ଡ୍ୟାନ୍ସକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି।

ଯୁବତୀ ଜଣକ ପାରମ୍ପାରିକ ସାଲଓ୍ବାର ଶୁଟ୍‌ ପିନ୍ଧି କଶ୍ମୀର ଝିଅମାନଙ୍କ ପରି ତାଙ୍କ ମୁଣ୍ଡରେ ସ୍କାର୍ଫ ବାନ୍ଧିଛନ୍ତି। ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ସାଇକେଲ ଚଲାଇବା ସମୟରେ ସେ ହ୍ୟାଣ୍ଡେଲ ଛାଡ଼ି ଚମତ୍କାର ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ସେ ସାଇକେଲ ଚଲାଇବା ମଧ୍ୟ ବନ୍ଦ କରିନାହାନ୍ତି।

ଏହି ମଜାଳିଆ ଭିଡିଓଟି iamsecretgirl023 ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ଡିସେମ୍ବର ୫ରେ ଏହି ଭିଡିଓ ଶେୟାର କରାଯାଇଛି। ଯାହାକୁ ଏପର୍ଯ୍ୟନ୍ତ ୨ କୋଟିରୁ ଅଧିକ ଲୋକ ଦେଖିଥିବାବେଳେ ପ୍ରାୟ ୧୦ ଲକ୍ଷ ଲୋକ ଏହାକୁ ପସନ୍ଦ କରିଛନ୍ତି। ଅନେକ ଲୋକ ଭିଡିଓ ଉପରେ ମନ୍ତବ୍ୟ ଦେଇ ଯୁବତୀଙ୍କୁ ପ୍ରଶଂସା କରିଛନ୍ତି। ଏଥିସହିତ କିଛି ଲୋକ ତାଙ୍କୁ ସତର୍କ ରହିବାକୁ ବି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri