ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀ ଦୌଡ଼ରେ ଗିରିବାଳା, ରାଜଶ୍ରୀ

ଜଗତ୍‌ସିଂହପୁର ଅଫିସ, ୩ା୩: ପୌର ନିର୍ବାଚନ ନେଇ ବୁଧବାରଠାରୁ ନାମାଙ୍କନପତ୍ର ଆରମ୍ଭ ହୋଇଛି। ପ୍ରଥମ ଦିନ ଜଗତ୍‌ସିଂହପୁର ପୌର ପରିଷଦ ଅଧ୍ୟକ୍ଷ ଓ କାଉନସିଲର ପଦବୀ ପାଇଁ କେହି ପ୍ରାର୍ଥତ୍ପତ୍ର ଦାଖଲ କରିନାହାନ୍ତି। କାରଣ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ସମସ୍ତ ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ ହୋଇନି। ମଙ୍ଗଳବାର କେବଳ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ବିଜେଡି ପକ୍ଷରୁ ଅଧ୍ୟକ୍ଷ ପଦବୀ ପାଇଁ ୨ ଜଣ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ସେମାନେ ହେଲେ ଗିରିବାଳା ଲେଙ୍କା ଓ ରାଜଶ୍ରୀ ମହାପାତ୍ର। ଗିରିବାଳାଙ୍କ ପରିବାର ପାଖାପାଖି ୫ଟି ନିର୍ବାଚନରେ ଜଗତ୍‌ସିଂହପୁର ପୌରାଞ୍ଚଳରେ ଦବ୍‌ଦବା ଜାହିର କରି ଆସିଛନ୍ତି। ପ୍ରଥମେ ଜନତା ଦଳ ଓ ପରେ ବିଜେଡି ସଙ୍ଗଠନରେ ଏହି ପରିବାରର ସକ୍ରିୟ ଭାଗିଦାରୀ ରହିଛି। ୧୯୯୨ ନିର୍ବାଚନରେ ସେ ୩ ନଂ. ୱାର୍ଡରୁ କାଉନସିଲର ପଦବୀ ପାଇଁ ପ୍ରାର୍ଥୀ ହୋଇ ଜିତିଥିଲେ। ତାଙ୍କ ସ୍ବାମୀ ହେମନ୍ତ କୁମାର ଲେଙ୍କା ମଧ୍ୟ ୨୦୧୩ରେ କାଉନସିଲର ହୋଇଥିଲେ। ଶ୍ୱଶୁର ରତ୍ନାକର ଲେଙ୍କା ୨୦୦୩-୦୪ରେ କାଉନସିଲର ନିର୍ବାଚିତ ହୋଇ ପରିଷଦ ଉପାଧ୍ୟକ୍ଷ ପଦବୀ ଅଳଙ୍କୃତ କରିଥିଲେ। ୨୦୦୯ରେ ଦିଅର ସଞ୍ଜୟ କୁମାର ଲେଙ୍କା ମଧ୍ୟ କାଉନସିଲର ହୋଇଥିଲେ। ପୁଅ ସମିତ୍‌ ଲେଙ୍କା ଏବେ ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ଦାୟିତ୍ୱରେ ଅଛନ୍ତି। ତାହା ପୂର୍ବରୁ ଅର୍ଥାତ୍‌ ୨୦୧୪-୧୭ରେ ପର୍ଯ୍ୟନ୍ତ ସେ ବିଜୁ ଛାତ୍ର ଜନତା ଦଳ ଜିଲା ସାଧାରଣ ସମ୍ପାଦକ, ୨୦୧୭-୨୦ ପର୍ଯ୍ୟନ୍ତ ବିଜୁ ଛାତ୍ର ଜନତା ଦଳ ଜିଲା କାର୍ଯ୍ୟକାରୀ ସଭାପତି ଥିଲେ। ଗତବର୍ଷ ପିପିଲି ଉପନିର୍ବାଚନରେ ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ହେଲାର ପଞ୍ଚାୟତ ପାଇଁ ପର୍ଯ୍ୟବେକ୍ଷକ ଦାୟିତ୍ୱ ସମ୍ପାଦନ କରିଥିଲେ। କେବଳ ଏତିକି ନୁହେଁ, ଦିଅର ରାଜେନ୍ଦ୍ର ପ୍ରସାଦ ଲେଙ୍କା ଜିଲାର ଜଣେ ଆଗଧାଡିଆ ବ୍ୟବସାୟୀ। ମୋଟାମୋଟି ଭାବେ କହିବାକୁ ଗଲେ ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ପରିବାରର ସ୍ବତନ୍ତ୍ରତା ରହିଛି। ତେଣୁ ସେ ଅଧ୍ୟକ୍ଷା ପଦ ପାଇଁ ଆଶାୟୀ ଥିବା ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦରଖାସ୍ତ କରିଛନ୍ତି। ପ୍ରାର୍ଥୀ ହେବା ପାଇଁ ସେ ହକଦାର ବୋଲି ଧରିତ୍ରୀକୁ ସ୍ବତନ୍ତ୍ର ଭାବେ କହିଛନ୍ତି। ଅନ୍ୟପକ୍ଷେ ରାଜଶ୍ରୀ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଲବିରେ ରହିଛନ୍ତି। ତାଙ୍କ ସ୍ବାମୀ ପ୍ରିୟବ୍ରତ ମହାପାତ୍ର ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ପରେ ରାଜ୍ୟ ସଂସ୍କୃତି ବିଭାଗରେ ନିଯୁକ୍ତି ପାଇଥିଲେ। ଚାକିରି ଛାଡି ବ୍ୟବସାୟ କରିଥିଲେ। ଏବେ ବିଜେଡି ଜଗତ୍‌ସିଂହପୁର ପୌର ପରିଷଦ ସଭାପତି ଅଛନ୍ତି। ପ୍ରିୟବ୍ରତଙ୍କ ଭାଇ ଦେବବ୍ରତ ମହାପାତ୍ର ୨୦୦୫ରେ କାଉନସିଲର ଥିଲେ। ବାପା ସ୍ବର୍ଗତ ମାୟାଧର ମହାପାତ୍ର ଜନତା ଦଳରୁ ରାଜନୀତି ଜୀବନ ଆରମ୍ଭ କରି ସେତେବେଳେ ଯଶୋବନ୍ତପୁର ପଞ୍ଚାୟତ ସରପଞ୍ଚ ଥିଲେ। ତେଣୁ ସେ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଅଛନ୍ତି। ତେବେ କିଏ ପ୍ରାର୍ଥୀ ହେଉଛନ୍ତି ତାହା ଉପରେ ପ୍ରତ୍ୟେକଙ୍କ ନଜର ରହିଛି। କାରଣ ଗିରିବାଳାଙ୍କୁ ପ୍ରାର୍ଥୀ କରା ନ ଗଲେ ବିଜେଡିର ଏକ ବଡ ଗୋଷ୍ଠୀ ନୀରବ ଅଥବା ଅସହଯୋଗ କରିପାରନ୍ତି। ଯେହେତୁ ଗତଥର ପରିଷଦ କଂଗ୍ରେସ ଦଖଲରେ ଥିଲା ଏବଂ ଏହି ଦଳର ସଙ୍ଗଠନ ସୁଦୃଢ ତେଣୁ ବିଜେଡି ଗୋଷ୍ଠୀ କନ୍ଦଳ ସଙ୍ଗଠନ ପାଇଁ ମହଙ୍ଗା ପଡିବା ଆଶଙ୍କା ରହିଛି। ଏ ପରିସ୍ଥିତିରେ ବିଜେଡି ଜିଲା ସଭାପତି ତଥା ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ସମ୍ଭାବ୍ୟ ପରିସ୍ଥିତିକୁ ଏଡାଇବା ପାଇଁ କି ପଦକ୍ଷେପ ନେଉଛନ୍ତି ତା’ ଉପରେ ପୌରାଞ୍ଚଳବାସୀଙ୍କର ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରାପଡ଼ିଲେ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗ

ବରପାଲି,୨୪।୬(ଡି.ଏନ.ଏ): ବରଗଡ଼ ଜିଲା ବରପାଲି ଥାନା ପୋଲିସ ଏକ ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗକୁ ଧରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବରପାଲି ଥାନା ବନ୍ଧପାଲି ଗ୍ରାମର ଅକ୍ଷୟ...

ବାଲି ଚୋରାଚାଲାଣରେ ଅଙ୍କୁଶ ନାହିଁ

ଜଗତ୍‌ସିଂହପୁର ଅଫିସ, ୧୭ା୫: ଜଗତ୍‌ସିଂହପୁର ଜିଲାରେ ବେଧଡ଼କ ଚାଲିଛି ବାଲି ଚୋରାଚାଲାଣ। ଏହା ଉପରେ ଅଙ୍କୁଶ ରହୁନି। ପ୍ରବଳ ଗ୍ରୀଷ୍ମରେ ସାରା ଜିଲାବାସୀ ଆଉଟୁପାଉଟୁ ହେଉଥିବାବେଳେ...

ବାହ୍ୟଜଗତରୁ ବିଚ୍ଛିନ୍ନ ୧୩ ଗାଁ

ଖୋର୍ଦ୍ଧା ଅଫିସ,୧୦।୯: ରାଜୁଆ ନଦୀର ଜଳ ମହାନଦୀ ଓ ଚିଲିକାକୁ ନିଷ୍କାସନ ହୋଇ ପାରୁ ନ ଥିବାରୁ ଖୋର୍ଦ୍ଧା ଜିଲାର ଓରବରସିଂହ ଓ ନରଣଗଡ ପଞ୍ଚାୟତର...

ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ

ରାଜନଗର,୯ା୯(ଡି.ଏନ.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଏବେ ଦେଶୀୟ ପକ୍ଷୀଙ୍କ କାକଳିରେ ଫାଟି ପଡୁଛି। ଦେଶରେ ମୌସୁମୀ ବାୟୁ ସକ୍ରିୟ ହେବା ପରଠାରୁ ଭିତରକନିକାରେ ଦେଶୀୟ ପକ୍ଷୀଙ୍କ ଭିଡ...

ଖବର ପ୍ରକାଶ ପରେ ଚେତିଲେ, ରାସ୍ତାରେ ବିଛାଗଲା ବଜୁରୀ

କଣ୍ଟିପାଳ,୫ା୮(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତର ଚମର୍ଦା ଗାଁର ‘କର୍ଦ୍ଦମାକ୍ତ ରାସ୍ତାରେ ପିଲାମାନେ ସ୍କୁଲ ଯିବା’ ଶୀର୍ଷକ ଧରିତ୍ରୀରେ ଖବର...

ଆମ୍ବ, ପରିବା ଚାଷ ଦେଇଛି ରୋଜଗାର

ଫିରିଙ୍ଗିଆ, ୧୦ା୬-ଚାଷ କରି ଆତ୍ମ ନିର୍ଭରଶୀଳ ହୋଇ ପାରିଥିଲେ ମଧ୍ୟ ଦିନକୁ ଦିନ ପାଣି ସମସ୍ୟା ଏଥିରେ ଅନ୍ତରାୟ ସାଜୁଛି। ନଦୀ, ଚୂଆରୁ ପାଣି ଆଣି...

କରୋନା ମୁକାବିଲା ପାଇଁ ମାସ୍କ, ସାବୁନ ବଣ୍ଟନ

ସମ୍ବଲପୁର, ୩୧।୩ (ବ୍ୟୁରୋ)- କରୋନା ମୁକାବିଲା ପାଇଁ ସମ୍ବଲପୁର ବିଭିନ୍ନ ଅନୁଷ୍ଠାନ ଗୁଡିକ ସହଯୋଗର ହାତ ବଢ଼ାଇଛନ୍ତି । ଗ୍ରାମାଞ୍ଚଳରେ ମଧ୍ୟ ଏହା ଦେଖିବାକୁ ମିଳିଛି...

ମିଥ୍ୟା ତଥ୍ୟରେ ଚାଷୀଙ୍କ ନାମ ପଞ୍ଜୀକରଣ

ରାୟଗଡ଼ା ଅଫିସ,୧ା୧୨: ରାଜ୍ୟରେ ଖରିଫ୍‌ ଋତୁ ପାଇଁ ଚାଷୀ ପଞ୍ଜୀକରଣ କରାଯାଇଥିଲା। ହେଲେ ଏଥିରେ ବେଆଇନ୍‌ ତଥା ମିଥ୍ୟା ପଞ୍ଜୀକରଣ କରାଯାଇଥିବା ସ୍ପଷ୍ଟ ହୋଇଛି। ମିଥ୍ୟା...

Advertisement
Archives

Model This Week