ଗିଙ୍ଗ୍‌ହମ୍‌ ଫ୍ୟାଶନ୍‌

ଏବେ ଫ୍ୟାଶନ୍‌ପ୍ରେମୀ ଯୁବପିଢ଼ିଙ୍କ ପାଇଁ ଗିଙ୍ଗ୍‌ହମ୍‌ ଆଉଟ୍‌ଫିଟ୍‌ ପାଲଟିଛି ଲାଟେଷ୍ଟ ଟ୍ରେଣ୍ଡ। ଏହା ସବୁ ସିଜନ୍‌ରେ ପିନ୍ଧିଲେ ଭଲ ଲାଗିବା ସହ କ୍ଲାସି ଲୁକ୍‌ ମଧ୍ୟ ଦେଇଥାଏ। ହେଲେ ଓ୍ବିଣ୍ଟର ଓ୍ବିୟର ଭାବେ ଏହା ୟୁନିକ୍‌ ଲୁକ୍‌ ଦେଇଥାଏ। ତେବେ ଏହାର ବଢ଼ୁଥିବା ଡିମାଣ୍ଡକୁ ଆଖି ଆଗରେ ରଖି ବର୍ତ୍ତମାନ ମାର୍କେଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ଡ୍ରେସ୍‌ଠାରୁ ଆରମ୍ଭ କରି ଓ୍ବାନ୍‌ ସାଇଡ୍‌ ବ୍ୟାଗ୍‌ ପର୍ଯ୍ୟନ୍ତ ସବୁର କଲେକ୍ସନ ପାଇପାରିବେ…

ଯଦି ଆପଣଙ୍କୁ ଚେକ୍‌ ଷ୍ଟାଇଲ୍‌ର ଡ୍ରେସ୍‌ ପିନ୍ଧିବାକୁ ବହୁତ ପସନ୍ଦ, ତେବେ ଗିଙ୍ଗ୍‌ହମ୍‌ ଫ୍ୟାଶନ୍‌ ଟ୍ରାଏ କରନ୍ତୁ। ଏମିତିକି ଆପଣ ଯଦି ଏହାକୁ ଅଫିସ୍‌ ପାଇଁ କ୍ୟାରି କରୁଛନ୍ତି, ଏଥିରେ ଆପଣ କ୍ଲାସି ଲୁକ୍‌ ପାଇବେ।
ଡେଲି ଓ୍ବିୟର କିମ୍ବା ଅଫିସ୍‌ ପାଇଁ ଯଦି କିଛି ସିମ୍ପଲ ଏବଂ କମ୍ଫର୍ଟ ଲୁକ୍‌ ଦେଉଥିବା ପ୍ୟାଣ୍ଟ କିମ୍ବା ଲେଗିନ୍ସ କ୍ୟାରି କରିବାକୁ ଚାହୁଁଛନ୍ତି, ତେବେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ପ୍ୟାଣ୍ଟ ଟ୍ରାଏ କରନ୍ତୁ। କଟନ୍‌ କିମ୍ବା ଉଲେନ୍‌ ମ୍ୟାଟେରିଆଲରେ ମଧ୍ୟ ଏହି ପ୍ରିଣ୍ଟ ଉପଲବ୍ଧ। ତେବେ ସ୍ମାର୍ଟ ଦେଖାଯିବା ପାଇଁ ଏଥିରେ ଲଙ୍ଗ୍‌ ଜ୍ୟାକେଟ୍‌ କିମ୍ବା ଶ୍ରଗ୍‌ ପିନ୍ଧି ପାରିବେ।
ଶୀତଦିନେ ଜ୍ୟାକେଟ୍‌ କ୍ୟାରି କରୁଥିଲେ ଥଣ୍ଡାରୁ ଉପଶମ ସହ ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟର ଜ୍ୟାକେଟ୍‌ ଟ୍ରାଏ କରନ୍ତୁ। ଏହାର ହାଇ ଏବଂ ମିଡିୟମ୍‌ ନେକ୍‌ ଜ୍ୟାକେଟଠାରୁ ଆରମ୍ଭ କରି ଲଙ୍ଗ୍‌ କୋର୍ଟ ମଧ୍ୟ ଉପଲବ୍ଧ। ଏହି ଲୁକ୍‌ରେ ଫୁଟ୍‌ଓ୍ବେୟାର୍‌ ପାଇଁ ବୁଟ୍‌ ମ୍ୟାଚ୍‌ କରିପାରିବେ।
ଶୀତଦିନେ ଆଉଟିଂ ଲାଗି ଫ୍ୟାଶନେବୁଲ୍‌ ସ୍ବେଟର ଡ୍ରେସ୍‌ ବାଛୁଥିଲେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ସ୍ବେଟର୍‌ କ୍ୟାରି କରନ୍ତୁ। ଏହି ସ୍ବେଟର୍‌ ସହ ଲଙ୍ଗ୍‌ ନି ହାଇ ବୁଟସ୍‌ ପେୟାର୍‌ କରିପାରିବେ।…
ନିଜ ଆଉଟ୍‌ଫିଟ୍‌ରେ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ଆସେସରିଜ୍‌ କ୍ୟାରି କରିବାକୁ ଚାହୁଁଥିଲେ ଗିଙ୍ଗ୍‌ହମ୍‌ ସ୍କାର୍ଫକୁ ଟିମ୍‌ଅପ୍‌ କରିପାରିବେ। ଟି-ଶାର୍ଟଠାରୁ ଆରମ୍ଭ କରି ଜ୍ୟାକେଟ୍‌ ପର୍ଯ୍ୟନ୍ତ ଏହି ସ୍କାର୍ଫ ଆପଣଙ୍କୁ କ୍ଲାସି ଲୁକ୍‌ ଦେବ।
ଆଉଟିଂ ହେଉ କି ଅଫିସ୍‌ ଅବା ପାର୍ଟିରେ ୟୁନିକ୍‌ ଲୁକ୍‌ ପାଇଁ ଗିଙ୍ଗ୍‌ହମ୍‌ ପ୍ରିଣ୍ଟ୍‌ର ହ୍ୟାଣ୍ଡ ବ୍ୟାଗ୍‌ କ୍ୟାରି କରିପାରିବେ। ଏହି ଷ୍ଟାଇଲ୍‌ ଛୋଟ ହ୍ୟାଣ୍ଡ ବ୍ୟାଗ୍‌ଠାରୁ ଆରମ୍ଭ କରି ଓଭର୍‌ସାଇଜ୍‌ ବ୍ୟାଗ୍‌ ଯାଏ ମାର୍କେଟରେ ଉପଲବ୍ଧ। ତେବେ ଧ୍ୟାନରଖନ୍ତୁ, ଏହି ଗିଙ୍ଗ୍‌ହମ୍‌ ଆସେସରିଜ୍‌ କ୍ୟାରି କରୁଥିଲେ ଏହି ପ୍ରିଣ୍ଟ୍‌ର ଆଉଟ୍‌ଫିଟ୍‌ ବଦଳରେ ସିଙ୍ଗଲ୍‌ କଲରର ଆଉଟ୍‌ଫିଟ୍‌ ବାଛନ୍ତୁ ଅଧିକ ଆଇକ୍ୟାଚି ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Facebookରେ ଲାଇଭ୍‌ ଆସିଲେ,ବେକରେ ରଶି ଲଗାଇ ଝୁଲି ପଡ଼ିଲେ…ସ୍ତ୍ରୀଙ୍କ ସହ ବିବାଦ ପରେ…

ବରେଲୀ,୧୯।୮: ଉତ୍ତରପ୍ରଦେଶର ବରେଲୀ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ପାରିବାରିକ ବିବାଦକୁ କେନ୍ଦ୍ର କରି ଜଣେ ଯୁବକ ଫେସବୁକ୍‌ରେ ଲାଇଭ୍ ଆସି ଆତ୍ମହତ୍ୟା…

କେବେ ବାନ୍ଧିବେ ରାକ୍ଷୀ? ୨୭ ନା ୨୮, ଜାଣନ୍ତୁ ତାରିଖ

ରାକ୍ଷୀ ପୂର୍ଣ୍ଣିମା ଏକ ଲୋକପ୍ରିୟ ପାରମ୍ପରିକ ହିନ୍ଦୁ ପର୍ବ । ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ବନ୍ଧୁତ୍ୱକୁ ଦୃଢ଼ କରିଥାଏ । ଏହି ଦିନ…

ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନିତ କରିବ ପାକିସ୍ତାନ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମାବାଦ,୧୯।୮: ପାକିସ୍ତାନ ସରକାର ମହମ୍ମଦ ଅଲୀ ଜିନ୍ନାଙ୍କ ଗୁରୁତର ଅସୁସ୍ଥତାକୁ ଗୋପନ ରଖିବା ଏବଂ ତାଙ୍କର ଚିକିତ୍ସା କରିଥିବା ଦୁଇ ଭାରତୀୟ ଡାକ୍ତରଙ୍କୁ ସମ୍ମାନ ଦେବାକୁ ଘୋଷଣା…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

ଦେଶୀ ମଦ ଚୋରାଚାଲାଣ ବେଳେ ମାଡିବସିଲା ଅବକାରୀ ବିଭାଗ; ମହିଳାଙ୍କ ସମେତ ୩ ଗିରଫ, ମିଳିଲା…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମ ନିକଟ ଦୁର୍ଗମ ଜଙ୍ଗଲରେ ବୁଧବାର ଦିଗପହଣ୍ଡି ଓ ଚିକିଟି ଅବକାରୀ ବିଭାଗ ପକ୍ଷରୁ ମିଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri