ଅଦା ଚାଷ କରିଛି ସ୍ବାବଲମ୍ବୀ

କେନ୍ଦୁଝର,୧୦ା୨ (ସ୍ବ.ପ୍ର.)-ଦେଶୀ ଅଦାର ଚାହିଦା ସବୁଠି ରହିଛି । ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ଚା’ଠାରୁ ଆରମ୍ଭ କରି ତରକାରୀ, ଔଷଧ ପ୍ରସ୍ତୁତିରେ ଏହାର ବ୍ୟବହାର ରହିଛି। ଲୋକ ମାନେ ଏହାକୁ ନିତିଦିନିଆ ସାମଗ୍ରୀ ଭାବରେ ବ୍ୟବହାର କରିଆସୁଛନ୍ତି। ଏଣୁ ଏହାକୁ ଆଖି ଆଗରେ ରଖି ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାକୁମୁଟିଆ ଗ୍ରାମର ଭୂୟାଁ ଜନଜାତିର ଲୋକମାନେ ନିଜ ଉଦ୍ୟମରେ ଅଦା ଚାଷ କରି ରୋଜଗାରର ବାଟକୁ ଆପଣେଇଛନ୍ତି। ବିନା ସହାୟତାରେ ନିଜେ ଏହି ଚାଷ କରି ପାଖାପାଖି ୧୫ ପରିବାର ସ୍ବାବଲମ୍ବୀ ହୋଇପାରିଛନ୍ତି। ଏବେ ଟିକେ ଆଗକୁ ଯାଇ ସେମାନେ ନିଜ ଉଦ୍ୟମରେ ଅଦା ଚାଷ ଆରମ୍ଭ କରିଛନ୍ତି। ଯଶୋଦା ଧାଙ୍ଗଡା କହିଛନ୍ତି ଯେ ଆଗରୁ ଖାଇବା ପାଇଁ ଟିକେ ଟିକେ ଚାଷ କରୁଥିଲୁ। ଏବର୍ଷ ଅଧିକ ଜମିରେ ଚାଷ କରିଛୁ ଏବଂ ଏବେ ଅମଳ କରି ହାଟବଜାରରେ ବିକୁଛୁ। ଗତ ବର୍ଷ କରିଥିବା ଅଦାକୁ ବିହନ ଭାବରେ ସାଇତି ରଖି ସେସବୁକୁ ଚଳିତ ବର୍ଷ ଚାଷ କରିଛୁ। ରଜ ସମୟରେ ଚାଷ କରି ମକର ପରେ ଅମଳ କରୁଛୁ ବୋଲି ସେ କହିଛନ୍ତି। ଏହି ସବୁ ଚାଷ କାର୍ଯ୍ୟରେ ବନବାସୀ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ସେମାନେ ଚାଷ କାମରେ ସହଯୋଗ କରିବା ସହ ବିକ୍ରି ବଟା ପାଇଁ ହାଟବଜାର ଯାଇଥାନ୍ତି। କିନ୍ତୁ ବଜାର ଅଭାବରୁ ସେମାନେ ଅଦାର ଠିକ ମୂଲ୍ୟ ପାଉ ନ ଥିବା କହିଛନ୍ତି। କିଲୋ ୫୦ରୁ ୬୦ ଟଙ୍କାରେ ବିକୁଥିବା ବେଳେ ସାଇତି ରଖିବା ପାଇଁ କୌଣସି ସୁବିଧା ନ ଥିବାରୁ ନଷ୍ଟ ମଧ୍ୟ ହୋଇଯାଉଛି। ଏଣୁ ଆଗ୍ରହ ଥିଲେ ହେଁ ବାଂଶପାଳ ବ୍ଲକ ଅଞ୍ଚଳର ଏହି ଭୂୟାଁ ଓ ଜୁଆଙ୍ଗ ବନବାସୀ ମାନେ ହଳଦୀ ଭଳି ଅଦା ଚାଷ ଅଧିକ ପରିମାଣରେ କରିପାରୁନାହାନ୍ତି। ହଳଦୀ ଭଳି ଅଦା ଚାଷ ପାହାଡିଆ ଜମିରେ ଭଲ ହୋଇଥାଏ ଏବଂ ଏଥିପାଇଁ କମ ପାଣିର ଆବଶ୍ୟକତା ରହିଥାଏ। ସେହିପରି ଏହାକୁ ଗୋରୁଗାଈ ବା ହାତୀ ଖାଇ ନ ଥାନ୍ତି। ଏଣୁ ଏହାର ଅଧିକ ସୁରକ୍ଷା ଜରୁରୀ ହୋଇ ନ ଥାଏ। ସେମାନଙ୍କୁ ସରକାରୀ ସୁବିଧା ମିଳୁନାହିଁ ା ନିଜେ ବିହନ ରଖିଥିଲୁ ା ସାର କିଣି ପକେଇଲୁ। ପ୍ରାୟ ୧୨ଶହ ଟଙ୍କା ଖର୍ଚ୍ଚ କରିଛୁ ା ଭାବୁଛୁ ୫ ହଜାର ଟଙ୍କା ପାଇବୁ ା ବିକିଲେ ଜାଣିବୁ ବୋଲି ବନବାସୀ ଉଲ୍ଲାସ ନାଏକ କହିଛନ୍ତି। ସୁବିଧା ମିଳିଲେ ଆଉ ଟିକେ ଭଲ କରି ପାରିବୁ ା ଏହା ଛଡା ପନିପରିବା ଚାଷ ମଧ୍ୟ କରୁଛୁ ା ସମସ୍ତେ ନିଜ ନିଜର ଅଦା ଧରି ମିଶି ଅଟୋଭଡା ଦେଇ ହାଟବଜାରକୁ ଆଣୁଛୁ ଏବଂ ବିକିବା ପରେ ଘରକୁ ଫେରୁଛୁ ବୋଲି ବନବାସୀ ଦସରୀ ଧାଙ୍ଗଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri