ଅଦା ଚାଷ କରିଛି ସ୍ବାବଲମ୍ବୀ

କେନ୍ଦୁଝର,୧୦ା୨ (ସ୍ବ.ପ୍ର.)-ଦେଶୀ ଅଦାର ଚାହିଦା ସବୁଠି ରହିଛି । ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ଚା’ଠାରୁ ଆରମ୍ଭ କରି ତରକାରୀ, ଔଷଧ ପ୍ରସ୍ତୁତିରେ ଏହାର ବ୍ୟବହାର ରହିଛି। ଲୋକ ମାନେ ଏହାକୁ ନିତିଦିନିଆ ସାମଗ୍ରୀ ଭାବରେ ବ୍ୟବହାର କରିଆସୁଛନ୍ତି। ଏଣୁ ଏହାକୁ ଆଖି ଆଗରେ ରଖି ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାକୁମୁଟିଆ ଗ୍ରାମର ଭୂୟାଁ ଜନଜାତିର ଲୋକମାନେ ନିଜ ଉଦ୍ୟମରେ ଅଦା ଚାଷ କରି ରୋଜଗାରର ବାଟକୁ ଆପଣେଇଛନ୍ତି। ବିନା ସହାୟତାରେ ନିଜେ ଏହି ଚାଷ କରି ପାଖାପାଖି ୧୫ ପରିବାର ସ୍ବାବଲମ୍ବୀ ହୋଇପାରିଛନ୍ତି। ଏବେ ଟିକେ ଆଗକୁ ଯାଇ ସେମାନେ ନିଜ ଉଦ୍ୟମରେ ଅଦା ଚାଷ ଆରମ୍ଭ କରିଛନ୍ତି। ଯଶୋଦା ଧାଙ୍ଗଡା କହିଛନ୍ତି ଯେ ଆଗରୁ ଖାଇବା ପାଇଁ ଟିକେ ଟିକେ ଚାଷ କରୁଥିଲୁ। ଏବର୍ଷ ଅଧିକ ଜମିରେ ଚାଷ କରିଛୁ ଏବଂ ଏବେ ଅମଳ କରି ହାଟବଜାରରେ ବିକୁଛୁ। ଗତ ବର୍ଷ କରିଥିବା ଅଦାକୁ ବିହନ ଭାବରେ ସାଇତି ରଖି ସେସବୁକୁ ଚଳିତ ବର୍ଷ ଚାଷ କରିଛୁ। ରଜ ସମୟରେ ଚାଷ କରି ମକର ପରେ ଅମଳ କରୁଛୁ ବୋଲି ସେ କହିଛନ୍ତି। ଏହି ସବୁ ଚାଷ କାର୍ଯ୍ୟରେ ବନବାସୀ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ସେମାନେ ଚାଷ କାମରେ ସହଯୋଗ କରିବା ସହ ବିକ୍ରି ବଟା ପାଇଁ ହାଟବଜାର ଯାଇଥାନ୍ତି। କିନ୍ତୁ ବଜାର ଅଭାବରୁ ସେମାନେ ଅଦାର ଠିକ ମୂଲ୍ୟ ପାଉ ନ ଥିବା କହିଛନ୍ତି। କିଲୋ ୫୦ରୁ ୬୦ ଟଙ୍କାରେ ବିକୁଥିବା ବେଳେ ସାଇତି ରଖିବା ପାଇଁ କୌଣସି ସୁବିଧା ନ ଥିବାରୁ ନଷ୍ଟ ମଧ୍ୟ ହୋଇଯାଉଛି। ଏଣୁ ଆଗ୍ରହ ଥିଲେ ହେଁ ବାଂଶପାଳ ବ୍ଲକ ଅଞ୍ଚଳର ଏହି ଭୂୟାଁ ଓ ଜୁଆଙ୍ଗ ବନବାସୀ ମାନେ ହଳଦୀ ଭଳି ଅଦା ଚାଷ ଅଧିକ ପରିମାଣରେ କରିପାରୁନାହାନ୍ତି। ହଳଦୀ ଭଳି ଅଦା ଚାଷ ପାହାଡିଆ ଜମିରେ ଭଲ ହୋଇଥାଏ ଏବଂ ଏଥିପାଇଁ କମ ପାଣିର ଆବଶ୍ୟକତା ରହିଥାଏ। ସେହିପରି ଏହାକୁ ଗୋରୁଗାଈ ବା ହାତୀ ଖାଇ ନ ଥାନ୍ତି। ଏଣୁ ଏହାର ଅଧିକ ସୁରକ୍ଷା ଜରୁରୀ ହୋଇ ନ ଥାଏ। ସେମାନଙ୍କୁ ସରକାରୀ ସୁବିଧା ମିଳୁନାହିଁ ା ନିଜେ ବିହନ ରଖିଥିଲୁ ା ସାର କିଣି ପକେଇଲୁ। ପ୍ରାୟ ୧୨ଶହ ଟଙ୍କା ଖର୍ଚ୍ଚ କରିଛୁ ା ଭାବୁଛୁ ୫ ହଜାର ଟଙ୍କା ପାଇବୁ ା ବିକିଲେ ଜାଣିବୁ ବୋଲି ବନବାସୀ ଉଲ୍ଲାସ ନାଏକ କହିଛନ୍ତି। ସୁବିଧା ମିଳିଲେ ଆଉ ଟିକେ ଭଲ କରି ପାରିବୁ ା ଏହା ଛଡା ପନିପରିବା ଚାଷ ମଧ୍ୟ କରୁଛୁ ା ସମସ୍ତେ ନିଜ ନିଜର ଅଦା ଧରି ମିଶି ଅଟୋଭଡା ଦେଇ ହାଟବଜାରକୁ ଆଣୁଛୁ ଏବଂ ବିକିବା ପରେ ଘରକୁ ଫେରୁଛୁ ବୋଲି ବନବାସୀ ଦସରୀ ଧାଙ୍ଗଡ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri