ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ମିଳିବ ଅସ୍ଥାୟୀ ପ୍ରଦେଶ ମାନ୍ୟତା

ଇସ୍‌ଲାମାବାଦ, ୨।୮(ପି.ଟି.): ଗିଲ୍‌ଗିଟ୍‌-ବଲ୍ଟିସ୍ତାନକୁ ଅସ୍ଥାୟୀ ଭାବେ ପ୍ରାଦେଶିକ ମାନ୍ୟତା ପ୍ରଦାନ ଲାଗି ପାକିସ୍ତାନ କର୍ତ୍ତୃପକ୍ଷ ଆଇନ ଆଣୁଥିବା ଏକ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି। ସମ୍ପୂର୍ଣ୍ଣ ଆଇନଗତ ଓ ଅପରିବର୍ତ୍ତିତ ପରିଗ୍ରହଣ ଅନୁଯାୟୀ ଜମ୍ମୁ-କଶ୍ମୀର, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ସମେତ ଗିଲ୍‌ଗିଟ୍‌ ଏବଂ ବଲ୍ଟିସ୍ତାନ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ନୂଆଦିଲ୍ଲୀ ପାକିସ୍ତାନକୁ ସ୍ପଷ୍ଟ ଭାବେ ଜଣାଇଦେଇଛି। ବେଆଇନ ଏବଂ ବଳପୂର୍ବକ ଦଖଲ କରାଯାଇଥିବା ଅଞ୍ଚଳ ଉପରେ ପାକ୍‌ ସରକାର କିମ୍ବା ଏହାର ନ୍ୟାୟପାଳିକାର କୌଣସି ଅଧିକାର ନାହିଁ ବୋଲି ଭାରତ କହିଆସିଛି।
ପାକିସ୍ତାନ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ଆଣିଥିବା ପ୍ରସ୍ତାବିତ ଆଇନ ଅନୁଯାୟୀ ଗିଲ୍‌ଗିଟ୍‌-ବଲ୍ଟିସ୍ତାନର ସୁପ୍ରିମ୍‌ ଆପିଲେଟ କୋର୍ଟକୁ ଉଚ୍ଛେଦ କରାଯିବା ସହ ଉକ୍ତ ଅଞ୍ଚଳର ନିର୍ବାଚନ କମିଶନକୁ ପାକିସ୍ତାନର ନିର୍ବାଚନ କମିଶନଙ୍କ ସହ ମିଶାଇ ଦିଆଯାଇପାରେ। ଏହି ୨୬ତମ ସମ୍ବିଧାନ ସଂଶୋଧନ ବିଲ୍‌ର ଚିଠା ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାଖକୁ ପଠାଯାଇଥିବା ଆଇନ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଆଇନ ପ୍ରସ୍ତୁତ କରିବାକୁ ଇମ୍ରାନ ଗତ ମାସରେ ଆଇନମନ୍ତ୍ରୀ ବାରିଷ୍ଟର ଫାରୋଗ ନସୀମଙ୍କୁ କହିଥିଲେ। ପ୍ରସ୍ତାବିତ ସମ୍ବିଧାନ ସଂଶୋଧନ ସମ୍ପର୍କରେ ଗିଲ୍‌ଗିଟ୍‌-ବଲ୍ଟିସ୍ତାନ ଏବଂ ପାକ୍‌ ଅଧିକୃତ କଶ୍ମୀର ସରକାରଙ୍କ ପରାମର୍ଶ ନିଆଯାଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରୁଷୀୟ ସୈନ୍ୟଙ୍କ ଛତ୍ରଭଙ୍ଗ

କିଭ୍‌/ମସ୍କୋ,୧୨ା୯: ଫେବୃୟାରୀ ୨୪ରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ୟୁକ୍ରେନ୍‌ ଆକ୍ରମଣର ନିର୍ଦ୍ଦେଶ ଦେଇଥିଲେ ନିଜ ସୈନ୍ୟଙ୍କୁ। ସାମରିକ ଅପରେଶନ ବଳରେ ୨ ଦିନ ମଧ୍ୟରେ...

ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍‌…

ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର...

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ହିନ୍ଦୀ ଭାଷାରେ ହେଉଛି ପ୍ରଚାର

ୱାଶିଂଟନ,୧୩ ।୧୦: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଚାର କାର୍ଯ୍ୟ ମଧ୍ୟ ଯୋର ସୋରରେ ଚାଲିଛି । ଏବେ ସେଠାରେ ହିନ୍ଦୀରେ ‘ଟ୍ରମ୍ପ...

ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ...

ତାଲିବାନ ଭୟ: ବିମାନ ବନ୍ଦରରେ ଝିଅଙ୍କ ନିକାହ କରି ପଠାଇଲେ ବିଦେଶ

କାବୁଲ,୪ ।୯: ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏହାର ଖରାପ ପ୍ରଭାବ ସବୁଠାରୁ ଅଧିକ ମହିଳା ଓ ମାନବାଧିକାର କର୍ମୀଙ୍କ ଉପରେ ପଡିଛି...

ଏହି ଯୁବତୀଙ୍କ ପଛରେ ପାଣି ପରି ପଇସା ଖର୍ଚ୍ଚ କରନ୍ତି ପୁଟିନ୍‌

ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ନାଁରେ ଜଣେ ବ୍ୟକ୍ତି ଏକ ଗୁରୁତର ଅଭିଯୋଗ କରିଛନ୍ତି। ତାହା ପୁଣି ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି। ଆଲେକ୍ସି...

‘ଇମ୍ରାନଙ୍କୁ ଏବେବି ପାକିସ୍ତାନର ଗେହ୍ଲାପୁଅ ବୋଲି କୁହାଯାଉଛି’, ସଜା ନ ମିଳିବାରୁ ଖପ୍ପା ମରିୟମ

ଇସଲାମାବାଦ,୨୭ ।୩: ପାକିସ୍ତାନରେ ଏବେବି ରାଜନୈତିକ ସଙ୍କଟ ଲାଗି ରହିଛି । ପାକିସ୍ତାନର ଶାସକ ସରକାର ଓ ପିଟିଆଇ ମୁଖ୍ୟ ଇମ୍ରାନ ଖାଁଙ୍କ ମଧ୍ୟରେ ଗତ...

ଆଫଗାନିସ୍ତାନରେ ଭୂକମ୍ପ ଝଟକା

କାବୁଲ,୨୯।୩: ଆଫଗାନିସ୍ତାନରେ ବୁଧବାର ସକାଳ ୫.୪୯ ରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି। ଦେଶର କାବୁଲଠାରୁ ୮୫...

Advertisement
Archives

Model This Week