Posted inଜାତୀୟ

ହିମନ୍ତ ଶର୍ମାଙ୍କ କଂଗ୍ରେସ ଛାଡ଼ିବା ପଛର ଗୁମର ଖୋଲିଲେ ଗୁଲାମ ନବୀ…

ନୂଆଦିଲ୍ଲୀ,୮।୪ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ସାକ୍ଷାତକାରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କଂଗ୍ରେସ ଛାଡିବା ବିଷୟରେ ଏକ ମଜାଦାର କାହାଣୀ କହିଛନ୍ତି। ଏହି ସମୟରେ ଗୁଲାମ ନବୀ ଆଜାଦ ମଧ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ହିମନ୍ତ ଗୁଲାମ ନବୀଙ୍କ ଏହି କାହାଣୀ ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ ଏକ ଟୁଇଟରେ ଲେଖିଛନ୍ତି, ଗୁଲାମ ନବୀ ଆଜାଦଙ୍କ ବିଫଳ ଉଦ୍ୟମ ପରେ ମଧ୍ୟ ମୁଁ ୧୨ ମାସ କଂଗ୍ରେସରେ ରହିଥିଲି।

‘ମୋଜୋ’କୁ ଦେଇଥିବା ଏକ ସାକ୍ଷାତକାରରେ ଗୁଲାମ ନବୀ ଆଜାଦ କହିଛନ୍ତି, ହିମନ୍ତ କଂଗ୍ରେସରେ ଥିବା ସମୟରେ ୪୦-୪୫ ଜଣ ବିଧାୟକଙ୍କୁ ନିଜ ସମର୍ଥନରେ ନେଇ ବିଦ୍ରୋହ କରିଥିଲେ। ହିମନ୍ତ ମୋ ନିକଟତର ଥିଲେ। ଏଥିସହ ତତ୍କାଳୀନ ରାଜ୍ୟପାଳ ଜେ.ବି ପଟ୍ଟନାୟକ ମଧ୍ୟ ମୋର ନିକଟତର ଥିଲେ। ଏଭଳି ପରିସ୍ଥିତିରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାର ଦାୟିତ୍ୱ ମୋତେ ଦିଆଯାଇଥିଲା ।

ମୁଁ ହିମନ୍ତଙ୍କୁ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀ ଆସିବାକୁ କହିଥିଲି। ତତ୍କାଳୀନ ଆସାମ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କୁ ମଧ୍ୟ ତାଙ୍କ ସମର୍ଥକ ବିଧାୟକଙ୍କ ସହ ଦିଲ୍ଲୀ ଆସିବାକୁ କୁହାଯାଇଥିଲା। ପରିସ୍ଥିତି ଦେଖି ଜଣାପଡୁଥିଲା ହିମନ୍ତଙ୍କ ପକ୍ଷରେ ଅଧିକ ସମର୍ଥନ ରହିଛି। ମୁଁ ସୋନିଆ ଗାନ୍ଧୀଙ୍କୁ ପରିସ୍ଥିତି ବିଷୟରେ ଜଣାଇଥିଲି।

ଯେତେବେଳେ ମୁଁ ଆସାମ ଯିବାକୁ ପ୍ରସ୍ତୁତ ହେଉଥିଲି, ସେତେବେଳେ ରାହୁଲ ଗାନ୍ଧୀଙ୍କଠାରୁ ଏକ କଲ ପାଇଲି। ରାହୁଲ ପଚାରିଲେ ଆମେ ଆସାମ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବାକୁ ଯାଉଛୁ କି? ଏହାପରେ ରାହୁଲ ଆମକୁ ଆସାମ ଯିବାକୁ ମନା କରିଦେଇଥିଲେ। ରାହୁଲ ସେତେବେଳେ ଦଳର ଅଧ୍ୟକ୍ଷ ମଧ୍ୟ ନ ଥିଲେ। ଗୁଲାମ ନବୀ ଯେତେବେଳେ ସେ ରାହୁଲଙ୍କୁ ଭେଟିବାକୁ ଆସିଥିଲେ, ସେ ଦେଖିଲେ ରାହୁଲ ଆସାମର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇ ଏବଂ ତାଙ୍କ ପୁଅ ଗୌରବ ଗୋଗୋଇଙ୍କ ସହ ଚା ପିଉଛନ୍ତି। ରାହୁଲ ଗୁଲାମ ନବୀଙ୍କୁ ପ୍ରଶ୍ନ କରିଥିଲେ ଯେ ସେମାନେ ତରୁଣ ଗୋଗୋଇଙ୍କୁ କାହିଁକି ଅସୁବିଧାରେ ପକାଉଛନ୍ତି? ମୁଁ ଉତ୍ତର ଦେଇଥିଲି ଯେ ମୁଁ ଅସୁବିଧା କରୁନାହିଁ, ମୁଁ କେବଳ ଦାୟିତ୍ୱ ତୁଲାଉଛି ।

ମୁଁ ରାହୁଲଙ୍କୁ କହିଥିଲି ହିମନ୍ତ ଦଳ ଛାଡିବେ। ଏହା ଉପରେ ରାହୁଲ କହିଥିଲେ ତାଙ୍କୁ ଯିବାକୁ ଦିଅ। ରାହୁଲ କହିଥିଲେ ତାଙ୍କୁ ଆରଏସଏସରେ ଯୋଗେ ଦବାକୁ ଛାଡି ଦିଅ।

ଗୁଲାମ ନବୀଙ୍କ ସାକ୍ଷାତକାରର ଏହି ଭିଡିଓର ଜବାବ ଦେଇ ଆସାମର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ହିମନ୍ତ ଟୁଇଟ କରି କହିଛନ୍ତି ଗୁଲାମ ନବୀ ବିବାଦର ସମାଧାନ ପାଇଁ ବିଫଳ ଉଦ୍ୟମ କରିଥିବା ସତ୍ତ୍ୱେ ମୁଁ ୧୨ ମାସ କଂଗ୍ରେସ ଦଳରେ ରହିଥିଲି। ସେହି ୧୨ ମାସର କାହାଣୀ ମଧ୍ୟ ଆକର୍ଷଣୀୟ । ମୁଁ ଶେଷରେ ଅଗଷ୍ଟ ୨୦୧୫ ରେ କଂଗ୍ରେସ ଦଳ ଛାଡିଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ମୋଦି-ଜିନ୍‌ପିଙ୍ଗ୍‌ ଦ୍ୱିପାକ୍ଷିକ ବୈଠକ: ଚାଇନା ଭାରତ ସହ ତା’ର…

ନୂଆଦିଲ୍ଲୀ,୧୨ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି. ଜିନପିଙ୍ଗ୍‌ଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଶେଷ ହୋଇଛି। ଭାରତମଣ୍ଡପମରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ସମେତ…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

ପ୍ରଧାନମନ୍ତ୍ରୀ ମୋଦି, ପୁଟିନ, ଜିନପିଙ୍ଗ… ବ୍ରିକ୍ସ (BRICS)ର ଏକ ଶକ୍ତିଶାଳୀ ଚିତ୍ର, ବିଶ୍ୱ ପାଇଁ ଦେଉଛି ବଡ଼ ବାର୍ତ୍ତା…

ନୂଆଦିଲ୍ଲୀ,୧୨।୯: ବ୍ରିକ୍ସ (BRICS) ସମ୍ମିଳନୀରୁ ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରୁଥିବା ଚିତ୍ର ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ବ୍ରିକ୍ସ ଘୋଷଣାପତ୍ରରେ ଏକପାଖିଆ ଯୁଦ୍ଧକୁ ନିନ୍ଦା, ଭାରତର ବଡ଼ କୂଟନୈତିକ ବିଜୟ କହି…

ନୂଆଦିଲ୍ଲୀ,୧୨ା୯: ବ୍ରିକ୍ସ(BRICS)ଶିଖର ସମ୍ମିଳନୀର ଶେଷ ଅଧିବେଶନରେ ସର୍ବସମ୍ମତିକ୍ରମେ ‘ଦିଲ୍ଲୀ ଘୋଷଣାପତ୍ର ୨୦୨୬’ ଗୃହୀତ ହୋଇଛି। ଏହି ଘୋଷଣାନାମାରେ ପହଲଗାମ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରାଯାଇଛି, ଯାହା…

ଅନ୍ଧବିଶ୍ୱାସ ଦୂରେଇବା ଲାଗି ପ୍ରୟାସ, ରଣଝାଲିରେ ପୋଲିସ ପଇଁତରା ମାରି…

ପୁରୁଷୋତ୍ତମପୁର,୧୨ା୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରଣଝାଲି ଗ୍ରାମରେ ଗୁଣିଗାରେଡ଼ି ସନ୍ଦେହରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ଏକ ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?