ଭୂତ ଖାଉଛି ପିଡିଏସ୍‌ ସାମଗ୍ରୀ

ସଜନାଗଡ଼,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ କରାଯାଇଛି। ବର୍ଷ ବର୍ଷ ଧରି ଅନେକ ଭୂତ ହିତାଧିକାରୀଙ୍କ ନାମରେ ପିଡିଏସ୍‌ ସାମଗ୍ରୀ ଉଠାଯାଇଛି। ଏବେ କରୋନା ସମୟରେ ରାଶନକାର୍ଡ ପିଛା ୧ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଥିବାରୁ ଭୂତ ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ପଦାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଡାକି ଏହି ଦୁର୍ନୀତି ସମ୍ପର୍କରେ ସୂଚନା ଦେଇଥିଲେ।
ମିଳିଥିବା ତଥ୍ୟ ଅନୁଯାୟୀ ବାଣ୍ଠିଆପଡ଼ା ଗ୍ରାମର ହିତାଧିକାରୀ ଚମ୍ପାମଣି ସିଂ ଓ ନୂଆସାହି ଗ୍ରାମର ଗୁରୁବାରୀ ମଢ଼େଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କୁ ଜୀବିତ ଦର୍ଶାଯାଇ ତାଙ୍କ ନାମରେ ଆସୁଥିବା ରାଶନ ସାମଗ୍ରୀକୁ ହଡପ କରାଯାଉଥିଲା। କିଛି ମାସ ପୂର୍ବେ ଉକ୍ତ ପଞ୍ଚାୟତର ୩ଜଣ ଡିଲରଙ୍କ ନାମ କଟିଯାଇଛି। ତେଣ୍ଡା, ରାଜେନ୍ଦ୍ରପୁର, ପାଣବନ୍ଧ, ବେହେରାସାହି ଓ ସଜନାଗଡ ଅଞ୍ଚଳର ଦାୟିତ୍ୱରେ ଥିବା ଡିଲର ଚଞ୍ଚକତା କରି ରାଶନ ସାମଗ୍ରୀ ଉଠାଉଥିବା ଅଭିଯୋଗ ହୋଇଛି। ପାଖ ଡିଲର କଟିଯାଇଥିବାରୁ ରାଶନ ସାମଗ୍ରୀ ନେବାକୁ ହିତାଧିକାରୀ ୨ରୁ ୩ କି.ମି. ଦୂର ବନ୍ଧସାହି, ବାରୁଡ଼ି, ତେଣ୍ଡା, ମୁଣ୍ଡଘୁରା ଅଞ୍ଚଳରୁ ଆସୁଥିଲେ। ଥରେ ଚାଉଳ ନେଇ ଆସିବା ପରେ କେବେ କିରୋସିନ ଆସିବ ତାହା ଜାଣିପାରୁ ନ ଥିଲେ। ଫଳରେ ପ୍ରତିମାସରେ ୫ହଜାର ଲିଟରରୁ ଊର୍ଦ୍ଧ୍ୱ କିରୋସିନ ଉଠାଯାଉଥିବା ବେଳେ ବହୁ ଲୋକ ଆସୁ ନ ଥିବାରୁ ପ୍ରାୟ ୨ହଜାର ଲିଟରରୁ ଊର୍ଦ୍ଧ୍ୱ କିରୋସିନ ହଡପ କରି ବିକ୍ରି କରି ଦିଆଯାଉଥିଲା। ବହୁ ହିତାଧିକାରୀଙ୍କ ଖାତାରେ ମାସ ମାସ କିରୋସିନ ଉଠି ନ ଥିବା ଲିଖିତ ଅଭିଯୋଗ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ଆର୍‌ଟିଆଇ ତଥ୍ୟ ମିଳିବା ପରେ ଏହି ଦୁର୍ନୀତି ବିଷୟ ଲୋକଲୋଚନକୁ ଆସିଛି। ଏନେଇ ଗରିବ ହିତାଧିକାରୀମାନେ ସ୍ଥାନୀୟ ବିଧାୟକ ନାୟକ ଓ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗୁରୁବାର ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ବିଧାୟକ ନିଜ ପ୍ରତିନିଧିଙ୍କ ସହ ସମସ୍ତ ତଥ୍ୟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପରାଧିକ ମାନସିକତାରେ ପୋଲିସ ଅଧିକାରୀ: ଲୋକଙ୍କୁ ନ୍ୟାୟ ପରିବର୍ତ୍ତେ କରୁଛନ୍ତି ଶୋଷଣ

ଭୁବନେଶ୍ୱର,୨୫।୮(ତ୍ରିନାଥ ମହାନ୍ତି):ଖାକି ପୋଷାକରେ ଥାଇ ପୋଲିସ ଅଧିକାରୀ ଘଟାଉଛନ୍ତି ଅପରାଧ। କେଉଁଠି ସୁରକ୍ଷା ଆଳରେ ଶୋଷଣ ତ’ ଆଉ କେଉଁଠି ଲଭ୍‌ ସେକ୍ସ ଧୋକାର ସଙ୍ଗିନ ଅଭିଯୋଗ।…

ଛାତ୍ରୀ ଗାଧୋଉଥିବାବେଳେ ସ୍କାଏ ଲାଇଟ୍‌ ପଟେ ଭିଡିଓ ଶୁଟିଂ କରୁଥିଲେ ନାବାଳକ: ଆଉ ତା’ପରେ…

ଭୁବନେଶ୍ୱର,୨୫।୮(ପ୍ରସନଜିତ୍‌ ସାହୁ): ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଛାତ୍ରୀଙ୍କ ଗାଧୋଇବା ସମୟର ଭିଡିଓ ଶୁଟିଂ କରି ଜଣେ ନାବାଳକ ବନ୍ଧା ହୋଇଛନ୍ତି।…

ଲଘୁଚାପ ସକ୍ରିୟ: ପ୍ରବଳ ବର୍ଷା ସମ୍ଭାବନା, ଚେତାବନୀ ଜାରି

ଭୁବନେଶ୍ୱର,୨୫ା୮(ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଗାଙ୍ଗେଟିକ୍‌ ପଶ୍ଚିମବଙ୍ଗ ଓ ତା’ର ପାଖାପାଖି ଉତ୍ତର ଓଡ଼ିଶା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ସକ୍ରିୟ ରହିଛି। ଏଥିସହ ସଂଲଗ୍ନ ଘୂର୍ଣ୍ଣିବଳୟ ସମୁଦ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

କୁରୁଗୁଡା-ମୁର୍ଲାପଦର ମୁଖ୍ୟ ରାସ୍ତାରେ ୫ଫୁଟ୍‌ର ପାଣି, ଯୋଗାଯୋଗ ବିଛିନ୍ନ

ଜୁନାଗଡ଼, ୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଏଥିଯୋଗୁ ବିଭିନ୍ନ ନଦୀନାଳରେ ଜଳସ୍ତର ବୃଦ୍ଧି ପାଇଛି।…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ ପାଇଁ ଶୁଭଖୁଣ୍ଟି ସ୍ଥାପନ

ଦିଗପହଣ୍ଡି, ୨୪।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବଜାରସାହି ପୂଜା କମିଟି ପକ୍ଷରୁ ୪୬ତମ ଗଣେଶ ପୂଜା ମହୋତ୍ସବ ନିମନ୍ତେ ସୋମବାର ବଜାର…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri