ଭୂତ ଖାଉଛି ପିଡିଏସ୍‌ ସାମଗ୍ରୀ

ସଜନାଗଡ଼,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକର ବିଭିନ୍ନ ପଞ୍ଚାୟତରେ ମୃତ ହିତାଧିକାରୀଙ୍କୁ ଜୀବିତ ଦର୍ଶାଇ ପିଡିଏସ୍‌ ସାମଗ୍ରୀ ହରିଲୁଟ୍‌ କରାଯାଇଛି। ବର୍ଷ ବର୍ଷ ଧରି ଅନେକ ଭୂତ ହିତାଧିକାରୀଙ୍କ ନାମରେ ପିଡିଏସ୍‌ ସାମଗ୍ରୀ ଉଠାଯାଇଛି। ଏବେ କରୋନା ସମୟରେ ରାଶନକାର୍ଡ ପିଛା ୧ହଜାର ଟଙ୍କା ସହାୟତା ପ୍ରଦାନ କରାଯାଉଥିବାରୁ ଭୂତ ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ପଦାକୁ ଆସିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସଜନାଗଡ଼ ପଞ୍ଚାୟତରେ। ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଗୁରୁବାର ଏକ ଖବରଦାତା ସମ୍ମିଳନୀ ଡାକି ଏହି ଦୁର୍ନୀତି ସମ୍ପର୍କରେ ସୂଚନା ଦେଇଥିଲେ।
ମିଳିଥିବା ତଥ୍ୟ ଅନୁଯାୟୀ ବାଣ୍ଠିଆପଡ଼ା ଗ୍ରାମର ହିତାଧିକାରୀ ଚମ୍ପାମଣି ସିଂ ଓ ନୂଆସାହି ଗ୍ରାମର ଗୁରୁବାରୀ ମଢ଼େଇଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କୁ ଜୀବିତ ଦର୍ଶାଯାଇ ତାଙ୍କ ନାମରେ ଆସୁଥିବା ରାଶନ ସାମଗ୍ରୀକୁ ହଡପ କରାଯାଉଥିଲା। କିଛି ମାସ ପୂର୍ବେ ଉକ୍ତ ପଞ୍ଚାୟତର ୩ଜଣ ଡିଲରଙ୍କ ନାମ କଟିଯାଇଛି। ତେଣ୍ଡା, ରାଜେନ୍ଦ୍ରପୁର, ପାଣବନ୍ଧ, ବେହେରାସାହି ଓ ସଜନାଗଡ ଅଞ୍ଚଳର ଦାୟିତ୍ୱରେ ଥିବା ଡିଲର ଚଞ୍ଚକତା କରି ରାଶନ ସାମଗ୍ରୀ ଉଠାଉଥିବା ଅଭିଯୋଗ ହୋଇଛି। ପାଖ ଡିଲର କଟିଯାଇଥିବାରୁ ରାଶନ ସାମଗ୍ରୀ ନେବାକୁ ହିତାଧିକାରୀ ୨ରୁ ୩ କି.ମି. ଦୂର ବନ୍ଧସାହି, ବାରୁଡ଼ି, ତେଣ୍ଡା, ମୁଣ୍ଡଘୁରା ଅଞ୍ଚଳରୁ ଆସୁଥିଲେ। ଥରେ ଚାଉଳ ନେଇ ଆସିବା ପରେ କେବେ କିରୋସିନ ଆସିବ ତାହା ଜାଣିପାରୁ ନ ଥିଲେ। ଫଳରେ ପ୍ରତିମାସରେ ୫ହଜାର ଲିଟରରୁ ଊର୍ଦ୍ଧ୍ୱ କିରୋସିନ ଉଠାଯାଉଥିବା ବେଳେ ବହୁ ଲୋକ ଆସୁ ନ ଥିବାରୁ ପ୍ରାୟ ୨ହଜାର ଲିଟରରୁ ଊର୍ଦ୍ଧ୍ୱ କିରୋସିନ ହଡପ କରି ବିକ୍ରି କରି ଦିଆଯାଉଥିଲା। ବହୁ ହିତାଧିକାରୀଙ୍କ ଖାତାରେ ମାସ ମାସ କିରୋସିନ ଉଠି ନ ଥିବା ଲିଖିତ ଅଭିଯୋଗ ହୋଇଛି। ଯୋଗାଣ ବିଭାଗ ପକ୍ଷରୁ ଆର୍‌ଟିଆଇ ତଥ୍ୟ ମିଳିବା ପରେ ଏହି ଦୁର୍ନୀତି ବିଷୟ ଲୋକଲୋଚନକୁ ଆସିଛି। ଏନେଇ ଗରିବ ହିତାଧିକାରୀମାନେ ସ୍ଥାନୀୟ ବିଧାୟକ ନାୟକ ଓ ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ଦ୍ୱାରସ୍ଥ ହୋଇଥିଲେ। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଗୁରୁବାର ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ବେଳେ ବିଧାୟକ ନିଜ ପ୍ରତିନିଧିଙ୍କ ସହ ସମସ୍ତ ତଥ୍ୟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ପହଞ୍ଚିଲା ଓମିକ୍ରନ ଟେଷ୍ଟିଂ କିଟ୍‌

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଓମିକ୍ରନ ଟେଷ୍ଟିଂ କିଟ୍‌ ଓମିସିୟୋର ଓଡ଼ିଶାରେ ପହଞ୍ଚିଛି। ଏଣିକି ରାଜ୍ୟରେ ଓମିକ୍ରନ ଟେଷ୍ଟ ସହଜ ହେବ । ଓମିକ୍ରନ ଟେଷ୍ଟିଂ କିଟ୍‌ ଓଡ଼ିଶାରେ ପହଞ୍ଚିବା...

ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ‘ବ୍ଲୁ ଲେକ୍‌’

ବାଲେଶ୍ୱର ଅଫିସ, ୨୬।୮-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ କେପିଲାଖରାଜପୁର ପଞ୍ଚାୟତ କାଠଗୋଚ୍ଛି ଅଞ୍ଚଳରେ ଥିବା ମନୁଷ୍ୟକୃତ ‘ବ୍ଲୁ ଲେକ୍‌’ ପର୍ଯ୍ୟଟକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି।...

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ୨୩୯ ମଧ୍ୟରେ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ...

ପିଜି ପାଠ୍ୟକ୍ରମ ପାଇଁ ଏକକ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ):ଏଣିକି ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ବିଭିନ୍ନ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୃଥକ୍‌ ଭାବେ ପ୍ରବେଶିକା ପରୀକ୍ଷା ବଦଳରେ ଏକକ ପ୍ରବେଶିକା ପରୀକ୍ଷା କରାଯିବ। ଏହି ପ୍ରବେଶିକା...

ପ୍ରଶାସନ-ଅଭିଯୋଗକାରୀଙ୍କ ଆଲୋଚନା, ୨୦ ସୁଦ୍ଧା ଫଳ

କେନ୍ଦ୍ରାପଡ଼ା ଅଫିସ, ୩ା୧୨: ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ପାଣି ଦେବା ବିବାଦରେ ହାଇକୋର୍ଟ ହସ୍ତକ୍ଷେପ ପରେ ପ୍ରଥମଥର ପାଇଁ ରାଜ୍ୟ ପ୍ରଶାସନ ଓ ଅଭିଯୋଗକାରୀଙ୍କ...

କଳସ ଉଠିଲା, ଓଲଟ ଶୁଆ ଲାଗିଲା

ପୁରୀ ଅଫିସ,୩ା୭: ଆଉ ଦିନକ ପରେ ରଥଯାତ୍ରା। ଶ୍ରୀନହର ସମ୍ମୁଖ ରଥଖଳାରେ ମହାପ୍ରଭୁଙ୍କ ତିନି ରଥର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ମଙ୍ଗଳବାର ତିନିରଥର ଦ୍ୱାର...

କାଳବୈଶାଖୀ: କଟକ ଜଳାର୍ଣ୍ଣବ

କଟକ ଅଫିସ, ୬ା୬: କଟକର ବିଭିନ୍ନ ସ୍ଥାନରେ ବୁଧବାର କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ ସନ୍ଧ୍ୟା ୬ଟା ୩୦ରୁ ରାତି ୧୦ଟା ୩୦...

ଏନ୍‌ଆଇଏଫ୍‌ଟି ପରୀକ୍ଷା ସର୍ବଭାରତୀୟ ସ୍ତରରେ କୋରାପୁଟ ଝିଅ ଅନ୍ବେଷା ଅର୍ପିତା

କୋରାପୁଟ,୨୩ା୫(ସ୍ବ.ପ୍ର.): ଏନ୍‌ଆଇଏଫ୍‌ଟି (ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫେଶନ ଟେକ୍ନୋଲୋଜି) ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୬୨ତମ ର଼୍ୟାଙ୍କ ପାଇଛନ୍ତି କୋରାପୁଟ ଝିଅ ଅନ୍ବେଷା ଅର୍ପିତା ପାତ୍ର। ଏନେଇ...

Advertisement
Archives

Model This Week