ମା’ ଶାରଳାଙ୍କ ମନ୍ଦିରରେ ବଦଳିଲା ଘିଅ

ଜଗତସିଂହପୁର,୫ା୧୦: ଜଗତସିଂହପୁର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳା ମନ୍ଦିରରେ ବ୍ୟବହୃତ ଘିଅ ବଦଳାଯାଇଛି। ଭଣ୍ଡାରରେ ଗଚ୍ଛିତ ଥିବା ୨୫ ଟିଣ ଫେରସ୍ତ ପରେ ମନ୍ଦିର ପାଇଁ ନୂଆ ଘିଅ ଆସିଛି। ଓମ୍ଫେଡ ପକ୍ଷରୁ ୧୫ ଟିଣ ନୂଆ ଘିଅ ଆସିଛି।

ସୂଚନାଯୋଗ୍ୟ, ମା’ ଶାରଳା ମନ୍ଦିରରେ ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଏ ନେଇ ଶୁକ୍ରବାର ଫୁଡ ଇନ୍ସପେକ୍ଟରଙ୍କ ଟିମ୍‌ ପହଞ୍ଚି ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଥିଲା। ନିମ୍ନମାନର ଘିଅ ବ୍ୟବହାର ହେଉଥିବା ଅଭିଯୋଗ ପରେ ଭଣ୍ଡାର ଘରେ ଥିବା ଘିଅର ମାନ ଯାଞ୍ଚ ପାଇଁ ସାମ୍ପଲ ନେଇଥିଲା।
ନିମ୍ନମାନର ଘିଅ ବ୍ୟବହାର ହେଉଥିବା ବଡ଼ପଣ୍ଡା ଅଭିଯୋଗ କରିଥିଲେ। ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ତିରୁପତି ଭେଙ୍କଟେଶ୍ବର ବାଲାଜୀ ମନ୍ଦିରର ଲଡୁ ଭୋଗରେ ପଶୁଚର୍ବି ଓ ଅପମିଶ୍ରିତ ଘିଅ ମିଶିବା ଘଟଣା ପରେ ଚାରିଆଡ଼େ ଛନକା ପଶିଛି। ଏ ନେଇ ପ୍ରଶାସନ ତତ୍ପର ହୋଇଉଠିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ନିୟନ୍ତ୍ରଣକୁ ଆସିବ ‘ମୋ ବସ୍‌’ର ବେଗ, ଲାଗିବ ସ୍ପିଡ୍‌ ଗଭର୍ଣ୍ଣର

ଭୁବନେଶ୍ୱର,୬।୧୧: ସହର ଭିତରେ ଚାଲୁଥିବା ‘ମୋ ବସ୍‌’ର ବେଗ ନିୟନ୍ତ୍ରଣପାଇଁ ନିଷ୍ପତ୍ତି ନିଆଯାଇଛି। ଏ ମ୍ପର୍କରେ ନଗର ଉନ୍ନୟନ ଓ ପରିବହନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର...

୨ ହତ୍ୟା ଅଭିଯୁକ୍ତଙ୍କୁ ୭ ବର୍ଷ ଲେଖାଏ ଜେଲ୍‌

ବ୍ରହ୍ମପୁର,୬ା୧୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରା ଜଜ୍‌ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ରାୟ ପ୍ରକାଶ କରିଛନ୍ତି। ସମସ୍ତ ପ୍ରମାଣକୁ ଆଧାର କରି...

ଇଞ୍ଜିନିୟରିଂ କଲେଜରେ ର଼୍ୟାଗିଂ ଅଭିଯୋଗ: ଜୁନିୟର ଛାତ୍ରଙ୍କୁ ଆକ୍ରମଣ କଲେ ସିନିୟର, ୫ ଅଟକ

କେନ୍ଦୁଝର,୬ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନିୟରି କଲେଜ(ଜିସିଇ)ରେ ମାଇନିଂ ଇଞ୍ଜିନିୟରିଂ ବିଭାଗର ଜଣେ ଜୁନିୟର ଛାତ୍ରଙ୍କୁ ଉକ୍ତ ବିଭାଗର ସିନିୟର ଛାତ୍ରମାନେ ଆକ୍ରମଣ...

ଏନ୍‌ଏସି ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଛତ୍ରପୁର,୬ା୧୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିର ଉପାଧ୍ୟକ୍ଷା ଟି.ବବିତା କୁମାରୀଙ୍କ ବିରୋଧରେ ଉକ୍ତ ଏନ୍‌ଏସିର ୧୧ ଜଣ କାଉନସିଲର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଗଞ୍ଜାମ...

ଶୂନ ହୋଇଯିବ ବିଜେଡି: ଚମକାଇଲା ଯାଜପୁର ଏମ୍‌ପିଙ୍କ ବୟାନ…

ଭୁବନେଶ୍ୱର,୬।୧୧: ରାଜ୍ୟରେ ଭାଜପା ସରକାରକୁ ଆସିବା ପରେ ଜଣଙ୍କ ପରେ ଜଣେ ବିଜେଡି ନେତା ଦଳ ଛାଡ଼ୁଛନ୍ତି। ଏହାକୁ ନେଇ ଯାଜପୁର ଏମ୍‌ପି ରବୀନ୍ଦ୍ର ନାରାୟଣ...

ମୋବାଇଲ ନେଟୱାର୍କ ପାଇଁ ଆନ୍ଦୋଳନ: ୮ ଘଣ୍ଟା ପରେ ଓହରିଲେ , ୩ ଦିନ ଭିତରେ…

ଦାରିଙ୍ଗବାଡି,ବ୍ରାହ୍ମଣୀଗାଁ,୬।୧୧(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତ ସିକରମାହା ଗ୍ରାମରେ ଏକାଧିକ ପଞ୍ଚାୟତବାସୀ ଏକାଠି ହୋଇ ଦାରିଙ୍ଗବାଡି ମୋହନାକୁ ସଂଯୋଗ କରୁଥିବା...

୨୦୨୭ ସୁଦ୍ଧା ଶେଷ ହେବ ଭୁବନେଶ୍ୱର ମେଟ୍ରୋ କାର୍ଯ୍ୟ

ଭୁବନେଶ୍ୱର,୬।୧୧: ୨୦୨୭ ଡିସେମ୍ବର ସୁଦ୍ଧା ଭୁବନେଶ୍ୱର ମେଟ୍ରୋ ରେଳ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଭୂମିରୁ ୧୩ ମିଟର ଉଚ୍ଚରେ ଏହି ଟ୍ରେନ୍‌ଗୁଡ଼ିକ ଚଳାଚଳ କରିବ। ରାଜଧାନୀର...

ଇଡ୍‌କୋ ମ୍ୟାନେଜରଙ୍କ ଅମାପ ସମ୍ପତ୍ତି: ଚାରିଆଡ଼େ ଲାଗିଛି ଡିଜିଟାଲ୍ ଲକର୍, ରିମୋଟ୍ ଟିପିଲେ ଖୋଲୁଛି ଗେଟ୍

ଭୁବନେଶ୍ୱର,୬।୧୧: ଇଡ୍‌କୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ଜବତ କରିଛି ପୁଳା ପୁଳା ସମ୍ପତ୍ତି। ସବୁ କବାଟ, ଝରକା, ଆଲମିରାରେ ସବୁଆଡ଼େ ଲାଗିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri