ବିନା ପରୀକ୍ଷାରେ ପାଆନ୍ତୁ ସରକାରୀ ଚାକିରି, ଏହିଦିନ ପର୍ଯ୍ୟନ୍ତ ରହିଛି ଅବଧି, ତୁରନ୍ତ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୧୫ା୧୧: ଅର୍ଡନାନ୍ସ ଫ୍ୟାକ୍ଟ୍ରି ମେଡକରେ ଅନେକ ପଦବୀ ପାଇଁ ନିଯୁକ୍ତି ରହିଛି। ସମୁଦାୟ ୮୬ଟି ପଦବୀ ପାଇଁ ଖାଲି ରହିଥିବାବେଳେ ଆବେଦନ ପାଇଁ ୩୦ ନଭେମ୍ବର ପର୍ଯ୍ୟନ୍ତ ଅବଧି ରହିଛି। ଏପରି ପରିସ୍ଥିତିରେ ଯଦି ଆପଣ ଏହି ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହାନ୍ତି, ତେବେ ଆପଣ ଏହି ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏହା ପରେ ଆଉ ଆବେଦନ କରିପାରିବେ ନାହିଁ।

କେଉଁ ପଦ ପଡ଼ିଛି ଖାଲି:

ଏହି ପଦବୀଗୁଡ଼ିକ ମଧ୍ୟରେ ୫୦ଟି ଜୁନିଅର ମ୍ୟାନେଜର ପଦବୀ, ଡିପ୍ଲୋମା ଟେକ୍ନିସିଆନର ୨୧ଟି , ଆସିଷ୍ଟାଣ୍ଟର ୧୧ଟି ପୋଷ୍ଟ ଏବଂ ଜୁନିଅର ଆସିଷ୍ଟାଣ୍ଟର ୪ଟି ପୋଷ୍ଟ ରହିଛି। ଏହି ପୋଷ୍ଟଗୁଡିକ ପାଇଁ ବିଭିନ୍ନ ଯୋଗ୍ୟତା ଧାର୍ଯ୍ୟ କରାଯାଇଛି, ଯାହାର ବିବରଣୀ ଏଭିଏନ୍‌ଏଲ୍‌ର ଅଫିସିଆଲ ଓ୍ବେବ୍‌ସାଇଟ୍‌, avnl.co.in ରେ ଉପଲବ୍ଧ।

କେମିତି କରିବେ ଆବେଦନ:

ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ, ଏହାର ଅଫିସିଆଲ ୱେବସାଇଟ avnl.co.in ଭିଜିଟ୍‌ କରନ୍ତୁ। ଫର୍ମ ଡାଉନଲୋଡ୍‌ କରିବାକୁ ଆପଣଙ୍କୁ ଯିବାକୁ ପଡ଼ିବ। ଏହା ପରେ ଡେପୁଟି ଜେନେରାଲ ମ୍ୟାନେଜର/ଏଚ୍‌ଆର୍‌, ଅଡର୍ଡାନ୍ସ ଫ୍ୟାକ୍ଟ୍ରି ମେଡକ, ୟେଦୁମାଇଲାରାମ, ଜିଲା: ସାଙ୍ଗାରେଡି, ତେଲେଙ୍ଗାନା-୫୦୨୨୦୫ର ଠିକଣାକୁ ପଠାଇବାକୁ ପଡ଼ିବ। ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଏସ୍‌ବିଆଇ କଲେକ୍ଟ ମାଧ୍ୟମରେ ୩୦୦ ଟଙ୍କା ଦେବାକୁ ପଡ଼ିବ। ST / SC / Ex-Servicemen ଏବଂ ମହିଳା ଆବେଦନକାରୀଙ୍କୁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡ଼ିବ ନାହିଁ।

କେମିତି ହେବେ ସିଲେକ୍ସନ:

ଜୁନିଅର ମ୍ୟାନେଜର, ଡିପ୍ଲୋମା ଟେକ୍ନିସିଆନ, ଆସିଷ୍ଟାଣ୍ଟ, ଅର୍ଡନାନ୍ସ ଫ୍ୟାକ୍ଟ୍ରିରେ ଜୁନିଅର ଆସିଷ୍ଟାଣ୍ଟ ପଦବୀ ପାଇଁ ଚୟନ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ଏବଂ ଇଣ୍ଟରଭ୍ୟୁରେ ମିଳିଥିବା ମାର୍କ ଉପରେ ଆଧାରିତ ହେବ। ଏଥିରେ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ୮୫% ଓ୍ବେଟେଜ୍‌ ଦିଆଯାଉଥିବାବେଳେ ସାକ୍ଷାତକାରର ଓ୍ବେଟେଜ୍‌ ୧୫% ଦିଆଯିବ। ମନେରଖନ୍ତୁ, ଶିକ୍ଷାଗତ ଯୋଗ୍ୟତା ସର୍ବନିମ୍ନ ୬୫% ହେବା ଉଚିତ। ଏଥିରେ ST / SC ଏବଂ PWD ବର୍ଗ ପ୍ରାର୍ଥୀଙ୍କୁ ୧୦ ପ୍ରତିଶତ କୋହଳ କରାଯାଇଛି। ପ୍ରଥମେ ପ୍ରାର୍ଥୀଙ୍କ ଦଲିଲ ଯାଞ୍ଚ କରାଯିବ। ଏହା ପରେ ସେମାନଙ୍କୁ ଇଣ୍ଟରଭ୍ୟୁ ପାଇଁ ଡକାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri