ଏବେ ଦୁଇ ମିନିଟରେ ଘରେ ପ୍ରସ୍ତୁତ ହୋଇଯିବ ଚିଲ୍ଡ ବିୟର, ଆସିଲା ବିଶ୍ୱର ପ୍ରଥମ ବିୟର ପାଉଡର

ବର୍ଲିନ,୨୪ ।୩: ଗ୍ରୀଷ୍ମ ଆରମ୍ଭ ହେଲେ ବଜାରରେ ବିୟରର ଡିମାଣ୍ଡ ବଢି ଯାଇଥାଏ । ହେଲେ ବିୟରରେ ଆଲକୋହଲ ଥିବାରୁ ଏହାକୁ ସବୁ ସ୍ଥାନକୁ ନେଇ ଯିବା ସମ୍ଭବ ହୋଇ ନ ଥାଏ । ଏହାସହ ସବୁ ସ୍ଥାନରେ ବି ଏହାକୁ ପିଇବା ସମ୍ଭବ ହୋଇ ନ ଥାଏ । କେବେ କେବେ ବିୟର ଶପରୁ ଘରେ ଆଣି ପହଞ୍ଚିବା ଭିତରେ ଗରମ ହୋଇ ଯାଇଥାଏ । ହେଲେ ଏବେ ଏସବୁ ସମସ୍ୟାର ସମାଧାନ ଆସିଯାଇଛି । ଜର୍ମାନୀ ଏବେ ବିୟରର ପାଉଡର ତିଆରି କରି ଦେଇଛି । ଆପଣ କେବଳ ଦୁଇ ଚାମଚ ପାଉଡରକୁ ଥଣ୍ଡା ପାଣିରେ ଗୋଳାଇ ଚିଲ୍ଡ ବିୟର ପ୍ରସ୍ତୁତ କରିପାରିବେ । ଏହାସହ ଏହା ପରିବେଶ ପାଇଁ ଖୁବ ଭଲ, କାରଣ ପାଉଡର ବିୟର ପ୍ରସ୍ତୁତ କରିବାରେ କାର୍ବନ ଉତ୍ସର୍ଜନ ଅଧିକ ହୋଇ ନ ଥାଏ ।
ଜର୍ମାନ ନ୍ୟୁଜ ୱେବ ସାଇଟ ଡିଡବ୍ଲୁରେ ଛପାଯାଇଥିବା ଏକ ଖବର ଅନୁଯାୟୀ, ପୂର୍ବ ଜର୍ମାନୀରେ ପ୍ରସ୍ତୁତ ହୋଇଥିବା ଏହି ବିୟର ପାଉଡର ବିଶ୍ୱର ପ୍ରଥମ ଆବିଷ୍କାର । ଅର୍ଥାତ୍ ଆଜି ପର୍ଯ୍ୟନ୍ତ ବିୟରକୁ ଏମିତି ପାଉଡର ଭାବେ ପ୍ରସ୍ତୁତ କରାଯାଇ ନ ଥିଲା । ଏହି ବିୟର ପାଉଡର ପ୍ରସ୍ତୁତ କରିଥିବା ନୋଏତ୍ସେଲେ ବ୍ରୁୟରି କୁହନ୍ତି, ଏହି ବିୟର ପାଉଡର ଚଳିତ ବର୍ଷ ଶେଷ ବେଳକୁ ବଜାରକୁ ଆସିଯିବ । ଏହାସହ ସେ କହିଛନ୍ତି, ବୋତଲ ବନ୍ଦ ବିୟରକୁ ଏକ୍ସପର୍ଟ କରିବାକୁ ଯେତେ ଅଧିକ କାର୍ବନ ଉତ୍ସଜନ ହୋଇଥାଏ ଏଥିରେ ସେତେ ହୋଇ ନ ଥାଏ ।
ଏବେ ଏହି ବିୟର ପାଉଡର କେବଳ ଜର୍ମାନୀରେ ମିଳିବ । ଅନ୍ୟ ଦେଶରେ ପହଞ୍ଚିବାକୁ ଏହାକୁ କିଛି ସମୟ ଲାଗିବ । ବିଶେଷ କରି ଭାରତରେ ଏହା ପ୍ରବେଶ କରିବାକୁ ଲମ୍ବା ସମୟ ଲାଗିପାରେ । କାରଣ ଏଥିପାଇଁ କିଛି ଆଇନଗତ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri