ଭୂରାଜନୈତିକ ବିଭାଜନ ଓ ଆର୍ଥିକ ପରିଣାମ

ଅନ୍ତର୍ଜାତୀୟ ସମୁଦାୟ ଅଧିକ ଶାନ୍ତିପୂର୍ଣ୍ଣ ଏବଂ ଏକ ବିଶ୍ୱସ୍ତରୀୟ ବ୍ୟବସ୍ଥା ଆଡ଼କୁ ଯଦି କେବେ ଅଗ୍ରସର ହୋଇଥଲା, ତେବେ ତାହା ଶୀତଳ ଯୁଦ୍ଧର ପ୍ରାରମ୍ଭ ସମୟରେ ହିଁ ଘଟିଥିଲା। ସେହି ସମୟରେ ବୈଶ୍ୱିକ ଶାସନରେ ତ୍ରୁଟି ଥିଲେ ବି ଏକ ବୃହତ୍‌ ଶକ୍ତିର ବିପଦ କମ୍‌ ହୋଇଥିବା ଦେଖାଯାଉଥିଲା ଏବଂ ଦାରିଦ୍ର୍ୟ ହ୍ରାସ ପାଉଥିଲା। ତେବେ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ସମ୍ମିଳନୀଗୁଡ଼ିକର ପ୍ରାରମ୍ଭିକ ଫଳାଫଳ ମାନବିକତାର ସବୁଠାରୁ କଠିନ ସମସ୍ୟାଗୁଡ଼ିକ ପାଇଁ ମହତ୍ତ୍ୱପୂର୍ଣ୍ଣ ସମାଧାନର ଆଶା ଉଜ୍ଜୀବିତ କରିଥିଲା। କିନ୍ତୁ ଭୂରାଜନୈତିକ ତିକ୍ତତା ଏବଂ ଅର୍ଥନୈତିକ ଅନିଶ୍ଚିତତା ସେହି ଯୁଗର ଆଶାବାଦ ଏବଂ ଅଭିଳାଷକୁ ବହୁ ପୂର୍ବରୁ ସଫଳ ହେବାକୁ ଦେଇ ନାହିଁ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଯେ, ଜରୁରୀ ଆହ୍ବାନର ମୁକାବିଲା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ପରିବର୍ତ୍ତେ ଅନ୍ତର୍ଜାତୀୟ ସମୁଦାୟ ଏବେ ବୃହତ୍‌ ବୈଶ୍ୱିକ ଅସହଯୋଗ ବା ନିଷ୍କ୍ରିୟତା ମାନସିକତାରେ ରହିଛି। ସବୁଠାରୁ ଖରାପ ହେଉଛି, ଅନେକ ଦେଶ ଉଦାରବାଦୀ ବିଶ୍ୱ ବ୍ୟବସ୍ଥାର ବ୍ୟାପକ ଲାଭ ବିଷୟରେ ଚିନ୍ତା କରୁନାହାନ୍ତି। ସେମାନେ ନିଜ ଲାଭ କ୍ଷତି ବିଷୟରେ ଅଧିକ ଚିନ୍ତିତ । ଆଣ୍ଟଲାଟିକ ମହାସାଗରର ଉଭୟ ପାର୍ଶ୍ୱରେ ଥିବା ପ୍ରମୁଖ ଅର୍ଥବ୍ୟବସ୍ଥା, କ୍ଷମତାଶାଳୀ ଏକଚ୍ଛତ୍ରବାଦୀ ଦେଶସବୁ ଏବଂ ତଥାକଥିତ ଗ୍ଲୋବାଲ ସାଉଥ (ନିମ୍ନ ଆୟକାରୀ ଓ ନିମ୍ନ ବିକାଶଶୀଳ ଦେଶ) ସମସ୍ତେ ଅସନ୍ତୁଷ୍ଟ ହୋଇଛନ୍ତି। ବୈଶ୍ୱିକ ସହଯୋଗରୁ ପ୍ରାପ୍ତ ଲାଭର ଏକ ଅସମାନ ବଣ୍ଟନ ହେଉଛି ବୋଲି ସେମାନେ ମନେ କରୁଛନ୍ତି।
ଅନେକ ପାଶ୍ଚାତ୍ୟ ଦେଶର ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ, ପାଇବାକୁ ଥିବା ସେମାନଙ୍କ ଲାଭର ଭାଗ କମିଯାଉଛି। ଘରୋଇ ମାନ୍ଦାବସ୍ଥାର ଧାରା ଯୋଗୁ ଏଭଳି ଘଟୁଛି ବୋଲି ସେମାନେ ବିଚାର କରନ୍ତି। ମ୍ୟୁନିକ ସିକ୍ୟୁରିଟି ଇଣ୍ଡେକ୍ସର ନୂତନ ତଥ୍ୟ ଦର୍ଶାଏ ଯେ, ଆଜି ମଧ୍ୟ ଜି୭ରେ ଖୁବ୍‌ କମ୍‌ ଲୋକ ବିଶ୍ୱାସ କରନ୍ତି ଯେ ବର୍ତ୍ତମାନଠାରୁ ଏକ ଦଶନ୍ଧି ମଧ୍ୟରେ ସେମାନଙ୍କ ଦେଶ ଅଧିକ ସୁରକ୍ଷିତ ଏବଂ ଧନୀ ପାଲଟିବ। ତେବେ ଅନେକେ ଆଶା କରନ୍ତି ଯେ, ସେହି ସମୟ ମଧ୍ୟରେ ଚାଇନା ସହିତ ବ୍ରାଜିଲ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଅଧିକ ଶକ୍ତିଶାଳୀ ହେବେ।
ପାଶ୍ଚାତ୍ୟରେ ସାଧାରଣ ଲୋକଙ୍କୁ ନେଇ ଜନପ୍ରିୟତା ହାସଲ କରିବାକୁ ଚାହଁୁଥିବା ରାଜନେତା (ପପୁଲିଷ୍ଟ ଲିଡର)ମାନେ ଆର୍ଥିକ ଲାଭ ହ୍ରାସ ଭୟରୁ ଶୋଷଣ କରିବାରେ ପାରଙ୍ଗମ। ସେମାନେ ପ୍ରସ୍ତାବ ଦେଉଥିବା ଜାତୀୟତାବାଦୀ ନୀତି ଏହି ପ୍ରକ୍ରିୟାକୁ ତ୍ୱରାନ୍ବିତ କରିପାରେ। ଏପରିକି ଆନ୍ତଃନିର୍ଭରଶୀଳତାର ଅବନତି ସ୍ପଷ୍ଟ ହେଉଥିବା କାରଣରୁ ଅଣ-ପପୁଲିିଷ୍ଟ ନେତାମାନେ ଜଗତୀକରଣ ପ୍ରତି ସତର୍କତା ଅବଲମ୍ବନ କରୁଛନ୍ତି। ଏହା ସତ ଯେ, ଚାଇନା ଉଦାରବାଦୀ ଅର୍ଥନୈତିକ ବ୍ୟବସ୍ଥାର ପ୍ରମୁଖ ଲାଭକାରୀ ହୋଇପାରିଛି। ବିଶ୍ୱରେ ବ୍ୟବସାୟ କାର୍ଯ୍ୟକଳାପରୁ ଉପଲବ୍ଧ ଲାଭ କମ୍ବା ମାର୍କେଟ ଶେୟାର ବଢ଼ାଇବାରେ ସାହାଯ୍ୟ କରିଥିବା ଚାଇନା ନେତାମାନେ ବିଶ୍ୱାସ କରୁଛନ୍ତି ଯେ, ସେମାନଙ୍କ ଦେଶ ଏକ ବଡ଼ ଆର୍ଥିକ ଲାଭାଂଶ ପାଇବାକୁ ଯୋଗ୍ୟ । କିନ୍ତୁ ବାସ୍ତବରେ ଆମେରିକାର ଉଗ୍ର ସୁଧାରବାଦୀ କ୍ଷମତା ଚାଇନାର ଉତ୍‌ଥାନକୁ ରୋକିବା ପାଇଁ ଏବଂ ବିଶ୍ୱ ସ୍ତରରେ ଏହାର ଭୂମିକାରେ ବାଧା ସୃଷ୍ଟି କରୁଛିି।
ଜନସଂଖ୍ୟା ହ୍ରାସ, ସମ୍ପତ୍ତି ସଙ୍କଟ ଏବଂ ଅତ୍ୟଧିକ ସରକାରୀ ଋଣ ସମେତ ଅନେକ ଘରୋଇ ଆହ୍ବାନର ସମ୍ମୁଖୀନ ହୋଇ ଚାଇନା ଆଗାମୀ ବର୍ଷରେ ଅପେକ୍ଷାକୃତ ଅଧିକ ଲାଭ ଉପରେ ଧ୍ୟାନ ଦେବାର ସମ୍ଭାବନା ଅଛି। ଏହା ସ୍ପଷ୍ଟ ଯେ, ନିକଟ ଅତୀତରେ ଚାଇନାର ନୀତିଗୁଡ଼ିକ ଓ ତା’ ଦୀର୍ଘମିଆଦୀ ଲକ୍ଷ୍ୟ ଉପରେ କେତେକେ ଅଧିକ ସନ୍ଦେହ କରନ୍ତି। ଏପରିକି ଏହିସବୁ ନୀତି କେତେକଙ୍କୁ ଦେଶ ସହ ନିଜ ସମ୍ପର୍କକୁ ବିପଦମୁକ୍ତ କରିବା ପାଇଁ ଉତ୍ସାହିତ କରିଛି। ହେଲେ ଆର୍ଥିକ ବଜାର କିମ୍ବା ଲାଭରେ ଭାଗ କମିବାକୁ ନେଇ ଅନ୍ୟମାନେ ଚିନ୍ତିତ ନୁହନ୍ତି। ଦାରିଦ୍ର୍ୟରେ ଥିବା କିମ୍ବା ଦୀର୍ଘ ଦିନ ଧରି ସଂଘର୍ଷ କରିଆସୁଥିବା ପୀଡ଼ିତଙ୍କ ପାଇ ଏହିସବୁ ନୀତି ସିଦ୍ଧାନ୍ତଗତ ନିୟମ-ଆଧାରିତ ବ୍ୟବସ୍ଥାକୁ ରକ୍ଷା କରିବାକୁ ଆହ୍ବାନ କରେ ।
ଅନେକ ଗରିବ ଓ ନିମ୍ନ ବିକାଶଶୀଳ ଦେଶ ବିଶ୍ୱାସ କରନ୍ତି ଯେ, ସେମାନେ ବଢୁଥିବା ଭୂରାଜନୈତିକ ବିଭାଜନରୁ ଅଧିକ କ୍ଷତିଗ୍ରସ୍ତ ହେବେ। ସେଥିପାଇଁ ସେମାନେ ପକ୍ଷଭୁକ୍ତ ନ ହେବାକୁ ଚେଷ୍ଟା କରନ୍ତି ଏବଂ ଏହା ବଦଳରେ ବହୁପକ୍ଷୀୟ ବୁଝାମଣା ଦାବି କରନ୍ତି, ଯାହା ସେମାନଙ୍କୁ ସେମାନଙ୍କର ସ୍ବାର୍ଥ ପାଇଁ ଅନୁମତି ଦେବ। କିନ୍ତୁ ଦ୍ୱିପାକ୍ଷିକ ଚୁକ୍ତି ଏବଂ ସ୍ବଳ୍ପ ମିଆଦୀ ଲାଭ ଉପରେ ଧ୍ୟାନ ଦେଇ ଏହି ଦେଶଗୁଡ଼ିକ ମଧ୍ୟରୁ କେତେକ କାରବାରିକ କୂଟନୀତିକୁ ସମର୍ଥନ କରନ୍ତି। ଏହା କେବଳ ଏକ ନିୟମ-ଆଧାରିତ ବ୍ୟବସ୍ଥା ପ୍ରଦାନ କରିପାରୁଥିବା ଦୀର୍ଘମିଆଦୀ ଆଶା କ୍ଷୁଣ୍ଣ କରିପାରେ। ଅଧିକ ଦେଶ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ସଫଳତା ନିଣ୍ଣର୍ର୍ୟ କରୁଥିବାରୁ ଜଣକର କ୍ଷତି କରି ଅନ୍ୟ ଜଣେ ଲାଭ କରିବା ଧାରଣାର ଏକ ଭୟଙ୍କର ପ୍ରକ୍ରିୟା ଆରମ୍ଭ ହୋଇପାରେ। ଏହା ଭାଗୀଦାରି ସମୃଦ୍ଧିକୁ କ୍ଷତି କରିପାରେ ଏବଂ ଭୂରାଜନୈତିକ ତିକ୍ତତାକୁ ବଢ଼ାଇପାରେ। ବିକଳ୍ପ ରହିଛି କିନ୍ତୁ ସେଥିରୁ ଲାଭ ମିଳିପାରୁ ନ ଥିବା ପରିସ୍ଥିତି ଅନେକ ନୀତି କ୍ଷେତ୍ରରେ ଆଗରୁ ସାମ୍ନାକୁ ଆସିସାରିଛି ଏବଂ ବିଭିନ୍ନ ଅଞ୍ଚଳକୁ ପ୍ରଭାବିତ ବି କରିଛି। ଏପରିକି ଜଳବାୟୁ ନୀତି, ସମ୍ଭବତଃ ବୈଶ୍ୱିକ ସହଯୋଗ କିପରି ସମସ୍ତଙ୍କୁ ଉପକୃତ କରିପାରିବ, ତାହାର ଏକ ସର୍ବୋତ୍ତମ ଉଦାହରଣ।
ଗ୍ରହଣ କରାଯାଇଥିବା ଏହି ନୀତିଗୁଡ଼ିକ ମଧ୍ୟରୁ କେତୋଟି ପଛରେ ବୈଧ କାରଣ ଅଛି। ବିପଦ କିମ୍ବା କ୍ଷତି କମ୍‌ କରୁଥିବା ଅର୍ଥନୈତିକ ସମ୍ପର୍କ ଅଧିକ ପ୍ରତିଯୋଗିତାମୂଳକ ପରିବେଶ ପାଇଁ ଏକ ଯୁକ୍ତିଯୁକ୍ତ ପ୍ରତିକାର ଏବଂ ଏହା କ୍ଷତି କମ୍‌ କରିବାରେ ସାହାଯ୍ୟ କରିଥାଏ। କିନ୍ତୁ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ବିଭାଜନ ବୃଦ୍ଧି ପାଇ ପ୍ରତିଦ୍ୱନ୍ଦ୍ୱିତାମୂଳକ ଭୂ-ରାଜନୈତିିକ ଗୋଷ୍ଠୀ ସୃଷ୍ଟି ହେବା ବିଶେଷକରି ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକରେ ଅଭିବୃଦ୍ଧି ହ୍ରାସ କରିପାରେ। ଅପରପକ୍ଷେ ଅର୍ଥନୈତିକ ଅଭିବୃଦ୍ଧି ହ୍ରାସ ଯୋଗୁ ଜଣକର କ୍ଷତି କରି ଅନ୍ୟ ଜଣେ ଲାଭ ପାଇବା ମାନସିକତାକୁ ପ୍ରେତ୍ସାହିତ କରିପାରେ। ଭୂରାଜନୈତିକ ଅନିଶ୍ଚିତତାକୁ ଦେଖିଲେ ଏହା ବୁଝାପଡ଼େ ଯେ,ଏକ ଦେଶ ଆବଣ୍ଟିତ ଅର୍ଥିକ କାରବାରରେ ନିଜକୁ ସୁରକ୍ଷା ଦେବାକୁ ଚାହିଁବ। କିନ୍ତୁ ଅନ୍ତର୍ଜାତୀୟ ସମୁଦାୟ ନୀତିଗତ ବିତର୍କରେ ଅସମାନ ପରିଣାମର ଭୟକୁ ଦୂର କରିବା ଉଚିତ। ସର୍ବୋପରି, ବ୍ୟକ୍ତିଗତ ଅଂଶଗୁଡ଼ିକର ସୁରକ୍ଷା ପାଇଁ ବ୍ୟବସାୟିକ କାର୍ଯ୍ୟକଳାପରେ ଉପଲବ୍ଧ ଲାଭ କିମ୍ବା ମାର୍କେଟ ଶେୟାର ବୃଦ୍ଧି କରାଯିବା ଦରକାର। ଏଥିପାଇଁ ପ୍ରୟାସ ସନ୍ତୁଳିତ ହେବା ଜରୁରୀ। ପାରସ୍ପରିକ ଲାଭଦାୟକ ସଯୋଗ ଉପରେ ଆଧାରିତ ନୂତନ ଭାଗୀଦାରି ଗଠନ କରାଯିବା ଆବଶ୍ୟକ। ଏହାସହ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ଆବଶ୍ୟକ ହେବ, ଯାହା ଲାଭଗୁଡ଼ିକର ସମାଗ୍ରିକ ବଣ୍ଟନକୁ ନିଶ୍ଚିତ କରିବ। ଯଦି ଏହି ପ୍ରୟାସ ବିଫଳ ହୁଏ, ତେବେ ଅତୀତରେ ଯାହା ଘଟିଥିଲା ସେହିଭଳି ଭବିଷ୍ୟତରେ ପ୍ରତ୍ୟେକ ଅର୍ଥ ବ୍ୟବସ୍ଥାରେ ନିଜର ଭାଗ ହ୍ରାସ ହେବ।

  • ଟୋବିୟାସ ବୁନ୍ଦେ, ନିର୍ଦ୍ଦେଶକ(ଗବେଷଣା ଓ ନୀତି), ମ୍ୟୁନିକ ସୁରକ୍ଷା ସମ୍ମିଳନୀ
  • ସୋଫି ଆଇସେଣ୍ଟ୍ରାଉଟ, ଗବେଷଣା ଓ ପ୍ରକାଶନ ମୁଖ୍ୟ, ମ୍ୟୁନିକ ସୁରକ୍ଷା ସମ୍ମିଳନୀ

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?