ବିପତ୍ତି ବେଳେ ବଦାନ୍ୟତା

କାନପୁର, ୨୮ା୪: ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଛାଡ଼ି ସେଥିରେ ରଖିଥିବା ସମସ୍ତ ୨ ଲକ୍ଷ ଟଙ୍କାକୁ କେରଳ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଦାନ କରି ମଣିଷପଣିଆର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶ କାନପୁରର ଜଣେ ବିଡ଼ି ଶ୍ରମିକ ଜନାର୍ଦ୍ଦନ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏ ବାବଦରେ ଟୁଇଟ୍‌ କରିଛନ୍ତି। ବ୍ୟାଙ୍କର ଜଣେ ଷ୍ଟାଫ୍‌ ତାଙ୍କ ଆକାଉଣ୍ଟରେ ମାତ୍ର ୮୫୦ ଟଙ୍କା ଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ଟଙ୍କା ଟ୍ରାନ୍ସଫର ପାଇଁ ପଛଘୁଞ୍ଚା ଦେଇଥିଲେ। କିନ୍ତୁ ଆହୁରି ଅଧିକ ପରିଶ୍ରମ କରି ଅଧିକ ରୋଜଗାର କରିପାରିବି ବୋଲି ଜନାର୍ଦ୍ଦନ କହିଥିଲେ। ଏଭଳି ମହାବିପତ୍ତିବେଳେ ଅନେକ ଉଦାର ଲୋକ ସହାୟତା ପାଇଁ ଆଗେଇ ଆସିଛନ୍ତି। ସେମାନଙ୍କ ମଧ୍ୟରୁ ଜନାର୍ଦ୍ଦନ ଜଣେ ବୋଲି ପିନାରାୟୀ ଲେଖିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେରଳ ଅର୍ଥମନ୍ତ୍ରୀ ଥୋମାସ ଆଇଜାକ ମଧ୍ୟ ଜନାର୍ଦ୍ଦନଙ୍କ ଷ୍ଟୋରି ଟୁଇଟ୍‌ କରିଛନ୍ତି।

ଅକ୍ସିଜେନ ପାଇଁ ଦେଲେ ଝିଅ ବିବାହ ଟଙ୍କା

କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଅକ୍ସିଜେନ, ରେମ୍‌ଡେସିଭିର ମେଡିସିନ୍‌ ଆଦିର ଆବଶ୍ୟକତା ବିପୁଳ ମାତ୍ରାରେ ବଢ଼ିଥିବାବେଳେ ଅନେକ ଅସାଧୁ ଲୋକେ ଏହାକୁ ସୁଯୋଗ ବୋଲି ବିବେଚନା କରି ତାହାର କଳାବଜାରରେ ଲାଗିଛନ୍ତି। କିନ୍ତୁ ଏପରି କେତେ ଜଣ ଲୋକ ଅଛନ୍ତି ଯେଉଁମାନେ କଠିନ ସମୟରେ ବି ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ମଧ୍ୟପ୍ରଦେଶ ନିମଚ୍‌ ଜିଲାର ଚାଷୀ ଚମ୍ପାଲାଲ ଗୁରଜାର। ଝିଅର ବିବାହ ପାଇଁ ସଞ୍ଚୟ କରିଥିବା ୨ ଲକ୍ଷ ଟଙ୍କା ଜିଲାରେ କରୋନା ରୋଗୀଙ୍କ ନିମନ୍ତେ ଅକ୍ସିଜେନ କିଣିବା ପାଇଁ ସେ ଦାନ କରିଛନ୍ତି। ଏହାର ଏକ ଚେକ୍‌ ଜିଲାପାଳ ମୟଙ୍କ ଅଗ୍ରଓ୍ବାଲଙ୍କୁ ସେ ପ୍ରଦାନ କରି ସେଥିରେ ଦୁଇଟି ଅକ୍ସିଜେନ ସିଲିଣ୍ଡର, ଗୋଟିଏ ଜିଲା ହସ୍ପିଟାଲ ପାଇଁ ଏବଂ ଅନ୍ୟଟି ଜିରନ୍‌ ତହସିଲ ପାଇଁ, କିଣିବାକୁ ଅନୁରୋଧ କରିଛନ୍ତି। ଝିଅର ବାହାଘର ରବିବାର କରୋନା କଟକଣା ମଧ୍ୟରେ ହୋଇଥିବା ବେଳେ ଏହି ଦିନକୁ ଅଧିକ ସ୍ମରଣୀୟ କରିବାକୁ ସେ ଏପରି କରିଥିବା କହିଛନ୍ତି।

‘ପିଲାଙ୍କୁ ବର୍ଷେ ହେଲା ଦେଖିନି’

‘୨୦ ବର୍ଷ ହେଲା ଅକ୍ସିଜେନ ଟ୍ୟାଙ୍କର ପରିବହନରେ ନିୟୋଜିତ ଅଛି। ହେଲେ ବର୍ତ୍ତମାନ ପରି ଅକ୍ସିଜେନର ଏତେ ମାତ୍ରାରେ ଆବଶ୍ୟକତା କେବେ ଦେଖି ନ ଥିଲି। ଟ୍ୟାଙ୍କର ନେବାରେ ଟିକେ ଡେରି ଅନେକଙ୍କ ଜୀବନ ସଙ୍କଟାପନ୍ନ କରିପାରେ। ଏ ସବୁ ଭିତରେ ପରିବାର କଥା ପଛ କରିବାକୁ ପଡ଼ୁଛି। କରୋନାର ପ୍ରଥମ ଲହରଠାରୁ ଏପର୍ଯ୍ୟନ୍ତ ମୋ ଝିଅ ଓ ପୁଅଙ୍କୁ ଦେଖିନାହିଁ। ବାରମ୍ବାର ଘରୁ ଫୋନ ଆସୁଥିଲେ ହେଁ ଡ୍ୟୁଟି ପ୍ରଥମେ ବୋଲି ସେମାନଙ୍କୁ ବୁଝାଉଛି’। ଏ ଭଳି ଦୁଃଖଦ କାହାଣୀ ବଖାଣିଛନ୍ତି କର୍ନାଟକରେ ଅକ୍ସିଜେନ ଟ୍ୟାଙ୍କର ଡ୍ରାଇଭର କାମ କରୁଥିବା ଶଙ୍କର ମାଝି। ସେ ଓ ତାଙ୍କ ସହାୟକ ମହମ୍ମଦ ହାକିକଥଙ୍କ ଘର ବିହାରରେ। ଶଙ୍କର କହିଛନ୍ତି, କୋପ୍ପାଲକୁ ସପ୍ତାହରେ ଅତି କମ୍‌ରେ ଆମକୁ ବିନା ବ୍ରେକ୍‌ରେ ୩ ରାଉଣ୍ଡ ଟ୍ରିପ୍‌ କରିବାକୁ ପଡ଼ୁଛି। ୮ ଘଣ୍ଟାର ଯାତ୍ରାବେଳେ ରାସ୍ତାରେ ଚା’ ମଧ୍ୟ ପିଇବାକୁ ଗାଡ଼ି ରଖି ନ ଥାଉ।

ସହାୟତା ଦେବେ ୪୦ ଆମେରିକୀୟ କମ୍ପାନୀ

କରୋନା ମୁକାବିଲାରେ ଭାରତକୁ ସହାୟତା ପାଇଁ ଆଗେଇ ଆସିଛନ୍ତି ଆମେରିକାର ପ୍ରମୁଖ ୪୦ କମ୍ପାନୀ। କମ୍ପାନୀ ସିଇଓମାନେ ଏକ ଗ୍ଲୋବାଲ ଟାସ୍କଫୋର୍ସ ଗଠନ କରି ଭାରତକୁ ସାହାଯ୍ୟ କରିବାକୁ ଏକଜୁଟ ହୋଇଛନ୍ତି। ଏହି ଟାସ୍କଫୋର୍ସ ଭାରତକୁ ଚିକିତ୍ସା ଉପକରଣ, ଟିକା, ଅକ୍ସିଜେନ ଏବଂ ଅନ୍ୟାନ୍ୟ ସହାୟତା ସଂଗ୍ରହ କରି ଯୋଗାଇବ। ଆସନ୍ତା କିଛି ସପ୍ତାହ ମଧ୍ୟରେ ଭାରତକୁ ୨୦ ହଜାର ଅକ୍ସିଜେନ ସିଲିଣ୍ଡର ପଠାଯିବାକୁ ସୋମବାର ଅନୁଷ୍ଠିତ ଏକ ବୈଠକରେ ସ୍ଥିର ହୋଇଛି।

ଭାରତକୁ ସହାୟତା ଦେବାର ବେଳ

ବର୍ତ୍ତମାନ ଭାରତକୁ ସହାୟତା ଦେବାର ବେଳ ଆସିଛି। ସାରା ବିଶ୍ୱ ଯଥାସମ୍ଭବ ସାହାଯ୍ୟ କରନ୍ତୁ। ଏହି ବିପତ୍ତି ସମୟରେ ଭାରତ ସହ ସମସ୍ତେ ଛିଡ଼ା ହେବା ଉଚିତ ବୋଲି ମଙ୍ଗଳବାର ଜାତିସଂଘ ସାଧାରଣ ସଭା ୭୫ତମ ଅଧିବେଶନର ଅଧ୍ୟକ୍ଷ ଭୋଲ୍‌କାନ ବୋଜ୍‌କିର ଟୁଇଟ୍‌ କରିଛନ୍ତି। ଜାତିସଂଘରେ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ଟି.ଏସ୍‌. ତିରୁମୂର୍ତ୍ତି ବୋଜ୍‌କିରଙ୍କୁ ଟୁଇଟ୍‌ରରେ ଧନ୍ୟବାଦ ଦେଇଛନ୍ତି।

 

ବ୍ରିଟେନ, ଥାଇଲାଣ୍ଡରୁ ଅକ୍ସିଜେନ ଆସିଲା

ମହାମାରୀ ସମୟରେ ଭାରତର ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଭୁଶୁଡ଼ିପଡ଼ିଥିବାବେଳେ ବିଭିନ୍ନ ଦେଶ ସହାୟତାର ହାତ ବଢ଼ାଇଛନ୍ତି। ବ୍ରିଟେନ ୧୦୦ ଭେଣ୍ଟିଲେଟର, ୯୫ ଅକ୍ସିଜେନ କନ୍‌ସେଣ୍ଟ୍ରେଟର ଓ ଅନ୍ୟ ଜୀବନରକ୍ଷକ ଉପକରଣ ପଠାଇଛି। ମଙ୍ଗଳବାର ଭୋର ସମୟରେ ଏହା ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚତ୍ଛି। ବ୍ରିଟେନର ଦ୍ୱିତୀୟ ପର୍ଯ୍ୟାୟ ସହାୟତା ୯ଟି ଏୟାରଲାଇନ୍‌ କଣ୍ଟେନର ଲୋଡ୍‌ରେ ଖୁବ୍‌ଶୀଘ୍ର ଆସିବ। ଏଥିରେ ୪୯୫ ଅକ୍ସିଜେନ୍‌ ସିଲିଣ୍ଡର, ୧୨୦ ଭେଣ୍ଟିଲେଟର ଓ ୨୦ ମାନୁଆଲ ଭେଣ୍ଟିଲେଟର ସାମିଲ ଥିବା ଜଣାପଡ଼ିଛି। ଏହି ବିପତ୍ତି ସମୟରେ ଭାରତ ସହ ବନ୍ଧୁ ଭାବେ ଆମେ ଛିଡ଼ା ହୋଇଛୁ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ଟୁଇଟ୍‌ କରିଛନ୍ତି। ସେହିପରି ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌, ସିଙ୍ଗାପୁର ଓ ଦୁବାଇରୁ ମଧ୍ୟ କେତେକ ଜରୁରୀ ସାମଗ୍ରୀ ଭାରତୀୟ ବାୟୁସେନା ପକ୍ଷରୁ ଅଣାଯାଇଛି। ଜର୍ମାନୀ ଓ ଫ୍ରାନ୍ସ ମଧ୍ୟ ମେଡିକାଲ ଅକ୍ସିଜେନ ଏବଂ ଅନ୍ୟ ଜରୁରୀ ଉପକରଣ ପଠାଇବା ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?