Posted inଖେଳ

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ କଷ୍ଟକର ବୋଲି ମନାଯାଏ। କିନ୍ତୁ ଇଣ୍ଡୋନେସିଆର ୨୮ ବର୍ଷୀୟ ଡାହାଣ ହାତର ଫାଷ୍ଟ ବୋଲର ଗେଡେ ପ୍ରିୟାନ୍ଦନା ଏକ ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି। ସେ ଏକ ଓଭରରେ ୫ ଉଇକେଟ୍ ନେଇ କ୍ରିକେଟ୍ ଜଗତରେ ତୁଫାନ ମଚାଇ ଦେଇଛନ୍ତି, ଯେଉଁଥିରେ ହେଟ୍ରିକ୍ ମଧ୍ୟ ଅନ୍ତର୍ଭୁକ୍ତ ଅଟେ।

ଇଣ୍ଡୋନେସିଆ ଟିମ୍ ବର୍ତ୍ତମାନ କମ୍ବୋଡିଆ ବିପକ୍ଷରେ ୮ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଖେଳୁଛି। ଏହି ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୨୩ ତାରିଖରେ ବାଲିରେ ଖେଳାଯାଇଥିଲା, ଯାହା ଟି୨୦ଆଇ କ୍ରିକେଟ୍ ଇତିହାସରେ ସ୍ଥାନ ପାଇଛି। କମ୍ବୋଡିଆ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଇଣ୍ଡୋନେସିଆ ୨୦ ଓଭରରେ ୫ ଉଇକେଟ୍ ହରାଇ ୧୬୭ ରନ୍ କରିଥିଲା। ଏଥିରେ ଧର୍ମ କେସମା ୧୧୦ ରନର ଶତକୀୟ ପାରି ଖେଳିଥିଲେ, ଯେଉଁଥିରେ ୮ ଚୌକା ଓ ୬ ଛକା ଅନ୍ତର୍ଭୁକ୍ତ ଥିଲା। ଜବାବରେ କମ୍ବୋଡିଆ ୧୬ ଓଭରରେ ୧୦୭ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଏହାର ମୁଖ୍ୟ କାରଣ ଥିଲା ଗେଡେ ପ୍ରିୟାନ୍ଦନାଙ୍କ ବିସ୍ଫୋରକ ବୋଲିଂ। ସେ ନିଜର ପ୍ରଥମ ଓଭରରେ ହିଁ ୫ ଉଇକେଟ୍ ନେଇ ଇତିହାସ ରଚିଛନ୍ତି। ଏହା ଟି୨୦ଆଇ କ୍ରିକେଟ୍‌ରେ ପ୍ରଥମ ଥର ପାଇଁ ଘଟିଛି।

କମ୍ବୋଡିଆ ୧୫ ଓଭର ପରେ ୧୦୬ ରନରେ ୫ ଉଇକେଟ୍ ହରାଇଥିଲା ଏବଂ ମ୍ୟାଚ୍ ରୋମାଞ୍ଚକର ମୋଡ଼ରେ ଥିଲା। ସେତେବେଳେ ପ୍ରିୟାନ୍ଦନାଙ୍କୁ ଗେଣ୍ଡ ଦିଆଯାଇଥିଲା। ପ୍ରଥମ ତିନି ଗେଣ୍ଡରେ ହେଟ୍ରିକ୍ କରିଥିଲେ। ଏକ ଡଟ୍ ଗେଣ୍ଡ ପରେ ଆଉ ଦୁଇଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍ କରି ଓଭର ସମ୍ପୂର୍ଣ୍ଣ କରିଥିଲେ। ଏହି ଓଭରରେ କେବଳ ଏକ ଓ୍ୱାଇଡ୍ ରନ୍ ଆସିଥିଲା ଏବଂ କମ୍ବୋଡିଆର ପାରି ୧୦୭ ରନ୍‌ରେ ସିମିତ ହୋଇଯାଇଥିଲା। ଫଳରେ ଇଣ୍ଡୋନେସିଆ ୬୦ ରନରେ ବିଜୟୀ ହୋଇଥିଲା।

ଟି୨୦ କ୍ରିକେଟ୍‌ରେ ତୃତୀୟ ଥର ଘଟିଲା:

ଯଦିଓ ଘରୋଇ ଟି୨୦ କ୍ରିକେଟ୍‌ରେ ଏହା ପୂର୍ବରୁ ଦୁଇଥର ହୋଇଛି – ୨୦୧୩-୧୪ରେ ବାଙ୍ଗଲାଦେଶର ଆଲ୍-ଆମିନ୍ ହୁସେନ୍ (ଭିକ୍ଟୋରି ଡେ ଟି୨୦ କପ୍) ଏବଂ ୨୦୧୯-୨୦ରେ ଭାରତର ଅଭିମନ୍ୟୁ ମିଥୁନ୍ (ସୈୟଦ ମୁଶ୍ତାକ ଅଲୀ ଟ୍ରଫି) ଏହି କାରନାମା କରିଥିଲେ। କିନ୍ତୁ ଇଣ୍ଟରନ୍ୟାସନାଲ୍ ଟି୨୦ରେ ଏହା ପ୍ରଥମ ଥର ପାଇଁ ଘଟିଛି। ଗେଡେ ପ୍ରିୟାନ୍ଦନାଙ୍କ ଏହି ଅସାଧାରଣ ପ୍ରଦର୍ଶନ ଟି୨୦ଆଇ କ୍ରିକେଟ୍‌ର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?