ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କୁ ଛଟେଇ ନେଇ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କୁ ଦୁଃଖ ଜଣାଇବାକୁ ଦଣ୍ଡ ପ୍ରଣାମ ମାରିମାରି…

ଖୋର୍ଦ୍ଧା,୨୬ା୧୦(ପ୍ରଭାତ ପାଣିଗ୍ରାହୀ): ‘ଟାଟା ହଟାଅ, ଓଡ଼ିଶା ବଞ୍ଚାଅ’ ନାରାରେ ଖୋର୍ଦ୍ଧାରେ ତେଜିଛି ବିଦ୍ୟୁତ୍‌ ଠିକା କର୍ମଚାରୀଙ୍କ ଆନ୍ଦୋଳନ। ଖୋର୍ଦ୍ଧା ବିଦ୍ୟୁତ୍‌ ଡିଭିଜନ ଅଧୀନ ୧୮ଟି ସେକ୍ସନରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଛଟେଇକୁ ବିରୋଧ କରି ସୋମବାର ଏକ ବିଶାଳ ଶୋଭାଯାତ୍ରା ବାହାରିଛି। ଦଣ୍ଡ ପ୍ରଣାମ ଓ ଘଣ୍ଟନାଦ ମାଧ୍ୟମରେ ପ୍ରତିବାଦ ଜଣାଇ ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜର ଦୁଃଖ ଜଣାଇବାକୁ ଯାତ୍ରା କରିଛନ୍ତି।

ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ୪ ମାସ ପୂର୍ବେ ମୁଖ୍ୟମନ୍ତ୍ରୀ ଟାଟା ପାଓ୍ବାର କୌଣସି ଠିକା କର୍ମଚାରୀଙ୍କୁ ଛଟେଇ ନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅକ୍ଟୋବର ମାସରେ ଶହ ଶହ କର୍ମଚାରୀଙ୍କୁ ଚାକିରିରୁ ବାଦ୍‌ ଦିଆଯାଇଥିବା ସେମାନେ କହିଛନ୍ତି। ଏହାଦ୍ୱାରା ଅନେକ ପରିବାରର ଜୀବିକା ସଙ୍କଟରେ ପଡ଼ିଥିବା ଦର୍ଶାଇ ଛଟେଇ ବନ୍ଦ ସହ କର୍ମଚାରୀଙ୍କ ଜୀବିକା ସୁରକ୍ଷା ଦାବି କରିଛନ୍ତି।

ଛଟେଇକୁ ନେଇ କ୍ଷୋଭ ପ୍ରକାଶ କରି ଆନ୍ଦୋଳନକାରୀମାନେ କହିଛନ୍ତି, ଓଡ଼ିଶାର ଯୁବକ ଓ କର୍ମଚାରୀଙ୍କୁ ରାଜ୍ୟରେ ରୋଜଗାର ସୁଯୋଗ ନମିଳିଲେ ସେମାନେ ବାଧ୍ୟ ହୋଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯିବେ। ଏଭଳି ପରିସ୍ଥିତି ରୋକିବା ପାଇଁ ସରକାର ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି।

କେବଳ କର୍ମଚାରୀଙ୍କ ଛଟେଇ ନୁହେଁ, ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ଲଦାଯାଉଥିବା ନେଇ ମଧ୍ୟ ଆନ୍ଦୋଳନକାରୀମାନେ ଅଭିଯୋଗ ଉଠାଇଛନ୍ତି। ସେମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ନୂଆ ସର୍ଭିସ ତାର ବଦଳାଇବା ସେବା ମାଗଣାରେ ମିଳୁଥିବା ବେଳେ ଏବେ ଏଥିପାଇଁ ୧,୧୨୮ ଟଙ୍କା ଦେବା ସହ ଉପଭୋକ୍ତାଙ୍କୁ ନିଜେ ତାର କିଣିବାକୁ ପଡ଼ୁଛି। ଏଥିସହ ସ୍ମାର୍ଟ ମିଟର ସ୍ଥାପନକୁ ନେଇ ଉପଭୋକ୍ତାଙ୍କ ଉପରେ ଚାପ ପକାଯାଉଥିବା ଏବଂ ସେମାନଙ୍କୁ ଶୋଷଣ କରାଯାଉଥିବା ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି।

ଓଡ଼ିଆ ଅସ୍ମିତାର ସୁରକ୍ଷା କଥା କହୁଥିବା ରାଜ୍ୟ ସରକାର ଠିକା କର୍ମଚାରୀଙ୍କ ଜୀବିକା ଓ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସମସ୍ୟା ପ୍ରତି କାହିଁକି ନିରବ ରହିଛନ୍ତି ବୋଲି ଆନ୍ଦୋଳନକାରୀମାନେ ପ୍ରଶ୍ନ କରିଛନ୍ତି। ଛଟେଇ ବନ୍ଦ, କର୍ମଚାରୀଙ୍କ ଜୀବିକା ସୁରକ୍ଷା ଏବଂ ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସେମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡ୍ରିପ୍ରେସନ୍‌ରୁ ହୋଇପାରେ ହାର୍ଟ ଆଟାକ୍‌

ଡିପ୍ରେସନ ବା ଅବସାଦ ଏଭଳି ଏକ ସମସ୍ୟା ଯାହା ପରୋକ୍ଷରେ କେତେକ ରୋଗକୁ ଆମନ୍ତ୍ରଣ କରିଥାଏ। ଅତ୍ୟଧିକ କାମ ଚାପ, ପାରିପାର୍ଶ୍ୱିକ ପରିସ୍ଥତି ଆଦି ଏଥିପାଇଁ କେତେକାଂଶରେ…

ବିବାଦ ଘେରରେ କଟକ ଜିଲାପାଳଙ୍କ ନିର୍ଦ୍ଦେଶନାମା: ତହସିଲଦାରଙ୍କୁ ରାଜସ୍ବ କ୍ଷମତା ହସ୍ତାନ୍ତରକୁ ନେଇ ଉଠିଲା ପ୍ରଶ୍ନ

କଟକ ସଦର,୨୬ା୧୦(ସୁଶାନ୍ତ କୁମାର ଜେନା): ୨୦୨୫ରେ କଟକ ଜିଲାପାଳ ଏକ ନିର୍ଦ୍ଦେଶନାମା ଜାରି କରି ସରକାରୀ ଜମିର ହସ୍ତାନ୍ତର କରିବାର କ୍ଷମତା ଜିଲାର ସମସ୍ତ ତହସିଲଦାରଙ୍କୁ ପ୍ରଦାନ…

ଡ୍ରାଇଭିଂ ଲାଇସେନ୍ସ କରାଉଥିଲେ ଜାଣନ୍ତୁ, ବଦଳିବ ନିୟମ; ଏଣିକି…

ନୂଆଦିଲ୍ଲୀ, ୨୬।୧୦: ଦେଶରେ ଡ୍ରାଇଭିଂ ଲାଇସେନ୍ସ (DL) ନିୟମରେ ବଡ଼ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ (MoRTH)। ସେଣ୍ଟ୍ରାଲ ମୋଟର…

ରାସ୍ତାରେ ଦଙ୍ଗା, ଭଙ୍ଗାରୁଜା କଲେ ଅଭିଭାବକ ଗଣିବେ ଟଙ୍କା! ନୂଆ ଆଇନକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୨୬।୧୦: ୟୁରୋପର ଅନେକ ଦେଶରେ ଏବେ ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ ରାସ୍ତାଘାଟରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି। ଫ୍ରାନ୍ସରୁ ଆରମ୍ଭ ହୋଇଥିବା ବିରୋଧର ନିଆଁ…

ଅଜଣା ଗାଡ଼ି ଧକ୍କାରେ ୨ ଯୁବକଙ୍କ ଜୀବନ ଗଲା, ଜଣେ ଗୁରୁତର

ଢେଙ୍କାନାଳ,୨୬ା୧୦(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ପୁରୁଣା କଟକ-ସମ୍ବଲପୁର ରାସ୍ତାର କୋତ୍ତମଠାରେ ରବିବାର ବିଳମ୍ବିତ ରାତିରେ ଏକ ପିକଅପ୍‌ ଧକ୍କାରେ ବିପରୀତ ଦିଗରୁ…

ତୃତୀୟ ଟି-୨୦ରୁ ବାଦ୍‌ ପଡ଼ିଲେ ଇଶାନ କିଶନ, ବୈଭବ ନୁହେଁ ଏହି ଖେଳାଳିଙ୍କୁ ମିଳିବ ସୁଯୋଗ!

ନୂଆଦିଲ୍ଲୀ, ୨୬।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟକା ଲାଗିଛି। ଭାରତୀୟ ଦଳର ଷ୍ଟାର୍‌ ଖେଳାଳି ଇଶାନ କିଶନ ତୃତୀୟ…

ଜଙ୍ଗଲରୁ ମିଳିଲା କବିରାଜଙ୍କ ମୃତଦେହ, କେହି ହତ୍ୟା କରି ଫିଙ୍ଗି ଦେଇ…

ବାରିପଦା,୨୬ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଅନ୍ତର୍ଗତ ଖେଜୁରୀ ଓ କାକୁଡ଼ିରୁମା ଜଙ୍ଗଲ ମଧ୍ୟବର୍ତ୍ତୀ ଅଞ୍ଚଳରୁ ଜଣେ କବିରାଜଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ…

ଧରିତ୍ରୀ ୟୁଥ୍‌ କନ୍‌କ୍ଲେଭ୍‌-୨୦୨୬: ଆଗକୁ ଦେଖିବାକୁ ପଡ଼ିବ ଅନେକ ପ୍ରାକୃତିକ ବିପର୍ଯ୍ୟୟ

ଭୁବନେଶ୍ୱର,୨୬ା୧୦: ଆମ ଚାରିପାଖରେ ପଡି ରହିଥିବା ଜିନିଷ ହିଁ ପ୍ରଦୂଷଣ ବଢାଉଛି। ଏଥିପାଇଁ ଆମେ ସମସ୍ତେ ହିଁ ଦାୟୀ। ଆମେ ବଜାରରୁ ପ୍ଲାଷ୍ଟିକ ଓ ପଲିଥିନରେ ଜିନିଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?