GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP ଅଭିବୃଦ୍ଧି ହାର ୭.୮%ରେ ପହଞ୍ଚିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ବଢ଼ିଥିଲା । ବିରୋଧୀ ଦଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କିଛି ମହଲରେ GDP ଆକଳନକୁ ନେଇ ପ୍ରଶ୍ନ ଉଠିଥିଲା। ଏହାର ଦୁଇ ଦିନ ପରେ ସରକାର ପକ୍ଷରୁ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷର ବୃଦ୍ଧି ହାରକୁ ଅଧିକ ଭଲ ଦେଖାଇବା ପାଇଁ ପୂର୍ବବର୍ଷର GDP ତଥ୍ୟକୁ ଜାଣିଶୁଣି କମାଯାଇନାହିଁ । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର GDP ତଥ୍ୟରେ ପରିବର୍ତ୍ତନକୁ ନେଇ ମଧ୍ୟ ସରକାର ଜବାବ ରଖିଛନ୍ତି। ବର୍ଷ ୨୦୨୨-୨୩, ଅପଡେଟ୍ ଡାଟା ସହ ନୂଆ IIP ଏବଂ PPI ସିରିଜ୍‌ ସାମିଲ ହୋଇଥିବାରୁ ପୁରୁଣା ତଥ୍ୟରେ ସଂଶୋଧନ ହୋଇଛି। ତେଣୁ ପୁରୁଣା ଓ ନୂଆ GDP ସିରିଜ୍‌କୁ ସିଧାସଳଖ ତୁଳନା କରିବା ଠିକ୍ ନୁହେଁ ବୋଲି ସରକାର କହିଛନ୍ତି।

ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ କଞ୍ଚାମାଲର ଦାମ ବଢ଼ିବାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ରିଅଲ୍ ଗ୍ରସ୍ ଭାଲ୍ୟୁ ଆଡେଡ୍ (GVA) ଅଭିବୃଦ୍ଧି ୯.୨ ପ୍ରତିଶତ ଥିବାବେଳେ ନୋମିନାଲ୍ ବୃଦ୍ଧି ୭.୭ ପ୍ରତିଶତ ରହିଛି। ଏହି କାରଣରୁ ଡିଫ୍ଲେଟର -୧.୫ ପ୍ରତିଶତ ଦେଖାଯାଇଛି। ତେବେ ଏହାର ଅର୍ଥ ଉତ୍ପାଦର ଦାମ କମିଯାଇଛି ବୋଲି ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, CPI, WPI ଏବଂ GDP ଡିଫ୍ଲେଟର ଅଲଗା ଅଲଗା ଦିଗର ମୂଲ୍ୟ ପରିବର୍ତ୍ତନକୁ ମାପିଥାଏ।

ମାଇନିଂ କ୍ଷେତ୍ରରେ ଉତ୍ପାଦନ କମିଥିଲେ ମଧ୍ୟ କ୍ରୁଡ୍ ଅଏଲ୍, ଗ୍ୟାସ୍ ଓ ଧାତୁର ଅନ୍ତର୍ଜାତୀୟ ଦର ବଢ଼ିଛି। ଏହା ଯୋଗୁଁ ରିଅଲ୍ GVA -୨.୪ ପ୍ରତିଶତ ଥିବାବେଳେ ନୋମିନାଲ୍ GVA ୨୨.୩ ପ୍ରତିଶତ ରହିଛି।ସେହିପରି GDPକୁ ଉତ୍ପାଦନ ଓ ଖର୍ଚ୍ଚ—ଦୁଇଟି ଦିଗରୁ ଆକଳନ କରାଯିବା ବେଳେ ଯେଉଁ ପାର୍ଥକ୍ୟ ରହିଥାଏ, ତାହାକୁ ‘ଷ୍ଟାଟିଷ୍ଟିକାଲ୍ ଡିସ୍କ୍ରିପାନ୍ସି’ କୁହାଯାଏ। ପ୍ରାରମ୍ଭିକ GDP ଆକଳନରେ ଏଭଳି ପାର୍ଥକ୍ୟ ରହିବା ସାଧାରଣ ଏବଂ ପରବର୍ତ୍ତୀ ସଂଶୋଧନରେ ଏହା କମିପାରେ।

ଦେଶରେ ମହଙ୍ଗା ମାଡ଼ ଓ ଅନ୍ତର୍ଜାତୀୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଥିବା ସମୟରେ GDP ୭.୮ ପ୍ରତିଶତ ବୃଦ୍ଧିର ତଥ୍ୟ ସାମ୍ନାକୁ ଆସିଥିଲା। ପେଟ୍ରୋଲ-ଡିଜେଲ୍, ସୁନା-ରୁପା ଓ ଦୈନନ୍ଦିନ ସାମଗ୍ରୀର ଦରକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ରହିଥିବାରୁ ଏତେ ମହଙ୍ଗାଇ ମଧ୍ୟରେ ଅର୍ଥନୀତି କିପରି ଏତେ ଦ୍ରୁତ ଗତିରେ ବଢ଼ୁଛି ବୋଲି ପ୍ରଶ୍ନ ଉଠିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ:ସବୁକିଛି ଛାର୍‌ଖାର୍‌

କଟକ,୩।୯(ପ୍ରଭୁକଲ୍ୟାଣ ପାଲ୍‌): କଟକରେ ଥିବା ଏକ ଦୁଗ୍ଧ କମ୍ପାନୀରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଜଗତପୁର ଶିଳ୍ପାଞ୍ଚଳ ମଧ୍ୟରେ ଥିବା ପ୍ରଗତି କ୍ଷୀର କମ୍ପାନୀରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଖଇରୀଙ୍କ ମୁଣ୍ଡ ଉପରେ ୫ ନାତୁଣୀନାତିଙ୍କ ଭାର: ଦୁଇ ମୁଠା ଖାଦ୍ୟ ପାଇଁ କରୁଛନ୍ତି ସଂଘର୍ଷ

ଜମନକିରା,୩।୯(ରବିନ୍ଦ୍ର ପ୍ରସାଦ ଦାନୀ): ସମୟ ବଦଳିଲେ ମଣିଷର ଭାଗ୍ୟ ବି ବଦଳିଯାଏ। କିନ୍ତୁ କିଛି ଲୋକଙ୍କ ଜୀବନରେ ଏଭଳି ପରିସ୍ଥିତି ଆସେ, ଯେଉଁଠି ଦୁଃଖ କେବେ ସରେ…

ରାଜନୀତିରେ ବଡ଼ ହଲଚଲ: ଭୋଟର ଲିଷ୍ଟରୁ କାହିଁକି କଟିଲା ରାଘବ ଚଢାଙ୍କ ନାଁ, ଏହା ପଛର କାରଣ ଖୋଲି କହିଲେ…

ନୂଆଦିଲ୍ଲୀ,୩।୯: SIR ପରେ ପଞ୍ଜାବର ଡ୍ରାଫ୍ଟ ଭୋଟର ଲିଷ୍ଟରୁ ନାଁ କଟିବାକୁ ନେଇ ରାଜ୍ୟ ସଭା ସାଂସଦ ରାଘବ ଚଢା ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଭୋଟର ଲିଷ୍ଟରୁ…

ପଞ୍ଜାବ ଭୋଟର ଲିଷ୍ଟରୁ କଟିଲା ରାଘବ ଚଢାଙ୍କ ନାଁ! ବଡ଼ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩।୯: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କ ନାଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଥିବା ଅଭିଯୋଗ ହୋଇଛି। ନିଜେ…

ଗୋଟିଏ ପ୍ଲାନ୍‌ରେ ଚାଲିବ ୪ଟି SIM! ମିଳିବ ଅନ୍‌ଲିମିଟେଡ୍‌ Calling ସହ 5G Data: ଜାଣନ୍ତୁ ଏହି ସୁବିଧା ସମ୍ପର୍କରେ…

ନୂଆଦିଲ୍ଲୀ,୩।୯: ଆଜିର ସମୟରେ ଗୋଟିଏ ପରିବାରର ଦୁଇ, ତିନି କିମ୍ବା ଚାରି ଜଣଙ୍କ ପାଖରେ ଅଲଗା ଅଲଗା Airtel SIM ରହିବା ସାଧାରଣ କଥା। ଏପରି ସ୍ଥିତିରେ…

SBI Customer Alert: ଆସନ୍ତାକାଲି ଠପ୍‌ ହୋଇଯିବ UPI ସେବା, ନୋଟ୍‌ କରିନିଅନ୍ତୁ କେତେ ଟାଇମ୍‌…

ନୂଆଦିଲ୍‌ଲୀ,୩।୯: ଯଦି ଆପଣଙ୍କ ଆକାଉଣ୍ଟ ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ୟୁପିଆଇ…

ପର୍ଯ୍ୟଟନ ଶିଳ୍ପ ପାଇଁ ପର୍ଯ୍ୟାପ୍ତ ମାନବ ସମ୍ବଳର ଆବଶ୍ୟକ ପଡ଼ିବ

ଭୁବନେଶ୍ୱର, ୩ା୯(ସନ୍ତୋଷ କୁମାର ବେହେରା): ସ୍ବସ୍ତି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ଷ୍ଟଡିଜ୍‌ (ଏସ୍‌ଆଇଏମ୍‌ଏସ୍‌ଏସ୍‌)ର ନବାଗତ ଛାତ୍ରୀଛାତ୍ରମାନଙ୍କୁ ସ୍ଥାନୀୟ ଏକ ହେଟେଲରେ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସ୍ବାଗତ…

ଅନ୍ତର୍ଜାତୀୟ ବଜାରରେ ବଢୁଛି ଭାରତ ମସଲା ଚାହିଦା

କଟକ,୩ା୯: ଅନ୍ତର୍ଜାତୀୟ ବଜାରରେ ଭାରତୀୟ ମସଲାର ଚାହିଦା ବଢୁଥିବାବେଳେ ଭାରତୀୟ ମସଲା ଉତ୍ପାଦନକାରୀ ଉଦ୍ୟୋଗ, ରପ୍ତାନିକାରୀ ଏବଂ କୃଷକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହୋଇଛି। ଏହିକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri