GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ ମନ୍ତ୍ରଣାଳୟ (MoSPI) ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ୨୦୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଭାରତର GDP ଅଭିବୃଦ୍ଧି ହାର ୭.୮%ରେ ପହଞ୍ଚିଛି। ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ବଢ଼ିଥିଲା । ବିରୋଧୀ ଦଳଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ କିଛି ମହଲରେ GDP ଆକଳନକୁ ନେଇ ପ୍ରଶ୍ନ ଉଠିଥିଲା। ଏହାର ଦୁଇ ଦିନ ପରେ ସରକାର ପକ୍ଷରୁ ଏହି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦିଆଯାଇଛି।

ସରକାର ସ୍ପଷ୍ଟ କରିଛନ୍ତି ଯେ ଚଳିତ ବର୍ଷର ବୃଦ୍ଧି ହାରକୁ ଅଧିକ ଭଲ ଦେଖାଇବା ପାଇଁ ପୂର୍ବବର୍ଷର GDP ତଥ୍ୟକୁ ଜାଣିଶୁଣି କମାଯାଇନାହିଁ । ୨୦୨୫-୨୬ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକର GDP ତଥ୍ୟରେ ପରିବର୍ତ୍ତନକୁ ନେଇ ମଧ୍ୟ ସରକାର ଜବାବ ରଖିଛନ୍ତି। ବର୍ଷ ୨୦୨୨-୨୩, ଅପଡେଟ୍ ଡାଟା ସହ ନୂଆ IIP ଏବଂ PPI ସିରିଜ୍‌ ସାମିଲ ହୋଇଥିବାରୁ ପୁରୁଣା ତଥ୍ୟରେ ସଂଶୋଧନ ହୋଇଛି। ତେଣୁ ପୁରୁଣା ଓ ନୂଆ GDP ସିରିଜ୍‌କୁ ସିଧାସଳଖ ତୁଳନା କରିବା ଠିକ୍ ନୁହେଁ ବୋଲି ସରକାର କହିଛନ୍ତି।

ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ କଞ୍ଚାମାଲର ଦାମ ବଢ଼ିବାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି । ରିଅଲ୍ ଗ୍ରସ୍ ଭାଲ୍ୟୁ ଆଡେଡ୍ (GVA) ଅଭିବୃଦ୍ଧି ୯.୨ ପ୍ରତିଶତ ଥିବାବେଳେ ନୋମିନାଲ୍ ବୃଦ୍ଧି ୭.୭ ପ୍ରତିଶତ ରହିଛି। ଏହି କାରଣରୁ ଡିଫ୍ଲେଟର -୧.୫ ପ୍ରତିଶତ ଦେଖାଯାଇଛି। ତେବେ ଏହାର ଅର୍ଥ ଉତ୍ପାଦର ଦାମ କମିଯାଇଛି ବୋଲି ନୁହେଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସରକାରଙ୍କ କହିବା ଅନୁଯାୟୀ, CPI, WPI ଏବଂ GDP ଡିଫ୍ଲେଟର ଅଲଗା ଅଲଗା ଦିଗର ମୂଲ୍ୟ ପରିବର୍ତ୍ତନକୁ ମାପିଥାଏ।

ମାଇନିଂ କ୍ଷେତ୍ରରେ ଉତ୍ପାଦନ କମିଥିଲେ ମଧ୍ୟ କ୍ରୁଡ୍ ଅଏଲ୍, ଗ୍ୟାସ୍ ଓ ଧାତୁର ଅନ୍ତର୍ଜାତୀୟ ଦର ବଢ଼ିଛି। ଏହା ଯୋଗୁଁ ରିଅଲ୍ GVA -୨.୪ ପ୍ରତିଶତ ଥିବାବେଳେ ନୋମିନାଲ୍ GVA ୨୨.୩ ପ୍ରତିଶତ ରହିଛି।ସେହିପରି GDPକୁ ଉତ୍ପାଦନ ଓ ଖର୍ଚ୍ଚ—ଦୁଇଟି ଦିଗରୁ ଆକଳନ କରାଯିବା ବେଳେ ଯେଉଁ ପାର୍ଥକ୍ୟ ରହିଥାଏ, ତାହାକୁ ‘ଷ୍ଟାଟିଷ୍ଟିକାଲ୍ ଡିସ୍କ୍ରିପାନ୍ସି’ କୁହାଯାଏ। ପ୍ରାରମ୍ଭିକ GDP ଆକଳନରେ ଏଭଳି ପାର୍ଥକ୍ୟ ରହିବା ସାଧାରଣ ଏବଂ ପରବର୍ତ୍ତୀ ସଂଶୋଧନରେ ଏହା କମିପାରେ।

ଦେଶରେ ମହଙ୍ଗା ମାଡ଼ ଓ ଅନ୍ତର୍ଜାତୀୟ ପରିସ୍ଥିତିକୁ ନେଇ ଚିନ୍ତା ବଢ଼ିଥିବା ସମୟରେ GDP ୭.୮ ପ୍ରତିଶତ ବୃଦ୍ଧିର ତଥ୍ୟ ସାମ୍ନାକୁ ଆସିଥିଲା। ପେଟ୍ରୋଲ-ଡିଜେଲ୍, ସୁନା-ରୁପା ଓ ଦୈନନ୍ଦିନ ସାମଗ୍ରୀର ଦରକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ରହିଥିବାରୁ ଏତେ ମହଙ୍ଗାଇ ମଧ୍ୟରେ ଅର୍ଥନୀତି କିପରି ଏତେ ଦ୍ରୁତ ଗତିରେ ବଢ଼ୁଛି ବୋଲି ପ୍ରଶ୍ନ ଉଠିଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?