ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ ମନା କରିବା ସହ ବନ୍ଧକ ରଖାଯାଇ ନଥିବା କହି ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ପାରଳାଖେମୁଣ୍ଡି ମାର୍କେଟ ସାହିର ୭୧ ବର୍ଷୀୟ ବୃଦ୍ଧ କିଲାରୀ ଲକ୍ଷ୍ମୀନାରାୟଣା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁଯାୟୀ, ୨୦୨୫ ଅକ୍ଟୋବର ୬ ତାରିଖରେ ଲକ୍ଷ୍ମୀନାରାୟଣା ନିଜର ୭୭ ଗ୍ରାମ ସୁନା ଅଳଙ୍କାର ବାରାଟାମ୍ ଯୋଗାରାଓ ଓ ବାରାଟାମ୍ ରାମମୂର୍ତ୍ତିଙ୍କ ନିକଟରେ ବନ୍ଧକ ରଖିଥିଲେ। ଏହା ବାବଦକୁ ସେ ନଗଦ ୪ ଲକ୍ଷ ୫୮ ହଜାର ଟଙ୍କା ଏବଂ ଫୋନ୍‌ପେ ମାଧ୍ୟମରେ ୪୨ ହଜାର ଟଙ୍କା, ମୋଟ ୫ ଲକ୍ଷ ଟଙ୍କା ଆଣିଥିଲେ। ଏହି ମୋଟ ଟଙ୍କା ଉପରେ ସେ ନିୟମିତ ମାସିକ ସୁଧ ପ୍ରଦାନ କରିବାକୁ ଚୁକ୍ତି ହୋଇଥିଲା। ସେହିଦିନଠାରୁ ସେ ପ୍ରତିମାସରେ ଫୋନ୍‌ପେ ମାଧ୍ୟମରେ ସୁଧ ଟଙ୍କା ପୈଠ କରିଆସୁଥିଲେ, ଯାହାର ସମସ୍ତ ପ୍ରମାଣ ତାଙ୍କ ପାଖରେ ରହିଛି।

ତେବେ ଗତ ଜୁଲାଇ ୩୦ ତାରିଖରେ ଲକ୍ଷ୍ମୀନାରାୟଣା ସମ୍ପୂର୍ଣ୍ଣ ମୂଳଧନ ଟଙ୍କା ଫେରସ୍ତ କରି ନିଜର ସୁନା ଅଳଙ୍କାର ମାଗିବାରୁ ଅଭିଯୁକ୍ତମାନେ ତାଙ୍କ ନାମରେ କୌଣସି ସୁନା ବନ୍ଧକ ନ ଥିବା କହି ଚଞ୍ଚକତା କରିଥିଲେ। ଏହାକୁ ନେଇ ସେ ପ୍ରତିବାଦ କରିବାରୁ ତାଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାରପିଟ୍ କରିବାକୁ ଉଦ୍ୟମ କରାଯାଇଥିଲା।

ଏହି ଅଭିଯୋଗକୁ ଆଧାର କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ମାମଲା ନଂ. ୩୬୦/୨୦୨୬ ରୁଜୁ କରି ତଦନ୍ତ ଜାରି ରଖିଛି। ମାମଲାର ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ବଳରାମ ବେହେରାଙ୍କ ସୂଚନାନୁଯାୟୀ, ପୋଲିସ ଘଟଣାର ତଦନ୍ତ ଚଳାଇଛି ଏବଂ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଦ ସିକକାଙ୍କ ଗିରଫ ପ୍ରତିବାଦରେ କଲ୍ୟାଣସିଂହପୁର ଥାନା ଘେରାଉ

କଲ୍ୟାଣସିଂହପୁର, ୧୧/୯ (ଦୀପକ କୁମାର ପରିଡ଼ା): ନିୟମଗିରି ସୁରକ୍ଷା ସମିତିର ଆବାହକ ତଥା ସଭାପତି ଲଦ ସିକକାଙ୍କୁ ପୋଲିସ ଗିରଫ କରିବା ଘଟଣାକୁ ନେଇ କଲ୍ୟାଣସିଂହପୁର ଅଞ୍ଚଳରେ…

ସମିତିସଭ୍ୟଙ୍କଠାରୁ ସୁନା ଚେନ୍‌ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ, ଆଜି ଅଭିଯୁକ୍ତଙ୍କୁ…

ଦିଗପହଣ୍ଡି,୧୧ା୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ସନ୍ଧ୍ୟାରେ ପାଟପୁର ଥାନା ପି. ରାମଚନ୍ଦ୍ରପୁର ଗ୍ରାମର ବଳରାମ ପ୍ରଧାନ ଓରଫ ବଳିଆଙ୍କୁ ଛିନତାଇ…

ଗୋଆରୁ ଓଡ଼ିଆ ଶ୍ରମିକ ନିଖୋଜ, ଟ୍ରେନରେ ଗାଁ କୁ ଫେରୁଥିଲେ, ୧୨ ଦିନ ହେଲା ମିଳୁନି ପତ୍ତା

ଦିଗପହଣ୍ଡି,୧୧|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ନବରଙ୍ଗପୁର ଗାଁର ସୁରେଶ ଗୌଡ଼(୫୬) ଦାଦନ ଶ୍ରମିକ ଭାବେ ଗୋଆର ଏକ ଘରୋଇ ଷ୍ଟିଲ…

ଗଣେଶ ପୂଜା ପାଇଁ ବାନ୍ଧୁଥିଲେ ତୋରଣ, ବିଦ୍ୟୁତ୍‌ ତାରରେ ଲାଗିଗଲେ ନାବାଳକ, ଆଉ ତା’ପରେ…

ହିଞ୍ଜିଳିକାଟୁ,୧୦।୯(ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ପୂଜା ପାଇଁ ତୋରଣ ବନ୍ଧା ବେଳେ ବିଦ୍ୟୁତ୍‌ ଆଘାତରେ ଜଣେ ୧୬ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ…

ଆନନ୍ଦପୁରରେ ବ୍ୟାଙ୍କ ଧର୍ମଘଟ, ଏସ୍‌ବିଆଇ ସମ୍ମୁଖରେ ବିକ୍ଷୋଭ କରି…

ବଞ୍ଚୋ,୧୧ା୯(ପ୍ରଦୋଷ ବିଶ୍ୱାଳ): ୟୁନାଇଟେଡ୍‌ ଫୋରମ ଅଫ ବ୍ୟାଙ୍କ ୟୁନିଅନ୍ସର ଆହ୍ବାନକ୍ରମେ ଶୁକ୍ରବାର ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ ପାଳିତ ହୋଇଛି। ଏହାର ପ୍ରଭାବ ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ବ୍ୟାଙ୍କ…

ଗାଁ ସାଥୀଙ୍କ ଦୁଇ ଦଫା ଦାବି ନେଇ ବିକ୍ଷୋଭ

ଛତ୍ରପୁର, ୧୧/୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାରେ କାର୍ଯ୍ୟରତ ଗାଁ ସାଥୀ (ମେଟ୍‌)ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହ ଦୁଇ ଦଫା ଦାବି ପୂରଣ ଦାବିରେ…

ଦିନିକିଆ ଗଞ୍ଜାମ ଗସ୍ତରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ: ପ୍ରାଣି ଚିକିତ୍ସାଳୟ ପୁନରୁଦ୍ଧାର ପାଇଁ…

ଗଞ୍ଜାମ,୧୧।୯(ବିଦ୍ୟାଧର ସାହୁ )ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଦିନିକିଆ ଗସ୍ତରେ ଗଞ୍ଜାମ ଆସିଥିଲେ। ଏହି ଅବସରରେ ମନ୍ତ୍ରୀ ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା…

ପିଡିଏସ୍‌ ଚାଉଳ ହେଉଥିଲା ଚାଲାଣ: ଧରିଲେ ଏସ୍‌ପି

କୁଆଁରମୁଣ୍ଡା,୧୧।୯(ମହେନ୍ଦ୍ର କୁମାର ସାହୁ): ଚୋରା ଚାଲାଣ ହେଉଥିବା ୧୪୦ କୁଇଣ୍ଟାଲ ପିଡିଏସ୍‌ ଚାଉଳ ବୋଝେଇ ଏକ ଟ୍ରକକୁ ଶୁକ୍ରବାର କୁଆଁରମୁଣ୍ଡା ବ୍ଲକ ବିଜାବାହାଲ ଗ୍ରାମ ରାମପାଲ ଛକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Trending

ଛୁଟିଦିନ
ପିଲାଙ୍କ ଧରିତ୍ରୀ
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?