Posted inଜାତୀୟ

ପଞ୍ଜାବ ଭୋଟର ଲିଷ୍ଟରୁ କଟିଲା ରାଘବ ଚଢାଙ୍କ ନାଁ! ବଡ଼ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩।୯: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କ ନାଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଥିବା ଅଭିଯୋଗ ହୋଇଛି। ନିଜେ ରାଘବ ଚଢା ଏନେଇ ସୂଚନା ଦେଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ରାଜନୈତିକ ପ୍ରତିଶୋଧ ଭାବନାରେ ତାଙ୍କ ନାଁକୁ ଭୋଟର ତାଲିକାରୁ ହଟାଯାଇଛି।

ରାଘବ ଚଢା କହିଛନ୍ତି ଯେ ସେ ପଞ୍ଜାବର ବର୍ତ୍ତମାନର ରାଜ୍ୟ ସଭା ସାଂସଦ ଏବଂ ତାଙ୍କ ଭୋଟର ଆଇଡି ପଞ୍ଜାବର ମୋହାଲିରେ ପଞ୍ଜିକୃତ ରହିଛି। ତଥାପି ଡ୍ରାଫ୍ଟ ଭୋଟର ଲିଷ୍ଟରେ ତାଙ୍କ ନାଁକୁ ‘ଶିଫ୍ଟେଡ’ ଭାବେ ଦର୍ଶାଯାଇଥିବା ସେ ଦାବି କରିଛନ୍ତି।

ତେବେ ଏହା ଫାଇନାଲ ଭୋଟର ଲିଷ୍ଟ ନୁହେଁ, କେବଳ ଡ୍ରାଫ୍ଟ ଲିଷ୍ଟ ବୋଲି ରାଘବ କହିଛନ୍ତି। ଦାବି ଓ ଆପତ୍ତି ପ୍ରକ୍ରିୟା ସମୟରେ ଭୋଟର ତାଲିକାରେ ସଂଶୋଧନ କରାଯାଇଥାଏ ଏବଂ ଏହି ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି। ଫାଇନାଲ ଭୋଟର ଲିଷ୍ଟ ଅକ୍ଟୋବର ୨୦୨୬ରେ ପ୍ରକାଶ ପାଇବ ବୋଲି ସେ କହିଛନ୍ତି।

ରାଘବ ଆହୁରି କହିଛନ୍ତି ଯେ SIR ଗାଇଡଲାଇନ ଅନୁଯାୟୀ ଉପଲବ୍ଧ ପଦକ୍ଷେପ ସେ ଆଗରୁ ହିଁ ଗ୍ରହଣ କରୁଛନ୍ତି। ତାଙ୍କ ଅଭିଯୋଗ ହେଉଛି, ଏହାକୁ କେବଳ ଜଣେ କ୍ଲର୍କଙ୍କ ଭୁଲ ବୋଲି କହିହେବ ନାହିଁ; ଏହା ପଛରେ ରାଜନୈତିକ ପ୍ରତିଶୋଧର ଭାବନା ଥିବା ସେ ଦାବି କରିଛନ୍ତି।

ରାଘବଙ୍କ କହିବା ଅନୁସାରେ, ଭୋଟର ତାଲିକା ସମ୍ପର୍କିତ କାର୍ଯ୍ୟ ପାଇଁ BLO ଠାରୁ ଆରମ୍ଭ କରି ପଞ୍ଜାବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରର ଅଧିକାରୀ ନିୟୋଜିତ ରହନ୍ତି। ସେ ଦାବି କରିଛନ୍ତି ଯେ BLO ସାଧାରଣତଃ ପଞ୍ଜାବ ସରକାରଙ୍କ ଜଣେ କନିଷ୍ଠ କର୍ମଚାରୀ ହୋଇଥାନ୍ତି। ଏହାପରେ AERO, ERO ଏବଂ DEOଙ୍କ ଭଳି ଅଧିକାରୀ ରହିଥାନ୍ତି। ଏହି ସମଗ୍ର ପ୍ରକ୍ରିୟାରେ ଉଚ୍ଚସ୍ତରୀୟ ଅଧିକାରୀମାନେ ମଧ୍ୟ ଜଡ଼ିତ ରହନ୍ତି ବୋଲି ସେ କହିଛନ୍ତି।

ରାଘବଙ୍କ ଅଭିଯୋଗ ଅନୁସାରେ, ନିର୍ବାଚନୀ ଡ୍ୟୁଟି ସମାପ୍ତ ହେବା ପରେ ଅଧିକାରୀଙ୍କ ଟ୍ରାନ୍ସଫର, ପୋଷ୍ଟିଂ ଓ କ୍ୟାରିୟର ସମ୍ପର୍କିତ ନିଷ୍ପତ୍ତିରେ ରାଜ୍ୟ ସରକାରଙ୍କ ପ୍ରଭାବ ରହିଥାଏ। ତେବେ ଡ୍ରାଫ୍ଟ ଭୋଟର ଲିଷ୍ଟରେ ନାଁ ନଥିବା ନେଇ ତାଙ୍କ ଅଭିଯୋଗ ଉପରେ ଅଧିକାରିକ ପକ୍ଷରୁ ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ଶୁକ୍ରର ଉପଗ୍ରହ ମାଡ଼ହୋଇ ଧ୍ୱଂସ ପାଇଯାଇଛି

ନୂଆଦିଲ୍ଲୀ, ୧୬ା୯: ପୃଥିବୀର ଦ୍ରୁତ ଘୂର୍ଣ୍ଣନ ଯୋଗୁ ଚନ୍ଦ୍ର ଆମଠାରୁ ଦୂରେଇ ଯାଉଥିବା ବେଳେ ଶୁକ୍ର ଗ୍ରହର ମନ୍ଥର ଗତି ହିଁ ତା’ର ଉପଗ୍ରହ ପାଇଁ କାଳ…

ଆଜିଠୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଝଡ଼ବର୍ଷା!ଏହି ସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୧୬ା୯ (ବନ୍ଦନା ସେଠୀ): ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଖରାଦିନ ଭଳି ସକାଳୁ ଟାଇଁ ଟାଇଁ ଖରା ସାଧାରଣ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…

ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?