ଗାଜା ଯୁଦ୍ଧ: ପ୍ରତି ୧୦ ମିନିଟରେ ୩ ପିଲାଙ୍କୁ କରାଯାଉଛି ଆକ୍ରମଣ, ଜଣେ ପିଲାଙ୍କର ଘଟୁଛି ମୃତ୍ୟୁ…

ଜେରୁଜେଲମ,୮।୧୧ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ସବୁଠାରୁ ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିଛି। ଏକ ମାସରୁ ଅଧିକ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧରେ ପିଲାମାନଙ୍କୁ ହତ୍ୟା କରାଯାଉଛି। ପ୍ରତ ୧୦ମିନିଟରେ ଜଣେ ଶିଶୁଙ୍କର ଏଠାରେ ମୃତ୍ୟୁ ଘଟୁଛି। ପ୍ରତି ୧୦ ମିନିଟରେ ଦୁଇ ଜଣ ପିଲା ଆହତ ହେଉଛନ୍ତି, ଅର୍ଥାତ ପ୍ରତି ଦଶ ମିନିଟରେ ୩ ଜଣ ପିଲାଙ୍କୁ ଆକ୍ରମଣ କରାଯାଉଛି।

ଯୁଦ୍ଧ ଆରମ୍ଭରୁ ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୃତ୍ୟୁ ସଂଖ୍ୟାର ରିପୋର୍ଟ ଦେଇଛି। ମନ୍ତ୍ରଣାଳୟ କହିଛି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୯,୭୭୦ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧା ଅର୍ଥାତ ୪,୧୦୦ ହେଉଛନ୍ତି ପିଲା। ଗାଜାରେ ୮,୦୬୭ ନିରୀହ ଲୋକ ମଧ୍ୟ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି। ୧,୨୫୦ ପିଲା ନିଖୋଜ ଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଇସ୍ରାଏଲ ଆକ୍ରମଣରେ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଶିଶୁ, ମହିଳା ଏବଂ ବୃଦ୍ଧାବୃଦ୍ଧ।

ଗାଜାରେ ପ୍ରାୟ ଏକ ମାସର ଯୁଦ୍ଧର ପରିସଂଖ୍ୟାନ କହୁଛି ଏଠାରେ ପ୍ରତିଦିନ ହାରାହାରି ୧୦୦ ରୁ ଅଧିକ ପିଲାଙ୍କୁ ହତ୍ୟା କରାଯାଉଛି। ସାମ୍ପ୍ରତିକ ବର୍ଷଗୁଡିକରେ, ଅନେକ ଦେଶରେ ଯୁଦ୍ଧ ହୋଇଛି, କିନ୍ତୁ ପିଲାମାନେ ଏହିପରି କେଉଁଠି ଶିକାର ହୋଇନାହାଁନ୍ତି। ଗାଜାରେ ପ୍ରତିଦିନ ହାରାହାରି ଶିଶୁ ମୃତ୍ୟୁ ସଂଖ୍ୟା ୧୩୬ ରହିଛି। ନିକଟ ଅତୀତରେ ଯୁଦ୍ଧର ସମ୍ମୁଖୀନ ହୋଇଥିବା ସିରିଆରେ ପ୍ରତିଦିନ ହାରାହାରି ଶିଶୁ ମୃତ୍ୟୁ ସଂଖ୍ୟା ୩ ଥିଲା। ସେହିପରି ଆଫଗାନିସ୍ତାନ ୨, ୟେମେନ ୧.୫, ୟୁକ୍ରେନ ୦.୭ ଏବଂ ଇରାକ ୦.୬ ଥିଲା।

ସିରିଆରେ ୨୦୧୧ ରୁ ୨୦୨୨ ପର୍ଯ୍ୟନ୍ତ ୧୧ ବର୍ଷରେ ୧୨ ହଜାର ଶିଶୁଙ୍କର ମୃତ୍ୟୁ ହୋଇଥିଲା। ଆଫଗାନିସ୍ତାନରେ ୨୦୦୯ରୁ ୨୦୨୦ ପର୍ଯ୍ୟନ୍ତ ୧୨ ବର୍ଷରେ ୮ ହଜାର ଶିଶୁଙ୍କର ମୃତ୍ୟୁ ହୋଇଥିଲା। ୟେମେନରେ, ୨୦୧୫ ରୁ ୨୦୨୨ ମଧ୍ୟରେ ୮ ବର୍ଷରେ ୩୭୦୦ ପିଲା, ଇରାକରେ, ୨୦୦୮ ରୁ ୨୦୨୨ ମଧ୍ୟରେ ୧୪ବର୍ଷରେ ୩୧୦୦ ଏବଂ ୟୁକ୍ରେନରେ ଗତ ଦୁଇ ବର୍ଷ ମଧ୍ୟରେ ୫୧୦ ଶିଶୁଙ୍କର ମୃତ୍ୟୁ ଘଟିଛି। ଗାଜାରେ, ମାତ୍ର ଗୋଟିଏ ମାସରେ ୪୧୦୦ ପିଲାଙ୍କ ମୃତ୍ୟୁ ଘଟିଛି। ଯାହା ଅତ୍ୟନ୍ତ ଚିନ୍ତାଜନକ।

 


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?