Posted inଖେଳ

ଗାଭାସ୍କରଙ୍କ ଭବିଷ୍ୟବାଣୀ: ଏହି କ୍ରିକେଟର୍‌ ହେବେ ଭାରତୀୟ ଦଳର ଅଧିନାୟକ

ନୂଆଦିଲ୍ଲୀ,୧୩।୫: ମହାନ କ୍ରିକେଟର୍‌ ସୁନୀଲ ଗାଭାସ୍କର ଯୁବ ଉଇକେଟକିପଟ ରିଷଭ ପନ୍ତଙ୍କୁ ନେଇ ବଡ ମନ୍ତବ୍ୟ ଦେଇଛନ୍ତି। ସେ ଭବିଷ୍ୟବାଣୀ କରିଛନ୍ତି ଯେ, ରିଷଭ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ। ଶ୍ରେୟାଶ ଆୟାରଙ୍କ ଅନୁପସ୍ଥିତିରେ ପନ୍ତ ଆଇପିଏଲ୍‌-୧୪ରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଦାୟିତ୍ୱ ନେଇଥିଲେ। ତାଙ୍କ ଅଧିନାୟିକତ୍ୱରେ ଦିଲ୍ଲୀ ୮ଟିରୁ ୬ଟି ମ୍ୟାଚ୍‌ ଜିତିଥିଲା। ଆଇପିଏଲ୍‌ ସ୍ଥଗିତ ହେବା ପର୍ଯ୍ୟନ୍ତ ପଏଣ୍ଟ ତାଲିକାରେ ଦିଲ୍ଲୀ ଟପ୍‌ରେ ଥିଲା। ପନ୍ତଙ୍କ ଅଧିନାୟିକତ୍ୱକୁ ନେଇ ଗାଭାସ୍କର ପ୍ରଭାବିତ ହୋଇଛନ୍ତି। ସେ କହିଛନ୍ତି, ପନ୍ତଙ୍କଠାରେ ଶିଖିବାର ଇଚ୍ଛାଶକ୍ତି ଅଛି। ଧୈର୍ଯ୍ୟ ରଖିଲେ ସେ ଆହୁରି ଆଗକୁ ଯିବେ। ପନ୍ତ ଭବିଷ୍ୟତରେ ଭାରତୀୟ ଦଳର ଅଧିନାୟକ ହେବେ, ଏଥିରେ କୌଣସି ସନ୍ଦେହ ନାହିଁି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ଚର୍ଚ୍ଚା

ସିଡ୍‌ନୀ,୧୦।୧(ପି.ଟି.): ଭାରତ ପ୍ରଥମ ଇନିଂସରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରାଙ୍କ ମନ୍ଥର ବ୍ୟାଟିଂକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି। ପୂଜାରା ପ୍ରଥମ ଇନିଂସରେ ୧୭୬ ବଲ...

ଛେତ୍ରୀଙ୍କୁ ଆଦର୍ଶ ମାନିବାକୁ ଯୁବ ଫୁଟବଲରୁ ବିଜୟନ୍‌ଙ୍କ ପରାମର୍ଶ

ନୂଆଦିଲ୍ଳୀ,୧୧।୫(ପି.ଟି.): ଦେଶର ଯୁବ ଫୁଟବଲରଙ୍କୁ କିମ୍ବଦନ୍ତୀ ଫୁଟବଲର ଆଇ.ଏମ୍‌. ବିଜୟନ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ଭାରତୀୟ ଦଳ ଅଧିନାକ ସୁନୀଲ ଛେତ୍ରୀଙ୍କ ପଦାନୁସରଣ କରିବାକୁ...

ସୁନିଲ ନାରିନ୍‌ଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଦୁବାଇ, ୧୮।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳକୁ ଆଶ୍ୱସ୍ତିକର ଖବର ମିଳିଛି। କୋଲକାତାର ଷ୍ଟାର୍‌ ସ୍ପିନର ସୁନୀଲ ନାରିନଙ୍କ ସନ୍ଦିଗ୍ଧ...

ଦୀର୍ଘ ଦିନର ଅପେକ୍ଷାର ଅନ୍ତ! ୬୯ ବର୍ଷ ପରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କଲେ ଏଭଳି ସ୍ବତନ୍ତ୍ର ରେକର୍ଡ

ନୂଆଦିଲ୍ଲୀ,୧୩।୮: ଦୀର୍ଘ ଦିନ ଧରି ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଏକ ଶକ୍ତିଶାଳୀ ଏବଂ ସ୍ଥାୟୀ ଓପନିଂ ଯୋଡ଼ି ଖୋଜୁଥିଲେ। ଅନେକ ଖେଳାଳିଙ୍କୁ ନେଇ ଏହି...

ଆଜିର ଦିନରେ ଖେଳାଯାଇଥିଲା ଟେଷ୍ଟ ଇତିହାସର ସବୁଠୁ ଛୋଟ ମ୍ୟାଚ୍‌

ସାଧାରଣତଃ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ୫ ଦିନ ଧରି ଚାଲିଥାଏ। ଏପରି ପରିସ୍ଥିତିରେ, ଯଦି ଗୋଟିଏ ମ୍ୟାଚ ୨ ଦିନରେ ଶେଷ ହୁଏ, ତେବେ ଏହା...

ମ୍ୟାକ୍ସଓ୍ବେଲଙ୍କୁ ଆରସିବିରେ ସାମିଲ କରିବାକୁ ଯୋଜନା କରିଥିଲେ କୋହଲି

ଚେନ୍ନାଇ, ୧୪ା୪- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସଓ୍ବେଲଙ୍କୁ ଦଳରେ ସାମିଲ ହେବାକୁ ପ୍ରସ୍ତାବ ଦେଇଥିଲେ। ଗତ ବର୍ଷ...

ଆଇପିଏଲ୍‌ରେ ଏଲ୍‌ବିଡବ୍ଲ୍ୟୁରେ ସର୍ବାଧିକ ଉଇକେଟ୍‌ ନେଇଛନ୍ତି ଏହି ବୋଲର୍‌

ଦୁବାଇ, ୧୨।୧୦: ଚଳିତ ଆଇପିଏଲ୍‌ ୨୬ତମ ମୁକାବିଲାରେ ରବିବାର ରାଜସ୍ଥାନ ରୟାଲ୍ସ ୫ ଉଇକେଟ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ଏହି ରୋମାଞ୍ଚକ ମୁକାବିଲାରେ ହାଇଦ୍ରାବାଦ୍‌...

କଳିଙ୍ଗରେ ଓଡ଼ିଶା ଏଫ୍‌ସି-ଗୋଆ ମୁକାବିଲା

ଭୁବନେଶ୍ୱର, ୨୯।୧(କ୍ରୀଡ଼ା ପ୍ରତିନିଧି)- ଚଳିତ ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌) ସିଜନର ଏକ ହେଭିଓ୍ବେଟ ମୁକାବିଲାରେ ବୁଧବାର ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଓଡ଼ିଶା ଏଫ୍‌ସି ଓ ଶକ୍ତିଶାଳୀ...

Advertisement
Ten Cric Info


Archives

Model This Week