Posted inଖେଳ

ରାହାନେଙ୍କୁ ଗାଭାସ୍କରଙ୍କ ପ୍ରଶଂସା

ମେଲବୋର୍ନ,୨୭ା୧୨(ପି.ଟି.)-ଅଜିଙ୍କ୍ୟ ରାହାନେଙ୍କ ଫିଲ୍‌ଡିଂ ସଜ୍ଜାକୁ ଉଚ୍ଚ ପ୍ରଶଂସା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ରାହାନେଙ୍କର ଅଧିନାୟକତ୍ୱ ଦକ୍ଷତାକୁ ନେଇ ସେ ଏବେଠାରୁ କୌଣସି ମନ୍ତବ୍ୟ ଦେବାକୁ ଚାହାନ୍ତି ନାହିଁ। କାରଣ ସେ ନିଜେ ମୁମ୍ବାଇର ହୋଇଥିବାରୁ ଅନେକେ ଏହାକୁ ଭିନ୍ନ ଦୃଷ୍ଟିରେ ଦେଖିବେ। ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରାହାନେଙ୍କୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଭାର ସମ୍ଭାଳିବାକୁ ପଡୁଛି। ତାଙ୍କର ସଫଳ ନେତୃତ୍ୱ ଯୋଗୁ ଶନିବାର ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଘରୋଇ ଅଷ୍ଟ୍ରେଲିଆ କ୍ରିକେଟ ଦଳ ୭୨.୩ ଓଭରରେ ମାତ୍ର ୧୯୫ ରନ କରି ଅଲ୍‌ଆଉଟ ହୋଇଯାଇଛି। ରାହାନେଙ୍କ ଉନ୍ନତ ଫିଲ୍ଡିଂ ସଜ୍ଜା ଯୋଗୁ ଅଷ୍ଟ୍ରେଲିଆରେ ୩ଜଣ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ୍‌, ଷ୍ଟିଭ୍‌ ସ୍ମିଥ୍‌ ଏବଂ ଟ୍ରାଭିସ୍‌ ହେଡ୍‌ ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ଫିଲ୍ଡରଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ଗାଭାସ୍କର କହିଛନ୍ତି, ଅତୀତରେ ୨ଟି ଟେଷ୍ଟ ଓ କେତୋଟି ଦିନିକିଆରେ ରାହାନେ ଅଧିନାୟକ ଦାୟିତ୍ୱ ତୁଲାଉଥିବାବେଳେ ସେ ତାଙ୍କ ଫିଲ୍ଡିଂ ସଜାକୁ ଦେଖିଛନ୍ତି। କିଏ କେଉଁଠାରେ ଫିଲ୍ଡିଂ କରିବା ଉଚିତ ତାହା ରାହାନେଙ୍କୁ ଭଲରୂପେ ଜଣା। ଏହାଛଡ଼ା ଶନିବାର ରାହାନେଙ୍କ ବୋଲିଂ ପରିବର୍ତ୍ତନ ମଧ୍ୟ ବେଶ୍‌ ପ୍ରଭାବୀ ଥିଲା। ପ୍ରଥମ ଘଣ୍ଟା ଖେଳରେ ସେ ଆର୍‌. ଅଶ୍ୱିନଙ୍କୁ ବୋଲିଂରେ ଲଗାଇଥିଲେ। ଏହି ସିନିୟର ସ୍ପିନର ମାଥ୍ୟୁ ଓ୍ବେଡ୍‌ ଏବଂ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ଆଉଟ୍‌ କରଥିତ୍ଲେ। ଯାହାଫଳରେ ଅଷ୍ଟ୍ରେଲିଆ ୩୮ସ୍କୋରରେ ୩ଜଣ ବ୍ୟାଟ୍ସମ୍ୟାନଙ୍କୁ ହରାଇ ସାରିଥିଲା। ରାହାନେ ମଧ୍ୟାହ୍ନ ଭୋଜନ ବିରତି ପଦାର୍ପଣକାରୀ ବୋଲର ମହମ୍ମଦ ସିରାଜଙ୍କୁ ଗୋଟିଏ ହେଲେ ଓଭର ବୋଲିଂ ନ ଦେଇ ତାଙ୍କ ବିଜ୍ଞତାର ପରିଚୟ ଦେଇଥିଲେ। ଯୁବ ଖେଳାଳି ହୋଇଥିବାରୁ ସିରାଜ ପୁରୁଣା ବଲ୍‌ରେ ଭଲ ପେସ୍‌ ବୋଲିଂ କରିପାରିବେ। ଏହି ପେସ୍‌ ବୋଲର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉଇକେଟ ନେବାରେ ସମର୍ଥ ହୋଇଥିଲେ। ଗାଭାସ୍କାର କହିଛନ୍ତି, ପ୍ରଥମ ଦିବସରେ ଭାରତର ସଫଳତା ପଛରେ ମୋଟ ଉପରେ ବୋଲିଂ ୟୁନିଟ୍‌ରେ ବଡ଼ ଭୂମିକା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri