Posted inଜାତୀୟ

କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ଏମିତି ଟୁଇଟ୍‌ କଲେ ଗମ୍ଭୀର

ନୂଆଦିଲ୍ଲୀ, ୩।୬: ଭାଜପା ଏମ୍‌ପି ଗୌତମ ଗମ୍ଭୀରଙ୍କ ଫାଉଣ୍ଡେଶନ ବେଆଇନ ଭାବେ କୋଭିଡ୍‌-୧୯ ଔଷଧ କିଣିଥିଲା। ଆଉ ତାହାକୁ ବିନା ଅନୁମତିରେ ବାଣ୍ଟି ଥିଲେ ବୋଲି ଦିଲ୍ଲୀର ଔଷଧ ନିୟନ୍ତ୍ରକ ଗୁରୁବାର ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି।

କୋର୍ଟଙ୍କ ଶୁଣାଣି ପରେ ଗମ୍ଭୀର ସ୍ବାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ବାଣୀକୁ ଟୁଇଟ୍‌ କରିଛନ୍ତି। କ୍ରିକେଟରରୁ ରାଜନେତା ପାଲଟିଥିବା ଗମ୍ଭୀର ନିଜ ମତରେ ସେ କୌଣସି ଭୁଲ କରିନାହାନ୍ତି। ଲୋକଙ୍କ ହିତ ଲାଗି ଯାହା କରିପାରିବେ, ତାହା ଜାରି ରଖିବେ ବୋଲି ଜଣାଇ ଦେଇଛନ୍ତି। “ମୁଁ ଜଣେ ମଣିଷ ଓ ମାନବଜାତିକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ବିଷୟ ମୋତେ ଚିନ୍ତିତ କରେ – ସର୍ଦ୍ଦାର ଭଗତ ସିଂ” ବୋଲି ଗମ୍ଭୀର ଟୁଇଟ୍‌ କରିଛନ୍ତି।

ଦିଲ୍ଲୀର ଡ୍ରଗ କଣ୍ଟ୍ରୋଲର ହାଇକୋର୍ଟଙ୍କୁ କହିଛନ୍ତି, କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସାରେ ବ୍ୟବହୃତ ହେଉଥିବା ଔଷଧ ଫାବିଫ୍ଲୁକୁ ବିନା ଲାଇସେନ୍ସରେ କିଣିବା ଓ ମାଗଣାରେ ବାଣ୍ଟିବା ଘଟଣାରେ ଗମ୍ଭୀରଙ୍କ ଫାଉଣ୍ଡେଶନ ଦୋଷୀ ସାବ୍ୟସ୍ତ ହୋଇଛି। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ପ୍ରବୀଣ କୁମାର ମଧ୍ୟ ସମାନ ପ୍ରକାର ଅପରାଧରେ ଲିପ୍ତ ଥିଲେ। ଦୁହେଁ ଡ୍ରଗ ଓ କସମେଟିକ୍ସ ଆଇନର ୧୮ ସି ଧାରା ଉଲ୍ଲଂଘନ କରିଛନ୍ତି। ଏଥିଯୋଗୁ ଦୁଇ ନେତାଙ୍କୁ ୫ ବର୍ଷର କାରାଦଣ୍ଡ ଭୋଗିବାକୁ ପଡ଼ିପାରେ।

ଆଉ ବିଳମ୍ବ ନ କରି ଗମ୍ଭୀର ଓ ପ୍ରବୀଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି ଦିଲ୍ଲୀ ଡ୍ରଗ କଣ୍ଟ୍ରୋଲର ପକ୍ଷରୁ ହାଇକୋର୍ଟଙ୍କୁ କୁହାଯାଇଛି। ଏ ସଂକ୍ରାନ୍ତରେ ୬ ସପ୍ତାହ ମଧ୍ୟରେ ଡ୍ରଗ କଣ୍ଟ୍ରୋଲରଙ୍କୁ ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ପଡ଼ିବ। ମାମଲର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୯ ତାରିଖରେ ହେବ।

କୋଭିଡ୍‌ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଔଷଧ ମିଳୁ ନ ଥିବାବେଳେ ରାଜନେତାମାନେ ପ୍ରଚୁର ପରିମାଣରେ ଔଷଧ କିଣିବା ସହ ମାଗଣାରେ ନିଜ ନିର୍ବାଚନ ମଣ୍ଡଳୀରେ ବାଣ୍ଟୁଥିବା ନେଇ ଯାଚିକା ଦାଖଲ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରଙ୍କୁ ଘେରିଲେ ସୁବ୍ରମଣ୍ୟମ ସ୍ବାମୀ…

ନୂଆଦିଲ୍ଲୀ, ୬।୬ : ମହାପୁରୁଷ ମହମ୍ମଦଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ନୁପୁର ଶର୍ମା ଏବଂ ନବୀନ ଜିନ୍ଦଲଙ୍କୁ ଭାଜପାରୁ ନିଲମ୍ବନ କରିବା ପ୍ରସଙ୍ଗରେ...

ଆଲୋଚନା ବିଫଳ ହେଲେ ସେନା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୫ା୮: ଭାରତ-ଚାଇନା ସୀମା ବିବାଦର ସମାଧାନ ଲାଗି କୂଟନୈତିକ ଓ ସାମରିକ ସ୍ତରରେ ଆଲୋଚନା ଜାରି ରହିଛି। ଲଦାଖରେ ଚାଇନା ଅନୁପ୍ରବେଶ କରି ଟେଣ୍ଟ...

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୧୯ ।୧୧: ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଏହାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର...

ତ୍ରିପୁରା ତାତିି ମହାରାଷ୍ଟ୍ର ପହଞ୍ଚିଲା…

ଅମରାବତୀ,୧୩।୧୧: ତ୍ରିପୁରାର ସାମ୍ପ୍ରଦାୟିକ ହିଂସାର ତାତି ଏବେ ମହାରାଷ୍ଟ୍ରରେ ପହଞ୍ଚିଛି। ଶନିବାର ତ୍ରିପୁରା ହିଂସାକୁ ନେଇ ଅମରାବତୀ, ନାସିକ୍‌ ଏବଂ ନନ୍ଦେଦ୍‌ ଜିଲାରେ ଉତ୍ତେଜଚନା ଦେଖାଦେଇଛି।...

ମନମୋହନଙ୍କୁ ମିଳିବ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୨୬।୮: ମୋଦି ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପ୍‌(ଏସ୍‌ପିଜି) ସୁରକ୍ଷା ହଟାଇ ଦେଇଛନ୍ତି। ଏହା ବଦଳରେ ତାଙ୍କୁ ଜେଡ ପ୍ଲସ୍‌ (z+)...

ମୋବାଇଲରେ କଥା ହେଲେ ଦେବାକୁ ପଡିବ ୧୦ ହଜାର ଟଙ୍କା ଜରିମାନା

ଲକ୍ଷ୍ନୌ,୩୧।୭: ଏଥର କଡ଼ା ହୋଇଛି ମୋଟରଯାନ ନିୟମ। ଏଣିକି ଉତ୍ତରପ୍ରଦେଶରେ ଗାଡ଼ି ଚଲାଉଥିବା ବେଳେ ମୋବାଇଲରେ କଥା ହେଲେ ୧୦ ହଜାର ଟଙ୍କା ଜରିମାନ ଦେବାକୁ...

ସିଦ୍ଧିବିନାୟକଙ୍କୁ ପୂଜାର୍ଚ୍ଚନା କଲେ ଅମିତ ଶାହ

ମୁମ୍ବାଇ,୨।୯: ମାୟାନଗରୀ ମୁମ୍ବାଇରେ ଧୂମଧାମରେ ପାଳନ କରାଯାଉଛି ଗଣେଶ ଚତୁର୍ଥୀ। ଏହି ଅବସରରେ ମୁମ୍ବାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଛି। ସ୍ବରାଷ୍ଟ୍ର ମନ୍ତ୍ରୀ...

ପୁଅ ବୌଦ୍ଧ ଧର୍ମରେ ବିବାହ କରିବାରୁ ଭାଜପା ନେତା ଦଳରୁ ବହିଷ୍କୃତ

ଲେହ,୧୮।୮: ପୁଅ ବୌଦ୍ଧ ଧର୍ମାବଲମ୍ବୀ ଯୁବତୀଙ୍କୁ ବିବାହ କରିବାରୁ ଜଣେ ବାପାଙ୍କୁ ଭାଜପାରୁ ବହିଷ୍କୃତ ହେବାକୁ ପଡ଼ିଛି। ଜମ୍ମୁ-କଶ୍ମୀରର ଲଦାଖ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ...

Advertisement
Archives

Model This Week