Posted inଖେଳ

‘ଏକ ନୂଆ କାହାଣୀ ଲେଖିବା’…ଭିଡିଓ ଜାରି କରି ପ୍ରଶଂସକଙ୍କୁ ଭାବବିହ୍ବଳ ବାର୍ତ୍ତା ଦେଲେ ଗମ୍ଭୀର-Video

ନୂଆଦିଲ୍ଲୀ,୧୬।୭: ଟିମ୍‌ ଇଣ୍ଡିଆର ନୂତନ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର। କୋଲକାତା ନାଇଟ୍‌ ରାଇଡର୍ସକୁ ଆଇପିଏଲ୍‌ ୨୦୨୪ ଟାଇଟଲ ଜିତାଇବା ପରେ ସେ ଜାତୀୟ ଦଳର କୋଚ୍‌ ଦାୟିତ୍ୱକୁ ବାଛିଛନ୍ତି। ଖୁବ୍‌ଶୀଘ୍ର ଶ୍ରୀଲଙ୍କା ସିରିଜଠାରୁ ତାଙ୍କର ଯାତ୍ରା ଆରମ୍ଭ ହେବ। ଏହାକୁ ନେଇ ପ୍ରଶଂସକ ଆଶାବାଦୀ ଅଛନ୍ତି। ଏହାକୁ ନେଇ ଦଳ ଘୋଷଣା ହୋଇ ନ ଥିବା ବେଳେ ଗମ୍ଭୀର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କ କଥା କ୍ରିକେଟ ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି। କାରଣ ଏହା କୋଲକାତା ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ରହିଛି। ଗମ୍ଭୀର ଦଳ ଛାଡ଼ୁଥିବାରୁ ବାର୍ତ୍ତା ଦେଇଛନ୍ତି।

ଦୀର୍ଘ ୭ ବର୍ଷ ଧରି ଅଧିନାୟକ ରହିବା ପରେ ଗମ୍ଭୀର ଗତ ବର୍ଷ ମେଣ୍ଟର ଭାବେ ଯୋଗ ଦେଇଥିଲେ। ତାଙ୍କ ସମୟରେ ଦଳ ୧୦ ବର୍ଷ ପରେ ୨୦୨୪ ଟାଇଟଲ ଜିତିଥିଲା। ଏବେ ବିସିସିଆଇ ସହ ଚୁକ୍ତି ଯୋଗୁ ଗମ୍ଭୀରଙ୍କୁ ଆଇପିଏଲ୍‌ ଛାଡ଼ିବାକୁ ହେବ। ଏଣୁ ନୂଆ ପଦକୁ ଯାଉ ଯାଉ ସେ କୋଲକାତା ପ୍ରଶଂସକଙ୍କ ପାଇଁ ଭାବୁକ ବାର୍ତ୍ତା ଦେଇଛନ୍ତି। ଇଡେନ୍‌ ଗାର୍ଡେନରେ ଭିଡିଓଟି ଶୁଟିଂ କରାଯାଇଛି। ଏବେ ନୂଆ କାହାଣୀ ଲେଖିବାର ସମୟ। କେକେଆର୍‌ର ବାଇଗଣୀ ରଙ୍ଗ ନୁହେଁ ବରଂ ଟିମ୍‌ ଇଣ୍ଡିଆର ନୀଳ ରଙ୍ଗରେ ତାହା ହେବ। ତ୍ରିରଙ୍ଗା ପାଇଁ ହେବ। ପ୍ରାୟ ଦେଢ଼ ମିନିଟର ଭିଡିଓ ବେଶ କିଛି କ୍ଷଣ ବାନ୍ଧିରଖୁଥିବା ବେଳେ ନୂଆ ଆଶା ସଞ୍ଚାର କରୁଛି।
ଦେଖନ୍ତୁ ଭିଡିଓ:


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri