Posted inଖେଳ

ସୂର୍ଯ୍ୟକୁମାରଙ୍କୁ ଭାରତୀୟ ଦଳରୁ ବାହାର କରିବାକୁ ନେଇ ରାଗିଗଲେ ଗମ୍ଭୀର: କହିଲେ ଅତିକମ୍‌ରେ…

ନୂଆଦିଲ୍ଲୀ,୧୭।୩: ଇଲଣ୍ଡ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବ ଏବଂ ଈଶାନ ନିଜର ଅନ୍ତଃରାଷ୍ଟ୍ରୀୟ ଡେବ୍ୟୁ କରିଥିଲେ। ମ୍ୟାଚ୍‌ରେ ସୂର୍ଯ୍ୟକୁମାର ସଫଳ ହୋଇ ନ ଥିବା ବେଳେ ଈଶାନ ବିସ୍ଫୋରକ ଅର୍ଦ୍ଧଶତକ କରିଥିଲେ। ଏହାପରେ ସୂର୍ଯ୍ୟକୁମାରଙ୍କୁ ତୃତୀୟ ଟି୨୦ ମୁକାବିଲାରୁ ବାହାର କରି ଦିଆଯାଇଥିଲା। ତାଙ୍କ ସ୍ଥାନରେ ରୋହିତ ଶର୍ମା ଦଳକୁ ଫେରିଥିଲେ। ହେଲେ ଭାରତ ଏହି ମ୍ୟାଚ୍‌କୁ ୮ ଉଇକେଟରେ ହରାଇବା ପରେ ପୂର୍ବ ଭାରତୀୟ ଓପନର ଗୌତମ ଗମ୍ଭୀର ଖପ୍ପା ହୋଇଛନ୍ତି। ସୂର୍ଯ୍ୟକୁମାରଙ୍କୁ ନେଇ ଅଧିନାୟକ ବିରାଟ କୋହଲିଙ୍କ ଏହି ନିଷ୍ପତ୍ତିକୁ ସେ ସମାଲୋଚନା କରିଛନ୍ତି।

ଗମ୍ଭୀର କହିଛନ୍ତି, ଅତିକମ୍‌ରେ ସୂର୍ଯ୍ୟକୁମାରଙ୍କୁ ୩ ରୁ ୪ ମ୍ୟାଚ୍‌ରେ ସୁଯୋଗ ଦେବା ଉଚିତ। ପରେ ସେ କିଭଳି ଖେଳୁଛନ୍ତି ତାହା ଜଣାପଡ଼ିଥାନ୍ତି। ଯଦି ସେ ଭଲ ପ୍ରଦର୍ଶନ କରନ୍ତି ତେବେ ଆପଣଙ୍କୁ ୪ ନଂ ପୂର୍ବରୁ ବ୍ୟାଟିଂ କରିବା ଲାଗି ବ୍ୟାକ୍‌ଅପ୍‌ ମିଳିଯାଇପାରିବ। ସବୁବେଳେ ଆମେ ବିଶ୍ୱକପ୍‌ର ପ୍ରସ୍ତୁତି ବିଷୟରେ ଆଲୋଚନା କରୁ। ହେଲେ ଏହା ବିଶ୍ୱକପ୍‌ର ପ୍ରସ୍ତୁତି ବିଲ୍‌କୁଲ୍‌ ନୁହେଁ। ଏହା କେବଳ ଖେଳାଳିମାନଙ୍କୁ ପରଖିବା ପାଇଁ ହେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋନାଲ୍‌ଡୋଙ୍କ ୯୯ତମ ଅନ୍ତର୍ଜାତୀୟ ଗୋଲ୍‌

ଲକ୍ସେମବର୍ଗ,୧୮ା୧୧(ଏଏଫପି)-ଲକ୍ସେମବର୍ଗ ବିପକ୍ଷରେ ୨-୦ଗୋଲରେ ବିଜୟ ହାସଲ କରି ପର୍ତ୍ତୁଗାଲ ୟୁରୋ ଫୁଟ୍‌ବଲ ଚାମ୍ପିୟନଶିପ୍‌ ୨୦୨୦ ଖେଳିବା ଲାଗି ଯୋଗ୍ୟତା ଅର୍ଜନ କରିଛି। ରବିବାର ଖେଳାଯାଇଥିବା ଏହି...

ସାନିଆଙ୍କ କ୍ୟାରିୟର ଶେଷ

ନୂଆଦିଲ୍ଲୀ, ୨୨।୨(ପି.ଟି.): ଭାରତର ଭେଟେରାନ୍‌ ଟେନିସ୍‌ ଖେଳାଳି ସାନିଆ ମିର୍ଜାଙ୍କ ଅନ୍ତର୍ଜାତୀୟ କ୍ୟାରୟର ଶେଷ। ଦୁବାଇ ଡ୍ୟୁଟି ଫ୍ରି ଟେନିସ ଚାମ୍ପିୟନଶିପ୍‌ରେ ପରାଜୟ ସହିତ ସେ...

ହଙ୍ଗେରୀରେ ଟ୍ରେନିଂ ନେବେ ଭିନେଶ

ନୂଆଦିଲ୍ଲୀ, ୨୬ା୧୨ (ପି.ଟି.)-ଚାମ୍ପିୟନ ରେସ୍‌ଲର ଭିନେଶ ଫୋଗତଙ୍କ ୪୦ ଦିନିଆ କ୍ୟାମ୍ପ ପାଇଁ କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି। ଭିନେଶଙ୍କ ସହିତ ତାଙ୍କ ବ୍ୟକ୍ତିଗତ କୋଚ୍‌...

ମହିଳା ଚେସ୍‌ ବିଶ୍ୱକପ୍‌ରେ ଭାଗନେବେ ପଦ୍ମିନୀ

ଭୁବନେଶ୍ୱର, ୨୨।୫(କ୍ରୀଡ଼ା ପ୍ରତିନିଧି)- କରୋନାର କଷଣ ମଧ୍ୟରେ ରାଜ୍ୟ ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ଓଡ଼ିଶା ଚେସ୍‌ ଆଇକନ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌)...

ଇଂଲଣ୍ଡ ବିଶ୍ୱର ଏକମାତ୍ର ଦେଶ

ଲଣ୍ଡନ, ୧୬।୭- ଆଇସିସି ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣର ରୋମାଞ୍ଚକ ଫାଇନାଲ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଚାମ୍ପିୟନ ହେବାର ସୌଭାଗ୍ୟ ଲାଭ କରିଛି।...

ସ୍ତ୍ରୀ, ୨ ପିଲାଙ୍କୁ ଛାଡି ପ୍ରେମିକାଙ୍କ ହାତ ଧରିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ଟେଷ୍ଟ ସିରିଜ ଆରମ୍ଭ ହେବାକୁ ମାତ୍ର ୨ ଦିନ ବାକି ଅଛି। ଏହି ସିରିଜରେ ଆୟୋଜକ ଦଳ ଅଷ୍ଟ୍ରେଲୀୟ...

୧୨.୫ କୋଟିରେ ଶ୍ରେୟସଙ୍କୁ ନେଲା କୋଲକାତା

ବେଙ୍ଗାଲୁରୁ,୧୨।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୫ ମେଗା ଅକ୍ସନ ଶନିବାର ଆରମ୍ଭ ହୋଇଯାଇଛି। ଅକ୍ସନର ପ୍ରଥମ ଦିନରେ ନାମୀଦାମୀ ଖେଳାଳିଙ୍କୁ ମୋଟା ଦାମରେ କିଣିଛନ୍ତି...

କେରଳ ବ୍ଲାଷ୍ଟର୍ସ ସହ ଡ୍ର ରଖିଲା ଓଡ଼ିଶା ଏଫ୍‌ସି

ମାର୍ଗାଓ, ୧୨। ୨ : ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ କେରଳ ବ୍ଲାଷ୍ଟର୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨...

Advertisement
Archives

Model This Week