Posted inଖେଳ

ସରଫରାଜ ଲିକ୍‌ କରିଛନ୍ତି ଡ୍ରେସିଂ ରୁମ୍‌ ଖବର?ଗମ୍ଭୀର ଯୁବ ବ୍ୟାଟ୍ସମ୍ୟାନଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

ନୂଆଦିଲ୍ଲୀ,୧୫।୧: ଭାରତୀୟ କ୍ରିକେଟ ଟିମ୍‌ ଲାଗି ଅଷ୍ଟ୍ରେଲିଆ ଗସ୍ତ ବେଶ ବିବାଦୀୟ ଥିଲା। ସିରିଜର ପ୍ରଥମ ମ୍ୟାଚ୍‌ ଦଳ ଜିତିଥିଲେ ହେଁ ଲଗାତାର ଭାବେ ବାକି ୪ ମ୍ୟାଚ୍‌ରେ ପରାଜିତ ହୋଇଥିଲା। ଏହି ସମୟରେ ଡ୍ରେସିଂ ରୁମ୍‌ ଖବର ବାହାରକୁ ଆସିଥିଲା। ସିଡନୀରେ ହୋଇଥିବା ଟେଷ୍ଟ ପୂର୍ବରୁ ହେଡ୍‌ କୋଚ୍‌ ଗୌତମ ଗମ୍ଭୀର ଖବରଦାତା ସମ୍ମିଳନୀରେ କୋଚ୍‌ ଏବଂ ଖେଳାଳି ମଧ୍ୟର କଥା ଡ୍ରେସିଂ ରୁମ୍‌ ଯାଏ ସୀମିତ ରହିବା କଥା କହିଥିଲେ। ଏବେ ସେ ଯୁବ କ୍ରିକେଟର ସରଫରାଜ ଖାନ୍‌ଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି। ଡ୍ରେସିଂ ରୁମ୍‌ ଖବର ବାହାରକୁ ଆସିବା ପଛରେ ସେ ଥିବା ଗମ୍ଭୀର କହିଥିବା ଜାତୀୟ ଗଣମାଧ୍ୟମ ନ୍ୟୁଜ ୨୪ ସ୍ପୋଟ୍ସରେ ଦାବି କରାଯାଇଛି।

ରିପୋର୍ଟ ମୁତାବକ ଗମ୍ଭୀର ମୁମ୍ବାଇରେ ହୋଇଥିବା ବିସିସିଆଇର ସମୀକ୍ଷା ବୈଠକରେ ସରଫରାଜଙ୍କ ବିଷୟରେ ଅଭିଯୋଗ ଆଣିଛନ୍ତି। ଏଣୁ ଯେବେ ଯାଏ ଗମ୍ଭୀର କୋଚ୍‌ ରହିବେ ସରଫରାଜଙ୍କ କ୍ୟାରିୟର ଉପରେ ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି। ତେବେ ସରଫରାଜଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଗୋଟିଏ ବି ଟେଷ୍ଟ ଖେଳିବାର ସୁଯୋଗ ଦିଆଯାଇ ନ ଥିଲା। ତେବେ ରିପୋର୍ଟ ନେଇ ଗମ୍ଭୀର କିମ୍ବା ସରଫରାଜଙ୍କ ପକ୍ଷରୁ ଏଯାଏ କୌଣସି ଆଧିକାରୀକ ପ୍ରତିକ୍ରିୟା ଆସିନାହିଁ।

ମେଲବର୍ନରେ ଅନୁଷ୍ଠିତ ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ ଭାରତ ପରାସ୍ତ ହୋଇଥିଲା। ଏହା ପରେ, ଡ୍ରେସିଂ ରୁମରେ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ବହୁତ ରାଗି ଯାଇଥିଲେ। ଇଣ୍ଡିଆନ ଏକ୍ସପ୍ରେସ ରିପୋର୍ଟ କରିଥିଲା ଯେ ଗମ୍ଭୀର ଦଳ ଉପରେ ବର୍ଷିଥିଲେ ଏବଂ କହିଥିଲେ, “ବହୁତ ହେଲା।” ଦଳର ବ୍ୟାଟ୍ସମ୍ୟାନ୍‌ମାନେ ପରିସ୍ଥିତି ଅନୁସାରେ ନ ଖେଳି ଡ୍ରେସିଂ ରୁମରେ ତିଆରି ଯୋଜନା ଅନୁସରଣ କରିବା ପରିବର୍ତ୍ତେ ସେମାନଙ୍କର ’ସ୍ବାଭାବିକ ଖେଳ’ ଖେଳିବାକୁ ଚେଷ୍ଟା କରୁଥିବାରୁ ସେ ତାଙ୍କ ଉପରେ ବିରକ୍ତ ହୋଇଥିଲେ। ଉକ୍ତ ରିପୋର୍ଟରେ କୁହାଯାଇଥିଲା ଯେ ଭାରତୀୟ ଡ୍ରେସିଂ ରୁମର ପରିବେଶ ଭଲ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବଙ୍କ ଅବସ୍ଥା ଏଭଳି ହେବ, କରାଇଲେ ସତର୍କ; ଦିଗ୍ଗଜଙ୍କ ବୟାନକୁ ନେଇ କ୍ରିକେଟ ଜଗତରେ ଚହଳ

ନୂଆଦିଲ୍ଲୀ,୬।୮: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ଅନ୍ତର୍ଜାତୀୟ କ୍ରିକେଟରେ ହଇଚଇ ସୃଷ୍ଟି କରିଛନ୍ତି। ଏହା ସହିତ ସେ ଭାରତୀୟ ପୁରୁଷ ଦଳର ସବୁଠାରୁ କମ…

ତେଲ ବଜାରରେ ବଡ଼ ହଲଚଲ: ଜାରି ହେଲା ପେଟ୍ରୋଲ- ଡିଜେଲର ନୂଆ ଦାମ୍‌,ଦେଖନ୍ତୁ…

ନୂଆଦିଲ୍ଲୀ,୬।୮: ସରକାରୀ ତେଲ କମ୍ପାନୀଗୁଡ଼ିକ ଆଜି ଅର୍ଥାତ୍‌ ଅଗଷ୍ଟ ୬ ତାରିଖ ପାଇଁ ପେଟ୍ରୋଲ ଏବଂ ଡିଜେଲର ତାଜା ଦାମ୍‌ ଜାରି କରିଛନ୍ତି। ଆଜି ଦେଶର ଅଧିକାଂଶ…

୧୨ରେ ରାଜ୍ୟ କ୍ୟାବିନେଟ: ଏହି ପ୍ରସ୍ତାବ ଉପରେ ବାଜିପାରେ ମୋହର

ଭୁବନେଶ୍ୱର,୬ା୮(ରବିନାରାୟଣ ଜେନା): ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ୧୨ରେ ରାଜ୍ୟ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ରହିଛି। ଲୋକସେବା ଭବନର ତୃତୀୟ…

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri