ଗୌରାଙ୍ଗଙ୍କ ଅବଦାନ ସର୍ବଦା ସ୍ମରଣୀୟ: କ୍ରୀଡା ଶିକ୍ଷକଙ୍କୁ ପାଛୋଟି ନେଲେ ଛାତ୍ର

ଦିଗପହଣ୍ଡି, ୧।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲର କ୍ରୀଡା ଶିକ୍ଷକ ଏମ. ଗୌରାଙ୍ଗଙ୍କ ଅବସର ଗ୍ରହଣ ପରିପ୍ରେକ୍ଷୀରେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ଦାସଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ.ଶଙ୍କର ନାରାୟଣ ବେଜ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ପରିଚାଳନା କମିଟିର ସଭାପତି ଉଦୟନାଥ ସାମନ୍ତ, ସିଆରସିସି ଅନିଲ କୁମାର ଦାସ ଓ ଅନ୍ୟ ଶିକ୍ଷୟିତ୍ରୀଶିକ୍ଷକ ବୃନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସଭାରେ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି,ସାଙ୍ଗ ସାଥି ଉପସ୍ଥିତ ଥିଲେ। ବିଭିନ୍ନ କ୍ରୀଡା କ୍ଷେତ୍ରରେ ହାଇସ୍କୁଲ ଛାତ୍ରମାନଙ୍କୁ ତାଲିମ ପ୍ରଦାନ ପୂର୍ବକ ଉତ୍ସାହିତ କରି ଜିଲା ଏବଂ ରାଜ୍ୟସ୍ତରରେ ହାଇସ୍କୁଲର ସୁନାମ ବୃଦ୍ଧି କରିବାକୁ ସକ୍ଷମ ହୋଇଥିବା କ୍ରୀଡା ଶିକ୍ଷକଙ୍କ ଉଲ୍ଲେଖନୀୟ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ଅତିଥି ବୃନ୍ଦ ମତବ୍ୟକ୍ତ କରିଥିଲେ। ପରେ ପୁଷ୍ପଗୁଚ୍ଛ, ଉପଢୌକନ ଓ ଉପହାର ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ତାଙ୍କର ସୁସ୍ଥ,ନିରାମୟ ଓ ଦୀର୍ଘ ଜୀବନ କାମନା କରାଯାଇଥିଲା। ପରେ ଛାତ୍ର ବୃନ୍ଦ ତାଙ୍କୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରି ରାଣୀସାହିସ୍ଥିତ ବାସଭବନରେ ଛାଡିଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ସହ ଜୀବନ୍ତ ଗୁଳି ଧରି ଚାଲାଣ କରୁଥିଲେ କଫ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୭।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶନିବାର ଚାଲାଣ ବେଳେ କଫ ସିରପ୍‌ ଜବତ କରିଛି। ଏହି କାରବାରରେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ…

ଚାନ୍ଦବାଲିରେ ପ୍ରଥମ ଅଂଶୁଘାତରେ ଚାଲିଗଲା ଜଣଙ୍କ ଜୀବନ

ଚାନ୍ଦବାଲି,୭ା୬(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲିରେ ଚଳିତ ଗ୍ରୀଷ୍ମ ଋତୁର ପ୍ରଥମ ଅଂଶୁଘାତଜନିତ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଭୁଁଇବୁର୍ତ୍ତି ପଞ୍ଚାୟତ ଅନ୍ତର୍ଗତ ନୂଆଗାଁର…

ସ୍ତ୍ରୀ, ଶଳା ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ

ବ୍ରହ୍ମପୁର,୭।୬(ସୁବାସ ଚନ୍ଦ୍ର ପାଢ଼ୀ): ମୋ ପୁଅକୁ ତା’ ସ୍ତ୍ରୀ ଓ ସମ୍ପର୍କୀୟମାନେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିବାକୁ ଉଦ୍ୟମ କରିଛନ୍ତି ବୋଲି ପୋଡ଼ିହୋଇ…

ଟଙ୍କା ଗଦିରେ ଶୋଉଥିଲେ ITDA ଯନ୍ତ୍ରୀ, ଏତିକି ନଗଦ ଟଙ୍କା ସହ ଗିରଫ କଲା ଭିଜିଲାନ୍ସ

ବାଲିଗୁଡ଼ା,୭ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ITDA ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କୁ…

ଘରେ ଦାଦନ ଖଟିବାକୁ ଯାଉଛି କହି ବାହାରିଥିଲେ ଶବ ହୋଇ ଫେରିଲେ: କାନ୍ଦ ବୋବାଳିରେ ଫାଟିପଡ଼ୁଛି ଗାଁ ଦାଣ୍ଡ

ଦିଗପହଣ୍ଡି,୭।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ପଞ୍ଚାୟତ ଚାଞ୍ଚଡ଼ାପଲ୍ଲୀ ଗ୍ରାମ ପଶ୍ଚିମ ସାହି ର କେଦାର ଜେନା ଙ୍କ ସାନ ପୁଅ ସାଗର…

ବିଲରେ ଚରୁଥିବାବେଳେ ମଇଁଷିପଲଙ୍କ ଉପରେ ବଜ୍ରପାତ, ଚାଲିଗଲା ଜଗୁଆଳଙ୍କ ସହ…

ମହାକାଳପଡ଼ା,୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତେରଗାଁ ପଞ୍ଚାୟତ ଘୋଡ଼ାବନ୍ଧ ଗ୍ରାମରେ ଶନିବାର ଅପରାହ୍ନରେ ମଇଁଷିପଲ ଚରୁଥିବା ବେଳେ ତାଙ୍କ ଉପରେ ବଜ୍ରପାତ…

ବାଘଛାଲ କିଣାବିକା ନେଇ ଚାଲିଥିଲା ଡିଲ୍‌ ମାଡ଼ିବସିଲା ପୋଲିସ: ଛାଲ ଜବତ, ୮ ଗିରଫ

କଲ୍ୟାଣସିଂହପୁର,୭।୬ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ରେଞ୍ଜ ଅଧୀନ ରିଭଲକଣାରେ ବାଘଛାଲ କିଣାବିକା ନେଇ ଡିଲ୍‌ ଚାଲିଥିବାବେଳେ ବନ ବିଭାଗ ସେଠାରେ ପହଞ୍ଚତ୍ ତାହାକୁ…

ଲିଖିତ ପ୍ରତିଶ୍ରୁତି ଦେଇ ହଟହଟା ହେଲେ ଯନ୍ତ୍ରୀ: ଥାନାରେ ନ ଥିବା ଦେଖି ତାତିଲେ ଅଞ୍ଚଳବାସୀ

ତୁମୁଡିବନ୍ଧ,୭।୬(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ଅଞ୍ଚଳରେ ମେ ୨୯ ତାରିଖ ଶନିବାର ହୋଇଥିବା କାଳବୈଶାଖୀର ତାଣ୍ଡବରେ ବହୁ ଘର କ୍ଷତିଗ୍ରସ୍ତ ହେବା ସହ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri