ଦାଉ ସାଧୁଛି ପାରାଦୀପ ଶିଳ୍ପାଞ୍ଚଳର ନିର୍ଗତ ବିଷାକ୍ତ ଗ୍ୟାସ୍‌: ମହାକାଳପଡ଼ା ଲୋକେ ଅଣନିଃଶ୍ୱାସୀ

ମହାକାଳପଡ଼ା,୭।୫(ଡି.ଏନ୍‌.ଏ.): ବାୟୁ ମଣ୍ଡଳରେ ତାପମାତ୍ରା ବୃଦ୍ଧି ପାଉଛି। ଅମ୍ଳଯାନ ସ୍ତର ହ୍ରାସ ପାଇବା ଦ୍ୱାରା ଜୀବଜଗତ ଉପରେ ପ୍ରଭାବ ପକାଉଛି। କେନ୍ଦ୍ରାପଡ଼ା ଜିଲା ଅଧୀନ ଉପକୂଳ ଅଞ୍ଚଳର ମହାକାଳପଡ଼ା ଆକାଶର ବାୟୁରେ ମିଶୁଛି କାରଖାନାର ନିର୍ଗତ ବିଷାକ୍ତ ଗ୍ୟାସ ଓ ସୁଉଚ୍ଚ ନିର୍ମିତ ଚିମିଣୀରୁ ବାହାରୁ ଥିବା ନିଆଁ , ଧୂଆଁ। ଉତ୍ତାପ ପ୍ରଭାବରେ ବାୟୁମଣ୍ଡଳ ଓଜନସ୍ତରରେ କଣା ସୃଷ୍ଟି ହେଉଛି। ଏଥିଯୋଗୁ ସୂର୍ଯ୍ୟକିରଣର ଅତିବାଇଗଣୀ ରଶ୍ମି ଓଜନ ସ୍ତର କଣା ଦେଇ ପୃଥିବୀପୃଷ୍ଠରେ ପଡୁଛି। ପ୍ରଭାବରେ ବିଭିନ୍ନ ପ୍ରକାରର ରୋଗ ସୃଷ୍ଟି ହେଉଛି। ମହାକାଳପଡ଼ା ନିକଟ ପାରାଦୀପରେ ଗଢ଼ିଉଠିଛି ୧୫ ବୃହତ୍‌ ଶିଳ୍ପ। କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ, ନିଆଁ, ତୈଳାକ୍ତ ଧୂଆଁ, ସଲ୍‌ଫୁରିକ ଏସିଡ୍‌, ଫସ୍‌ଫରିକ ଏସିଡ୍‌, ନାଇଟ୍ରେଟ୍‌, ଆମୋନିଆ, ପଟାସ୍‌, ଅଙ୍ଗାରକାମ୍ଳ ଭଳି ଗ୍ୟାସ ନିର୍ଗତ ହୋଇ ବାୟୁରେ ମିଶିଛି। ଏଭଳି ପ୍ରଦୂଷଣ ଯୋଗୁ ଜଳଜୀବ, ମୃତ୍ତିକା, ଭୂତଳ ଜଳସ୍ତର ପ୍ରଭାବିତ ହେଉଛି। ମଣିଷଙ୍କ କ୍ଷେତ୍ରରେ ଫୁସ୍‌ଫୁସ୍‌, କର୍କଟ, ଆଜ୍‌ମା, ଚର୍ମ, ଆଖି ଆଦି ରୋଗ ଦେଖିବାକୁ ମିଳୁଛି। ଗର୍ଭବତୀ ମହିଳା ବାୟୁକୁ ଗ୍ରହଣ କଲା ପରେ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପ୍ରଭାବ ପଡୁଛି ବୋଲି ବୁଦ୍ଧିଜୀବୀ ଓ ସାଧାରଣ ଲୋକେ ଅଭିଯୋଗ କରିଛନ୍ତି।
ଏ ସମ୍ପର୍କରେ ବାବାଜୀ ବେହେରା, ତାରେଣୀ ମଣ୍ଡଳ, କୃପାସିନ୍ଧୁ ବାରିକ, ମମତାମୟୀ ରାଉତ, କାଦମ୍ବିନୀ ମଣ୍ଡଳ, ସୁକୁମାର ମିର୍ଦ୍ଧା, ପରିତୋଷ ବିଶ୍ୱାସ, ମନୀନ୍ଦ୍ର ମଣ୍ଡଳ, ସାରାଣୀ ମଣ୍ଡଳ, ଭବେନ ମଣ୍ଡଳ, କାଳନ୍ଦୀ ରାଉତ ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି। ଖରାଦିନ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇବାକୁ ମହାକାଳପଡ଼ାର ଦକ୍ଷିଣ ଦିଗରେ ଥିବା ପାରାଦୀପ ପଟରୁ ବିଷାକ୍ତ ଗନ୍ଧ ଆସୁଛି। ଫଳରେ ଏହି ଅଞ୍ଚଳର ଥିବା ଗ୍ରାମାଞ୍ଚଳର ଲୋକେ ମଧ୍ୟାହ୍ନରୁ ସା ପର୍ଯ୍ୟନ୍ତ ଗ୍ୟାସ୍‌ ଓ ଧୂଆଁ ଯୋଗୁ ଅଣନିଃଶ୍ୱାସୀ ହୋଇ ପଡୁଛନ୍ତି। ଲୋକଙ୍କୁ ବାଧ୍ୟ ହୋଇ ଖରାବେଳେ କବାଟ, ଝରକା ବନ୍ଦ କରିବାକୁ ପଡୁଛି। ଏହାର ପ୍ରଭାବରେ ବାଡି ବଗିଚାରେ ନଡ଼ିଆ, କାଜୁ, ପନିପରିବା ଆଦି ପତ୍ରରେ ବହଳ କଳାଗୁଣ୍ଡ ଜମା ହେଉଛି। ଗଛ ପତ୍ରରେ ତେଲିଆ ଆସ୍ତରଣ ଓ ଛିଦ୍ର ସୃଷ୍ଟି ହେଉଛି। ବ୍ଲକ ଅଞ୍ଚଳର ପଲ୍ଲୀଗଡ଼, କୋଚିଳା, କେନ୍ତିଆ, ରାଜେନ୍ଦ୍ରନଗର, ସରୁମୁହିଁ, ପେଟଛେଲ୍ଲା, ପିତାପାଟ, ନଳଗୋଠ, ରାମନଗର, ବାହାକୁଦ, ଖରିନାସି, ବତିଘର ଆଦି ଗାଁଗୁଡ଼ିକ କାରଖାନା ସଂଲଗ୍ନଠାରୁ କମ୍‌ ଦୂରରେ ଥିବାରୁ ପ୍ରଭାବ ଲୋକମାନଙ୍କ ଉପରେ ପଡୁଛି। ଅପରପକ୍ଷେ କାରଖାନାର ସିଏସ୍‌ଆର୍‌ ଫଣ୍ଡରୁ କ୍ଷତିଗ୍ରସ୍ତ ଅଞ୍ଚଳରେ ଖର୍ଚ୍ଚ କରିବାର ବ୍ୟବସ୍ଥା ରହିଛି। କ୍ଷତିଗ୍ରସ୍ତ ଅଞ୍ଚଳରେ ଶିଳ୍ପ ଆଇନ ଅନୁଯାୟୀ ସ୍ବାସ୍ଥ୍ୟସେବା, ପାନୀୟ ଜଳ, ଶିକ୍ଷା, ବୃକ୍ଷରୋପଣ ଆଦି ମୌଳିକ ସମସ୍ୟା ପୂରଣ ପାଇଁ ସ୍ବତନ୍ତ୍ର ଅର୍ଥ ରହିଛି। ହେଲେ ଅଧିକାରୀମାନେ ଅଣଦେଖା କରୁଛନ୍ତି। ୩ ସପ୍ତାହ ହେଲା ଖରାବେଳେ ଭାସି ଆସୁଥିବା ଦୁର୍ଗନ୍ଧରେ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି ବୋଲି କୋଚିଳା ଗାଁର ଅନାଦି ସ୍ବାଇଁ କହିଛନ୍ତି। ଏ ସମ୍ପର୍କରେ ସେ ପାରାଦୀପ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ଫୋନ୍‌ ଯୋଗେ ସେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଦିଲୀପ ଦାସଙ୍କୁ ପଚାରିବାରେ ପାରାଦୀପରୁ ଏଭଳି ଅଭିଯୋଗ ଆସିନାହିଁ। ପ୍ରଥମଥର ପାଇଁ ମହାକାଳପଡ଼ା ଅଞ୍ଚଳରୁ ପାଇଲି। ଏହାର ସ୍ଥିତିକୁ ନେଇ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମହେନ୍ଦ୍ରଗିରିରେ ଭୟଙ୍କର ଦୁର୍ଘଟଣା: ଘାଟିରେ ଓଲଟିଲା ପାଣି ଟ୍ୟାଙ୍କର ଟ୍ରାକ୍ଟର, ଚାଲିଗଲା ହେଲ୍‌ପରଙ୍କ ଜୀବନ, ଚାଳକ…

ଗଜପତି, ୪ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ରାୟଗଡ଼ ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ମହେନ୍ଦ୍ରଗିରିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପାଣି ବୋଝେଇ…

ଛତ୍ରପୁରରେ ଜିଲାସ୍ତରୀୟ ପ୍ରବେଶ ଉତ୍ସବ: ଜିଲାପାଳ କଲେ ଖଡ଼ିଛୁଆଁ, ଶିକ୍ଷାବର୍ଷର ଶୁଭାରମ୍ଭ…

ଛତ୍ରପୁର, ୪।୪ (ଦିଲ୍ଲୀପ ସାମଲ): “ଆସରେ ଆସ ସ୍କୁଲ ଯିବା, ସାଙ୍ଗ ପିଲାଙ୍କ ସାଙ୍ଗେ ପାଠ ପଢ଼ିବା”ଏହି ନାରା ସହ ଗଞ୍ଜାମ ଜିଲ୍ଲାରେ ଆଜିଠାରୁ ନୂତନ ଶିକ୍ଷାବର୍ଷର…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri