ସୁନ୍ଦର ତ୍ୱଚା ପାଇଁ ରସୁଣ

ରସୁଣରେ ଭରି ରହିଛି ଅନେକ ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଗୁଣ; ଯାହାକୁ ବ୍ୟବହାର କରି ଆପଣ ଖୁବ୍‌ କମ୍‌ ଖର୍ଚ୍ଚରେ ସୁନ୍ଦର ବେଦାଗ ତ୍ୱଚା ପାଇପାରିବେ। ଜାଣିରଖନ୍ତୁ ଏହାକୁ ବ୍ୟବହାର କରିବାର କେତୋଟି ଉପାୟ…

୩-୪ଟି ରସୁଣ କୋଲାକୁ ଛେଚି ଅଳ୍ପ ପାଣିରେ ଭଲ ଭାବେ ଫୁଟାଇ ଦିଅନ୍ତୁ। ଏହାକୁ କାଢି ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଦାଗ ଥିବା ସ୍ଥାନରେ ଲଗାଇ କିଛି ସମୟ ରଖିବା ପରେ ଧୋଇ ଦିଅନ୍ତୁ। କିଛିଦିନ ଏପରି କଲେ ବେଦାଗ ତ୍ୱଚା ପାଇପାରିବେ।
ଦୁଇ କୋଲା ରସୁଣକୁ ଛେଚି ରସ ବାହାର କରିଦିଅନ୍ତୁ। ସେଥିରେ ସମ ପାରିମାଣରେ ହ୍ବାଇଟ୍‌ ଭିନେଗାର ମିଶାନ୍ତୁ। ଉକ୍ତ ମିଶ୍ରଣକୁ ତୁଳାରେ ନେଇ ବ୍ରଣ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏଥିରେ ଭରି ରହିଥିବା ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟିଫଙ୍ଗାଲ, ଆଣ୍ଟିବାୟୋଟିକ୍‌, ଆଣ୍ଟିସେପ୍ଟିକ୍‌ ଏବଂ ଜର୍ମିସାଇଡ୍‌ ତତ୍ତ୍ୱ ଖୁବ୍‌ଶୀଘ୍ର ବ୍ରଣ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ।
ଏଜିଂ ସମସ୍ୟା, ରିଙ୍କଲ୍‌ ମାର୍କ ଦୂର କରିବା ଲାଗି ରସୁଣ ବ୍ୟବହାର କରିପାରିବେ। କାରଣ ଏଥିରେ ଥିବା ସଲଫର୍‌ କୋଲାଜେନ୍‌ ପ୍ରସ୍ତୁତ କରି ଏଜ୍‌ମାର୍କ ଦୂର କରିଥାଏ। ୨-୩ କୋଲା ରସୁଣକୁ ଭଲ ଭାବେ ଛେଚି କିମ୍ବା ବାଟି ଫେସ୍‌ପ୍ୟାକ୍‌ରେ ମିଶାଇ ମୁହଁରେ ଲଗାନ୍ତୁ। କିଛି ସମୟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କଲେ ପ୍ରିମ୍ୟାଚୋର ଏଜିଂ ସମସ୍ୟା ଦୂର ହୋଇଥାଏ।
ଅଧା ଟମାଟୋ ସହ ୩-୪ କୋଲା ରସୁଣ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ୨-୩ ପରସ୍ତ ମୋଟା କରି ତ୍ୱଚାରେ ଲଗାନ୍ତୁ। ୨୦ ମିନିଟ୍‌ ରଖିବା ପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଉଭୟରେ ଥିବା ଆଣ୍ଟିସେପ୍ଟିକ୍‌ ଗୁଣ ତ୍ୱଚାକୁ ଟାଇଟ୍‌ କରିବା ସହ ପୋର୍ସ ଦୂର କରିଥାଏ।
ନଡ଼ିଆ କିମ୍ବା ଅନ୍ୟ କୌଣସି ତେଲରେ ୩-୪ କୋଲା ରସୁଣ ପକାଇ ଫୁଟାଇ ଦିଅନ୍ତୁ। ଏହାକୁ ଷ୍ଟ୍ରେଚ୍‌ ମାର୍କ ଉପରେ ଧୀରେ ଧୀରେ ମସାଜ କରନ୍ତୁ। ପ୍ରତିଦିନ ଏହାକୁ ଲଗାଇଲେ ଆପଣ କିଛି ସପ୍ତାହ ମଧ୍ୟରେ ଷ୍ଟ୍ରେଚ୍‌ ମାର୍କ ଦୂର ହେଉଥିବା ଅନୁଭବ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri